।। ୨୨୦ କୋଟି ଟଙ୍କାର କୋକେନ ଜବତ ,ଗିରଫ କେହିବି ନୁହେଁ ।।

ପାରାଦୀପ ତା ୨/୧୨/୨୩(ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ବିପୁଳ ପରିମାଣ ର କୋକେନ ଜବତ )| ୨୨ ଟି ପ୍ୟାକେଟ ରେ ଥିବା ୨୦ କେଜି ର କୋକେନ ଯାହାର ମୂଲ୍ୟ ୨୨୦ କୋଟି ଟଙ୍କା ହେବ ତାହାକୁ ଏକ ବିଶେଷ ସୁତ୍ରରୁ ଖବର ପାଇ ପାରାଦୀପ ସୀମା ଶୁଳ୍କ ଅର୍ଥାତ କଷ୍ଟମ ବିଭାଗ ଜବତ କରିବାରେ ସଫଳ ହୋଇଛି | ପାନାମା ଦେଶର ଜାହାଜ ଏମ ଭି ଦେବୀ ରେ ଏହି କୋକେନ ଜବତ ହୋଇଥିବା ବେଳେ ସମସ୍ତ କ୍ରିୟୁ ମେମ୍ବର ଙ୍କ ସହ ଜାହାଜ ର କ୍ୟାପଟେନ ଙ୍କୁ ପଚରା ଉଚରା ଚାଲିଛି | ଇଣ୍ଡୋନେସିଆ ର ଗ୍ରେସିକ ବନ୍ଦର ରୁ ଏହା ଆସିଥିବା ବେଳେ ପାରାଦୀପ ବନ୍ଦର ମଧ୍ୟରେ ଥିବା ପି ଆଇ ସି ଟି ରୁ ଜାହାଜ ରେ ପଣ୍ୟ ଲୋଡିଂ ଚାଲିଥିଲା ଓ ସେଠାରୁ ଜାହାଜ ଟି ଡେନମାର୍କ ଯିବାକୁ ଥିବାବେଳେ ଏହା କଷ୍ଟମ ବିଭାଗ ହାବୁଡରେ ପଡ଼ିଯାଇଛି | ଗତକାଲି ରାତିରେ ୮ ପ୍ୟାକେଟ କୋକେନ ଜବତ ହୋଇଥିବା ବେଳେ ଆଜି ଜାହାଜ ରେ ସନ୍ଧାନୀ କୁକୁର ଦ୍ଵାରା ତଦନ୍ତ କରିବାପରେ ଆଜି ପୁଣି ଉକ୍ତ ଜାହାଜ ରୁ ୧୪ ପ୍ୟାକେଟ ସମୁଦାୟ ୨୨ ପ୍ୟାକେଟ କୋକେନ ମିଳିଛି | ଏହାର ମୂଲ୍ୟ ୨୨୦ କୋଟି ଟଙ୍କା ,ଥିବାବେଳେ ଗୋଟିଏ ଦେଶ ରୁ ଆଉ ଗୋଟିଏ ଦେଶ କୁ କୋକେନ କାରବାର ଭାୟା ପାରାଦୀପ ଦେଇ ଯାଉଥିବା ସ୍ପଷ୍ଟ ହୋଇଛି | ତେବେ ଏହି କାରବାର ରେ ଆନ୍ତର୍ଜାତୀୟ ରାକେଟ ଥିବା ଓ ଅନେକ ସମୟରେ କୋଟି କୋଟି ଟଙ୍କା ର ନିଶା କାରବାର ହେଇଥିବା ସନ୍ଦେହ ଆହୁରି ଘନୀଭୂତ ହୋଇଛି |
(ପାରାଦୀପ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।
What's Your Reaction?






