୭୧ ତମ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ମୟୁରଭଞ୍ଜକୁ ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ

Dec 31, 2025 - 20:20
 0  7
୭୧ ତମ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ମୟୁରଭଞ୍ଜକୁ ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ

ବାରିପଦା ତା ୩୧/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା.) କଟକ ଠାରେ ଅନୁଷ୍ଠିତ ୭୧ତମ ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜର ଖେଳାଳି ମାନେ ଉନ୍ନତମାନର ଖେଳ ପ୍ରଦର୍ଶନ କରି ୪ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି. ଟିମ ମ୍ୟାନେଜର ଶାନ୍ତିଲତା ରାଜ ଓ ନରେଶ ଚନ୍ଦ୍ର ହେମ୍ବ୍ରମଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଥିବା ଦଳର ବିନ୍ଦି ସିଂ ୧୮ ବର୍ଷରୁ କମ ଡିସ୍କସ ଥ୍ରୋରେ, ବାଲହି ମୁର୍ମୁ ୧୮ ବର୍ଷରୁ କମ ୧୦୦୦ମି ଦୌଡରେ, ସନ୍ଧ୍ୟା ମୁର୍ମୁ ମହିଳା ବର୍ଗ ୧୦ ହଜାର ମିଟର ଦୌଡରେ ଓ ପୂର୍ଣ୍ଣିମା ହେମ୍ବ୍ରମ ମହିଳା ବର୍ଗ ହେପଟାଥଲୋନରେ ୧ମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ରାଜେଶ୍ୱରୀ ସିଂ ୨୩ ବର୍ଷରୁ କମ ୪୦୦ ମି ଦୌଡରେ, ନାମସି ସମାଦ ୨୩ ବର୍ଷରୁ କମ ୫ ହଜାର ଓ ୧୦ ହଜାର ମିଟର ଦୌଡରେ ୨ୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଏବଂ ସନ୍ଧ୍ୟା ମୁର୍ମୁ ମହିଳା ବର୍ଗ ୫ହଜାର ମିଟର ଦୌଡରେ, କମଳିନୀ ମାର୍ଣ୍ଡି ୧୪ ବର୍ଷରୁ କମ ଟ୍ରାଇଥୋଲନରେ, ପପାଲୀ ସିଂ ୧୬ ବର୍ଷରୁ କମ ଓ ବିନ୍ଦି ସିଂ ୧୮ ବର୍ଷରୁ କମ ସଟପୁଟ ଥ୍ରୋରେ, ମାଣ୍ଡୁଇ ପୂର୍ତ୍ତି ମହିଳା ବର୍ଗ ହେପଟାଥାଲୋନରେ, ସଳକ ସୟ ୨୦ ବର୍ଷରୁ କମ ୫ହଜାର ମିଟର ୱାକିଙ୍ଗରେ ୩ୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି. ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ ନିଜ କାର୍ଯ୍ୟାଳୟରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି. ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ରବୀନ୍ଦ୍ର କୁମାର ମହାନ୍ତି, ହରପ୍ରସାଦ ପାତ୍ର, ଅମ୍ବିକା ରାଉତ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ରାଜ୍ୟ ଭଲିବଲ ଉପ ସଭାପତି ମନୋରଞ୍ଜନ ଜୀଉ, ବରିଷ୍ଠ କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓ, ଦଲନ ଚନ୍ଦ୍ର କୁଁଅର ଦେଓ ଉପସ୍ଥିତ ଥିଲେ. ଶେଷରେ ଟିମ ମ୍ୟାନେଜର ଶ୍ରୀ ହେମ୍ବ୍ରମ ଜିଲ୍ଲାପାଳ ତଥା ଏସୋସିଏସନର ସଭାପତି ହେମକାନ୍ତ ସୟଙ୍କୁ ମୟୁରଭଞ୍ଜର ପତାକା ହସ୍ତାନ୍ତର କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ