5ଇ କେୟାର ଏପ ନେଇ ସାମ୍ବାଦିକ ସମ୍ମିଳନୀ ସରକାରୀ ଡାକ୍ତରଖାନାରେ ଧାଡି ବାନ୍ଧିବା ଯନ୍ତ୍ରଣାରୁ ମୁକ୍ତି

Nov 22, 2025 - 20:28
 0  5
5ଇ କେୟାର ଏପ ନେଇ ସାମ୍ବାଦିକ ସମ୍ମିଳନୀ ସରକାରୀ ଡାକ୍ତରଖାନାରେ ଧାଡି ବାନ୍ଧିବା ଯନ୍ତ୍ରଣାରୁ ମୁକ୍ତି

ବାରିପଦା ତା 22/11(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଜନସାଧାରଣଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ବହିର୍ବିଭାଗ ଟିକଟ କରିବା ପାଇଁ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡୁଛି. ଫଳରେ ସମୟ ମୁତାବକ ରୋଗୀ ମାନେ ଚିକିତ୍ସା ପାଇବାରେ ହଇରାଣ ହେଉଛନ୍ତି. ମାତ୍ର ଏବେ ଡାକ୍ତରଖାନାରେ ଧାଡି ବାନ୍ଧିବା ଯନ୍ତ୍ରଣାରୁ ମୁକ୍ତି ମିଳିବ. ଏଥିପାଇଁ 5ଇ କେୟାର ଏପ ପ୍ଲେଷ୍ଟରରୁ ଡାଉନଲୋଡ଼ କରି ଯେ କୌଣସି ସରକାରୀ ଡାକ୍ତରଖାନାର ବହିର୍ବିଭାଗ ଟୋକେନ ଘରେବସି ଅନଲାଇନରେ ପାଇ ପାରିବେ ଏବଂ ଆୟୁଷ୍ମାନ ଭାରତ କାର୍ଡ ଗ୍ରହଣ କରୁଥିବା ସମସ୍ତ ସରକାରୀ ଓ ଘରେଇ ହସ୍ପିଟାଲ ବିଷୟରେ ମଧ୍ୟ ସୂଚନା ପାଇ ପାରିବେ. ସେହିପରି ଏହି ଆପ ମାଧ୍ୟମରେ ଔଷଧର ହୋମ ଡେଲିଭରି, ଏଆଇ ମାଧ୍ୟମରେ ଡାକ୍ତର ପରାମର୍ଶ ଭଳି ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଜନସାଧାରଣଙ୍କୁ ମିଳିପାରିବ ବୋଲି ଆଜି 5ଇ କେୟାର ର ସିଇଓ ସୁଦର୍ଶନ ପରିଡା ବାରିପଦା କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ