ସ୍ଵତନ୍ତ୍ର ବିଦ୍ୟାଳୟ ଆଶା କିରଣ କୁ ପରି ଦର୍ଶନ କଲେ ଜିଲ୍ଲାପାଳ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୩୦.୦୭.୨୦୨୫ ରିଖ: "ଆଶା କିରଣ" ସ୍ଵତନ୍ତ୍ର ବିଦ୍ୟାଳୟକୁ ଅଚାନକ ନବରଙ୍ଗପୁର ଜିଲ୍ଲାପାଳ ପରି ଦର୍ଶନ କରିଥିଲେ ! ପ୍ରକାଶ ଥାଉ କି ନବରଙ୍ଗପୁର ଜିଲ୍ଲାରେ ଏହି କିଛି ଦିନ ପୂର୍ବେ ନୂତନ କରି ଜିଲ୍ଲାପାଳ ଭାବରେ ଡଃ ମହେଶ୍ୱର ସ୍ୱାଇଁ, ଆଇ.ଏ.ଏସ ଯୋଗ ଦେଇଛନ୍ତି ! ଆଜି ଠିକ୍ ଚାରିଟା ବେଳେ ସ୍ଵତନ୍ତ୍ର ବିଦ୍ୟାଳୟ ପରି ଦର୍ଶନ କରି ପିଲାଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିଲେ ! ସେମାନଙ୍କ ପାଠ ,ସେମାନଙ୍କ ପୁନଃ ଥଇଥାନ ବିଷୟ ରେ ପଚାରି ଥିଲେ ! କର୍ମଚାରୀ ଙ୍କ ସମସ୍ତ ସମସ୍ୟା ଓଡ଼ିଶା ସରକାର ଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଭୁବନେଶ୍ୱର ଓଡ଼ିଶା ଙ୍କ ଦୃଷ୍ଟି ଗୋଚର କୁ ନେଇ କମ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି କହିଥିଲେ ! ଏହି ସମୟରେ ପିଲାଙ୍କ ହଷ୍ଟେଲ ,ଶ୍ରେଣୀ ଗୃହ , ବୈଷୟିକ କକ୍ଷ ମଧ୍ୟ ପରି ଦର୍ଶନ କରି ଏହାର ରକ୍ଷଣା ବେକ୍ଷଣ କଥା ବୁଝି ଥିଲେ ! ପିଲାଙ୍କ ଦ୍ଵାରା ତିଆରି ହୋଇଥିବା ମହମ ବତୀ,ଫିନାଇଲ ଏବଂ କାଗଜ ତିଆରି ଫୁଲ ତୋଡା ଦେଖି ଖୁସି ବ୍ୟକ୍ତ କରିଥିଲେ ! ପିଲାଙ୍କ ଦ୍ଵାରା ତିଆରି କାଗଜ ଫୁଲତୋଡ଼ା କୁ ଜିଲ୍ଲାରେ ହେବାକୁ ଥିବା ଅଫିସିଆଲ୍ ପ୍ରୋଗ୍ରାମ ଗୁଡିକରେ ଦିଆଯିବା ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ! ଆଗାମୀ ଦିନରେ ଗୁଡ଼ିକ ରେ ମୁଁ ପିଲାଙ୍କ କ୍ଲାସ ନେବି ବୋଲି କହିଥିଲେ ! ପିଲାଙ୍କୁ କଦଳୀ ବିସ୍କୁଟ ଏବଂ ମିଠା ପ୍ରଦାନ କରିଥିଲେ ! ପିଲାଙ୍କ ନିମନ୍ତେ ଓଡ଼ିଶା ସରକାର ଙ୍କ ସାମାଜିକ ସୁରକ୍ଷା ବିଭାଗ ର ଟଙ୍କାରେ ତିଆରି ହୋଇଥିବା ସ୍କୁଲ ଡ୍ରେସ୍ ବଣ୍ଟନ କରିଥିଲେ ! ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଏଲିଜାବେଥ ଗରୋଡା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏ ଧନଞ୍ଜୟ ରାଓ ,ସମେତ ଅନେକ ଅଫିସର୍ ଯୋଗ ଦେଇଥିଲେ ! ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ସମେତ ଆଶା କିରଣ ର ସମସ୍ତ କର୍ମଚାରୀ ତଥା ସନ୍ଧ୍ୟାରାଣି ବେହେରା,ଶାନ୍ତି ପଣ୍ଡା,ରୀଙ୍କୁରାଜ୍ ବେହେରା,ରଶ୍ମିତା ପ୍ରଧାନ,ପାର୍ବତୀ ଜାନୀ,ଈଶ୍ୱର ବାଞ୍ଜରା ,ଏବଂ ରଶ୍ମିତ୍ ଧାନଫୁଲ ଉପସ୍ଥିତ ରହିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






