୪ ଜଣ ଛତିଶଗଡି ମାଓବାଦୀ ଙ୍କ ଆତ୍ମ ସମର୍ପଣ : ବନ୍ଧୁକ,ଜୀବନ୍ତ ଗୁଳି ଏବଂ ବହୁ ମାଓ ସାମଗ୍ରୀ ଜବତ
କନ୍ଧମାଳ,(ଫାଷ୍ଟ ନ୍ୟୁଜ ଓଡିଶା): ଅତି ଶୀଘ୍ର ହେବ କନ୍ଧମାଳ ମାଓ ମୁକ୍ତ ଜିଲ୍ଲା। ଏନେଇ ଜୋର ଯାର ପ୍ରସ୍ତୁତି ଚଳାଇଛନ୍ତି କନ୍ଧମାଳ ପୋଲିସ, ସିଆରପିଏଫ ଓ ବି ଏସ ଏଫ ଯବାନ ମାନେ। ଏହି କ୍ରମ ରେ ଶୁକ୍ରବାର ଦକ୍ଷିଣାଞ୍ଚଳ ଆଇଜି ପୋଲିସ ନୀତି ଶେଖର ଓ କନ୍ଧମାଳ ଏସପିଙ୍କ ନିକଟରେ 4 ଅଣଓଡ଼ିଆ କେକେବିଏନ ଡିଭିଜନ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଚାରି ମାଓବାଦୀ ଛତିଶଗଡ଼ ଅଞ୍ଚଳର ହୋଇଥିବା ଜଣାପଡିଛି l ଏହି ୪ ଜଣ ମାଓବାଦୀ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିବା ସହ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ବହୁ ମାଓ ସାମଗ୍ରୀ ସହିତ ଆତ୍ମ ସମର୍ପଣ କରିଛନ୍ତି l ଏଥିରେ ରହିଛି ଏସଲାର ବନ୍ଧୁକ ଗୋଟିଏ, ୩୦୩ ବନ୍ଧୁକ ଦୁଇଟି, ବରବୋର ବନ୍ଧୁକ ଗୋଟିଏ, ଏସଲାର ଜୀବନ୍ତ ଗୁଳି ୧୬ ଟା, ୩୦୩ ଜୀବନ୍ତ ଗୋଳି ୨୨ ଟି, ୧୨ ବୋର ଜୀବନ୍ତ ଗୋଳି ୪ ଟା, ୱାକି ଟକି ଦୁଇଟା, ମେଡ଼ିସିନ, ବିଦ୍ୟୁତ ତାର ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ରହିଛି l ଏହି ଚାରି ଜଣକ ମଧ୍ୟରେ ଜଣେ ପୁରୁଷ ଓ ତିନି ଜଣ ମହିଳା ମାଓବାଦୀ ଅଛନ୍ତି l ସେମାନେ ହେଲେ ୧. ଗଙ୍ଗା କୁଞ୍ଜମୀ ଓରଫ ଜିତେନ୍, ୨. ମୁଚାକି ମାସେ ଓରଫ ସୁମିତ୍ରା ୩. ଚୋମାଳୀ କୁଞ୍ଜମ ଓରଫ ଶାନ୍ତିଲା ଓ ଅନ୍ୟ ଜଣେ ହେଲେ ୪. ବନ୍ଦୀ ମାଧବୀ ଓରଫ ମାଳତୀ l ଏହି ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ଆଜି ଆଇଜି ପୁଲିସ ନୀତି ଶେଖର, କନ୍ଧମାଳ ଏସ ପି ହରିଶ ବିଶି, ବିଏସଫ ଆଧିକାରୀ ଅଜୟ କୁମାର, ବି ଏସ ଏଫ କମାଡେଣ୍ଟ ମାନସ ରଞ୍ଜନ ପଣ୍ଡା, ଓ ସି ଆର ପି ଏଫ କମାଡେଣ୍ଟ ସଂଜୀବ ଟିଏମ ଙ୍କ ସମ୍ମୁଖରେ ଅସ୍ତ୍ର ତ୍ୟାଗ କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାପାଇଁ ଆତ୍ମସମର୍ପଣ କରିଥିଲେ l ଆଇ ଜି ନୀତି ଶେଖର ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି ଯେ, ଯେଉଁମାନେ ବର୍ତ୍ତମାନ ମାଓ ସଂଗଠନ ସହ ସାମିଲ ଅଛନ୍ତି ସରକାର ଙ୍କ ଆତ୍ମ ସମର୍ପଣ ନୀତି ଜରିଆରେ ରେ ପୋଲିସ ପାଖରେ ଆତ୍ମସମର୍ପଣ କରେ ମାଓବାଦୀ ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ପାଇବା ସହ ସମାଜର ମୁଖ୍ୟ ସୋତ୍ରରେ ସେମାନେ ସାମିଲ ହୋଇପାରିବେ ବୋଲି ଆହ୍ୱାନ ଦେଇଛନ୍ତି।
କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0