।। MGNREGA କାମ ଯୋଗାଇଦେଲା ପଂଚାୟତ ।।

Sep 29, 2024 - 12:47
 0  7
।। MGNREGA କାମ ଯୋଗାଇଦେଲା ପଂଚାୟତ ।।

ରାୟଗଡା ଜିଲ୍ଲା, ଗୁଡାରି ବ୍ଲକ, ଶିରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୁରୁକୁଡୁ ଗ୍ରାମର ଜବକାର୍ଡ ଧାରି ଅଣକୁଶଳୀ ଶ୍ରମିକମାନଙ୍କୁ ସରପଞ୍ଚ ଭାରତୀ ଶ୍ରା ମୁଟିକା, ପି ଇ ଓ ଅମର ଶବର, ଜେ ଇ, ମଂଜିତ ଓଝା ଓ ଜିଆର ଏସ ଦୟା ଲିମା କାମ ଯୋଗାଇଛନ୍ତି l ଓଡିଶା ୱେଲଫର ଆସୋସିଏସନ ସଂଗଠନର ଚେୟାରମ୍ୟାନ ଶ୍ରୀ କରୁଣାକର ଟାକିରୀ ଙ୍କ ନେତୃତ୍ୱରେ MGNREGA ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ ଜରିଆରେ ଶ୍ରମିକମାନେ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ ହାଇଅଛନ୍ତି l ନିଜେ ଶ୍ରୀ ଟାକିରୀ ଶ୍ରମିକ ମାନଙ୍କୁ ନେଇ ପଂଚାୟତ ରେ କାମ ଆବେଦନ ରେ ସହଯୋଗ କରିଥିଲେ l କାମଆବେଦନର ଏକ ସପ୍ତାହ ପରେ ଶ୍ରମିକ ମାନେ କାମରେ ଯୋଗ ଦେଇଛନ୍ତି l ଶ୍ରମିମାନେ କହିଛନ୍ତି ଆମେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଥିଲୁ ନା ନା ପ୍ରକାର ନିର୍ଯାତନା ସହୁଥିଲୁ l କେନ୍ଦ୍ର ଓ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ଅନୁସାରେ ଆମେ ଠିକ ସମୟରେ କାମ ପାଇବୁ ଠିକ ସମୟରେ ମଜୁରୀ ପାଇବୁ ତେବେ ଆମେ ବାହାର ରାଜ୍ୟକୁ ଯିବାର ଆବଶକନାହିଁ l ଦେଖାଯାଉ ପ୍ରଶାସନ ର କେତେ ଦାଇତ୍ୱ l ପରବର୍ତ୍ତୀ ସମୟର ଅପେକ୍ଷା l

ରାୟଗଡା ରୁ ଜଗନ୍ନାଥ ଖୋସଲାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ