।। ୫୦୦ ଟଙ୍କିଆ ନକଲି ନୋଟ୍‌ ଜବତ:ସହ ଦୁଇ ଅଭିଯୁକ୍ତ ଗିରଫ ।।

Mar 28, 2024 - 15:34
 0  13
।। ୫୦୦ ଟଙ୍କିଆ ନକଲି ନୋଟ୍‌ ଜବତ:ସହ ଦୁଇ ଅଭିଯୁକ୍ତ ଗିରଫ ।।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଲକ୍ଷାଧିକ ନକଲି ନୋଟ୍‌ ଜବତ ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ପାଟଣାଗଡ଼ ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ , ଭଇଁଷା ଗ୍ରାମରେ ପ୍ରହରୀ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ ୫୦୦ ଟଙ୍କିଆ ନକଲି ନୋଟ ଗୋଟିଏ ଦୋକାନରେ ଚଳପ୍ରଚଳ କରୁଥିବା ସମୟରେ ସ୍ଥାନୀୟ ସରପଞ୍ଚ ନୋଟକୁ ଦେଖି ନକଲି ନୋଟ ହୋଇଥିବା ସନ୍ଦେହ କରି ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଭଇଁଷା ଗ୍ରାମର ବରୁଣ ପାନୁଆନ ଘରେ ଚଢାଉ କରି ୨୭୪ଟି ନକଲି ୫୦୦ ଟଙ୍କିଆ ନୋଟ, କମ୍ପ୍ୟୁଟର, ପ୍ରିଣ୍ଟର, ନକଲି ନୋଟ ପାଇଁ ବ୍ୟବହାର କରୁଥିବା ପେପର ଓ ବ୍ୟବହୃତ ସାହି ଜବତ କରି ପାଟଣାଗଡ଼ ଥାନାକୁ ଆଣିଥିଲେ ।ଯାହାର ମୂଲ୍ୟ ୧ ଲକ୍ଷ୍ୟ ୩୭ ହଜାର ଟଙ୍କାର ସୂଚନା ଦେଇଛନ୍ତି ପାଟଣାଗଡ ଏସ , ଡି ,ପି, ଓ, ଘଟଣାର ଅଧିକ ତଦନ୍ତ କରିବା ପରେ ଦେଓଗାଁ ଥାନା ବୁଢାବାହଲ ଗ୍ରାମର ରୋହିତ ବସ୍ତିଆ ନକଲି ନୋଟ ରେକେଟରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ଉକ୍ତ ଘଟଣାରେ ଦୁଇଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ କେଉଁ କେଉଁ ଲୋକ ସମ୍ପୃକ୍ତ ଅଛନ୍ତି ଆହୁରି ତଦନ୍ତ କରୁଥିବା ପାଟଣାଗଡ଼ ଏସ୍‌ଡ଼ିପିଓ ସଦାନନ୍ଦ ପୁଝାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାର୍ଷ୍ଟ୍ ନ୍ୟିଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ