2022-23 ବର୍ଷ ର ଗୋଟେ ଫଳକ ଛାତ୍ର ଉପରେ ପଡି ଛାତ୍ରଟି ମୃତ୍ୟୁ ବରଣ

Dec 19, 2025 - 21:07
 0  26
2022-23 ବର୍ଷ ର ଗୋଟେ ଫଳକ ଛାତ୍ର ଉପରେ ପଡି ଛାତ୍ରଟି ମୃତ୍ୟୁ ବରଣ

ଆଜି ତିରିଂ ବ୍ଲକ ଅନ୍ତର୍ଗତ ବଡ଼ଭୁଣ୍ଡୁ ଉଚ୍ଚ ବିଦ୍ୟାଳୟ ଠାରେ ପଢ଼ୁଥିବା ପ୍ରଥମ ଶ୍ରେଣୀର ଛାତ୍ର ଶ୍ରୀ ଅଭିର ଲୋହାର, ବାପା ଶିବ ଚରଣ ଲୋହାର, ଗ୍ରାମ ବଡ଼ଭୁଣ୍ଡୁ, ଥାନା ତିରିଂ, ମୟୁରଭଞ୍ଜ, ଓଡିଶା, ବିଦ୍ୟାଳୟ ପରିସରରେ ଖେଳୁଥିବା ସମୟରେ 2022-23 ବର୍ଷ ର ଗୋଟେ ଫଳକ ଛାତ୍ର ଉପରେ ପଡି ଛାତ୍ରଟି ମୃତ୍ୟୁ ବରଣ କରିଅଛି | ଏହା ଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟର ଅବହେଳା ଏବଂ ବେପରୁଆ ନୀତି ଯୋଗୁଁ ଗୋଟେ ଛୋଟ ଶିଶୁଟି ଦୁର୍ଘଟଣା ହୋଇ ଆଜି ମୃତ୍ୟୁବରଣ କରିଅଛି |ଏହେଉଛି ଆମର ଶିକ୍ଷାବ୍ୟବସ୍ଥା, ଆମ ଜିଲ୍ଲା ର ମନ୍ତ୍ରୀ ବାହା ନେଉଥିବାବେଳେ ଦେଶର ଭବିଷ୍ୟତକୁହାଯାଉଥିବା ନିରିହ ଶିଶୁ ବିଦ୍ୟାଳୟକୁ ପାଠ ପଢିବାକୁଆସି ତା ମୁଣ୍ଡ ଉପରେ ମୃତ୍ୟୁର ଚିଠି । ଧିକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ଓ ବ୍ଲକ ଶିକ୍ଷା ଅଧିକାରୀଙ୍କର ଖାମଖିଆଲି ମନ ଭାବ, ହିଁ ଆଜି ପଠନାରତ ଛାତ୍ରର ମୃତ୍ୟୁର କାରଣ ବୋଲି ଶିକ୍ଷାବିତ ଓ ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଉଛି ଏହି ଅଧିକାରୀମାନଙ୍କୁ ତୁରନ୍ତ ଚାକିରୀରୁ ବହିସ୍କାର ପାଇଁ ସରକାରକୁ ନିବେଦନ କରୁଛନ୍ତି। ଏଣୁ ଏହି ଶିକ୍ଷା ଅଧିକାରୀ କେଉଁ ମନ୍ତ୍ରୀରଛତ୍ରଛାୟା ତଳେ ରହି ଏପରି ଅବ୍ଯବସ୍ଥାକୁ ଆପଣା ଉଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହିପରି ବହୁ ସ୍କୁଲର ଅନ୍ୟସ୍ଥା ବିଷୟରେ ତଥା ଶିକ୍ଷକଙ୍କର ସମସ୍ୟା ବିଷୟରେ ଜଣାଇଲେ ସେ ମହୋଦୟଭୃକ୍ଷେପ ନକରି କନ ଦାସରେ ରୁହନ୍ତି । ଏଣୁ ଏପରି ଅର୍କମନ୍ୟ ଅପରାଗ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ଅଞ୍ଚଳବାସି ତଥା ଜନସାଧାରଣ ଦାବୀ କରୁଛନ୍ତି। ଏଣୁ ଦେଖିବାରେ ବାକି ରହିଲା ଏହି ସରକାରଙ୍କ କାର୍ଯ୍ୟାନୁଷ୍ଠାନ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ