ହତ୍ୟା କାରୀଙ୍କୁ ଗିରଫ କରିବା ଦାବିରେ ରାସ୍ତା ରୋକ୍

Nov 12, 2024 - 21:52
 0  7
ହତ୍ୟା କାରୀଙ୍କୁ ଗିରଫ କରିବା ଦାବିରେ ରାସ୍ତା ରୋକ୍

ପାଟଣାଗଡ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ଜ୍ଞାନ ପ୍ରକାଶ ବେହେରା ଗତ ଅକ୍ଟୋବର 14 ତାରିଖ ଦିନ ନିଖୋଜ ଥିଲେ। ପରେ ପରିବାର ଲୋକେ ବେଲପଡା ଥାନା ରେ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ବେଲପଡ଼ା ପୋଲିସ ଅଭିଯୋଗ କୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିବାବେଳ ଥୁଡ଼ିବାହାଲ ବୁଢ଼ା ଡଙ୍ଗର ପାହାଡ ରୁ ଜ୍ଞାନ ପ୍ରକାଶ ବେହେରା ଙ୍କ ମୃତ ଦେହ ଉଦ୍ଧାର କରିଥିଲା ବେଲପଡ଼ା ପୋଲିସ। ପରେ ପରିବାର ଲୋକେ ଜ୍ଞାନ ପ୍ରକାଶ ବେହେରା ଙ୍କ ମୃତ ଦେହ ପାହାଡ ଉପରେ ପଡ଼ିଥିବାରୁ ଜ୍ଞାନ ପ୍ରକାଶ କୁ କେହି ହତ୍ୟା କରି ଫିଙ୍ଗି ଦେଇଛି ତୁରନ୍ତ ଜ୍ଞାନ ପ୍ରକାଶ ବେହେରା ଙ୍କୁ ହତ୍ୟା କରିଥିବା ହତ୍ୟା କାରୀଙ୍କୁ ଗିରଫ କରାଯାଉ ବୋଲି ଦାବୀ କରିଆସୁଥିଲେ। ଜ୍ଞାନ ପ୍ରକାଶ ବେହେରା ଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ହତ୍ୟା କାରି ଙ୍କୁ ବେଲପଡ଼ା ପୋଲିସ ଗିରଫ ନକରିବାରୁ ଆଜି ସଲଣ୍ଡି ଗ୍ରାମବାସୀ ସଲଣ୍ଡି ରେ ଠାରେ ପାଟଣାଗଡ କଣ୍ଟାବାଞ୍ଜି ରାସ୍ତା ରୋକ୍ କହିଛନ୍ତି। ଯେ ପର୍ଯ୍ୟନ୍ତ ହତ୍ୟା କାରୀଙ୍କୁ ଗିରଫ ନକରାଯିବା ସେ ପର୍ଯ୍ୟନ୍ତ ସେପର୍ଯ୍ୟନ୍ତ ରସ୍ତା ରୋକ୍ ରୁ ହଟିବ ନି ବୋଳି ଦାବୀ କହିଛନ୍ତି ମୃତକ ଙ୍କ ପରିବାର। ତା ପରେ ରାସ୍ତା ରୋକ୍ ଜାଗାରେ ପାଟଣାଗଡ S D PO sadananda pujhari and Additional Sp Balangir ଲୋକୋ ମାନଙ୍କୁ ଅନୁରୋଧ କରି କହିଛନ୍ତି ବହୁତ ଶୀଘ୍ର ହତ୍ୟା କରୀ କୁ ଦଣ୍ଡ ଦିଆଯିବ, ତା ପରେ ରାସ୍ତା ରୋକ୍ ବନ୍ଦ୍ ହୋଇଥିଲା ।

ବେଲପଡ଼ାରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ