୬୯ତମ ରାଜ୍ୟସ୍ତରୀୟ ସ୍କୁଲ ଗେମ୍ସ ତାଇକଣ୍ଡୋ ନବରଙ୍ଗପୁର ଖେଳାଳିଙ୍କ ର ଦୁଇଟି ପଦକ ହାସଲ

Sep 18, 2025 - 20:52
 0  14
୬୯ତମ ରାଜ୍ୟସ୍ତରୀୟ ସ୍କୁଲ ଗେମ୍ସ ତାଇକଣ୍ଡୋ ନବରଙ୍ଗପୁର ଖେଳାଳିଙ୍କ ର  ଦୁଇଟି ପଦକ ହାସଲ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୮.୦୯.୨୦୨୫ ରିଖ: କେନ୍ଦୁଝରଠାରେ ୧୦ରୁ ୧୨ ସେପ୍ଟେମ୍ବର ୨୦୨୫ପର୍ଯ୍ୟନ୍ତ ଆୟୋଜିତ ୬୯ତମ ରାଜ୍ୟସ୍ତରୀୟ ସ୍କୁଲ ଗେମ୍ସ ତାଇକଣ୍ଡୋ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ! ଏଥିରେ ଦୁଇଟି ପଦକ ଦଳ ହାସଲ କରିଛି ! ପ୍ରଥମ ଦିନ ଉତ୍କଳ ବାଳିକା ଆଶ୍ରମ, ମାଝିଗୁଡାର ଛାତ୍ରୀ ପୁଜା ବନଜାରା ସ୍ୱର୍ଣ୍ଣ ପଦକ ଜିତିଥିଲେ ! ସେ ଜବାଗୁଡା ସ୍କୁଲରେ ପଢ଼ୁଛନ୍ତି ! ଦ୍ୱିତୀୟ ଦିନରେ ଆକାଶ ପଣ୍ଡା, ଉତ୍କଳ ବାଳକ ସିନ୍ଦିଗୁଡା ସ୍କୁଲର ଛାତ୍ର, ରୌପ୍ୟ ପଦକ ହାସଲ କରିଥିଲେ ! ଦଳରେ ଅନ୍ୟାନ୍ୟ ଖେଳାଳିମାନେ – ହିମାଂଶୁ ପଟ୍ଟନାୟକ, ଶିବଶଙ୍କର କଲାର, ବାପି ବିଶ୍ୱାସ, ଶୁଭମ୍ ପୁରୀ, ସାଗର ଭତରା, ଡିମ୍ପଲ ପାତ୍ର, ସନା ମୁଣ୍ଡା, ପ୍ରିୟ କଚିମ ଓ ଅର୍ଚ୍ଚନା ବିଷୟୀ – ଅଂଶଗ୍ରହଣ କରିଥିଲେ ! ଦଳକୁ କୋଚ୍ ହରିଶ ବେହେରା ପ୍ରଶିକ୍ଷଣ ଦେଇଥିଲେ, ଯିଏ ଉତ୍କଳ ବାଳକ ଓ ବାଳିକା ଆଶ୍ରମର ପିଲାମାନଙ୍କୁ ତାଇକଣ୍ଡୋ, ପେଞ୍ଚାକ ସିଲାଟ, ବକ୍ସିଂ ସହିତ ବିଭିନ୍ନ ଖେଳରେ ପ୍ରସ୍ତୁତ କରୁଛନ୍ତି ! ଏହି ଉପଲକ୍ଷେ ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ ପଟ୍ଟନାୟକ ଏବଂ ଆଶ୍ରମର କର୍ମଚାରୀ ଓ ସମସ୍ତ ଅଧିକାରୀମାନେ ଖେଳାଳିମାନଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ଜଣାଇଛନ୍ତି ! ଦଳ ସହିତ ସୁଭବ୍ରତ ସାହୁ ଓ ବି. ରଜା କୁମାରୀ ( ଖେଳ ଶିକ୍ଷକ-ଶିକ୍ଷୟିତ୍ରୀ ) ଯାଇଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ