।। ଡ଼ୁମରପାଣିଠାରେ ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ଼ ପ୍ରତିଯୋଗୀତା ଅନୁଷ୍ଠିତ ।।

Nov 3, 2023 - 15:25
 0  14
।। ଡ଼ୁମରପାଣିଠାରେ ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ଼ ପ୍ରତିଯୋଗୀତା ଅନୁଷ୍ଠିତ ।।

ନୂଆପଡା : ( କୋରାପୁଟ ପ୍ରଥମ ଖବର) ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ଼ ପ୍ରତିଯୋଗୀତା ସ୍ଥlନୀୟ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଡ଼ୁମରପାଣିଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତାରେ ନୂଆପଡା ବ୍ଲକର ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୈତରାମ ନାଏକ ସଭାପତିତ୍ୱ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ପପୁଲେସନ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ଉପରେ ଆଧାରିତ ଏହି କୁଇଜ ପ୍ରତିଯୋଗିତାରେ ସିନିଅର ବିଭାଗ ରୁ 20 ଜଣ ପ୍ରତି ଯୋଗୀ ଏବଂ ଜୁନିଅର ବିଭାଗର 70 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ବରିଷ୍ଠ ବିଭାଗରୁ ପ୍ରଥମ ସ୍ଥାନରୁ ଅଶୋର୍ୟl ପାଣ୍ଡେ, ଓଡିଶା ଆଦର୍ଶ ବିଦ୍ୟାଳୟ, ନେଗୀପାଲି ଏବଂ ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆପଡା l ବିଷୟ ସ୍ଥାନରୁ ଆଶିଷ ପ୍ରିୟାଂଶୁ ସାହୁ, ଚୟନ ତଥା ଜୁନିଅର ବିଭାଗରୁ ପ୍ରଥମ ସ୍ଥାନରେ ୟୌଗେଶ ସାହୁ ଓଡିଶା ଆଦର୍ଶ ବିଦ୍ୟାଳୟ, ନେଗୀପାଲି, ତୃତୀୟ ସ୍ଥାନରେ ସିଦ୍ଧାର୍ଥ ମହାନ୍ତି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁଣ୍ଡl ଗାଁ, ଚୟନିତ ହୋଇ ଆସନ୍ତା ନଭେମ୍ବର 4 ତାରିଖରେ ଜ଼ିଲ୍ଲା ସ୍ଥରୀୟ ବ୍ଲକ ପ୍ରତିଯୋଗିତରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ l ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଟି ବିଜ୍ଞାନ ମଞ୍ଚର ସଦସ୍ୟ ମାନେ ଶ୍ରୀ ସୁଶାନ୍ତ ଯୋଶୀ ପରିଚାଳନା କରିଥିଲେ l ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌରଭ ସା ରବୀନ୍ଦ୍ର ମହାରଣା, ଅରୁଣ ସାହୁ, ସୁଶାନ୍ତ ମୁଣ୍ଡ, ପଦ୍ମାଳୟା ମହାରଣା, ପ୍ରତିଭା ଦାସ, ରଂଜିତା ପଣ୍ଡା, ଭବାନି ଯୋଶୀ, ଜୀବନ ଯୋଶୀ, କିଶୋର ପରିଡା, ଆଲୋକ ସାହୁ, ତଥା ବିଦ୍ୟାଳୟର ସମସ୍ଥ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଜଗନ୍ନlଥ ଗଜେନ୍ଦ୍ର ସିଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡ଼ା ରୁ ବିଶ୍ୱନାଥ ସମାଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ