।। ସ୍ବାମୀ ଗଲେ ଦାଦନ ଖଟି ସ୍ତ୍ରୀ ଉପରେ ହେଲା ବଳାତ୍କାର ।।

May 21, 2024 - 12:01
 0  138
।।  ସ୍ବାମୀ ଗଲେ ଦାଦନ ଖଟି ସ୍ତ୍ରୀ ଉପରେ ହେଲା ବଳାତ୍କାର ।।

ତାଙ୍କର ସ୍ବାମୀ ନ ଥିବା ସମୟରେ ଫାଇଦା ଉଠାଇ ବଳାତ୍କାର କରିଥିବା ଅଭିଯୋଗ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଳାଭଟା ପଞ୍ଚାୟତ ଟିଙ୍ଗୋପଖାନ ଗ୍ରାମ ର ପୂର୍ଣ୍ଣମୀ ମାଝୀ ବୟସ (୨୫) ଗତ ୨୨/୦୪ ୨୦୨୪ ରିଖ ଦିନ ବାହା ଭୋଜି ଚାଲିଥିବା ସମୟରେ ତାଙ୍କର ଗ୍ରାମର ଅରୁଣ ମାଝୀ ବୟସ (୨୮) ସମ୍ପର୍କରେ ଦେଢ଼ସୁର ତାଙ୍କୁ କାମ ଅଛି କହି ଘର ଭିତରକୁ ଆସିବାକୁ କହିଥିଲେ । ଭିତରକୁ ଯିବା ପରେ ମୁଁହ ଓ ହାତ କୁ ଗାମୁଛା କପଡାରେ ବାନ୍ଧି ଜୋର୍ ଜବର୍ଦସ୍ତ୍ ଘର ପାଖ ଜଙ୍ଗଲକୁ ଟେକି ନେଇ ବଳାତ୍କାର କରିଥିଲା। ଯଦି ଏହି ବିଷୟରେ କାହାକୁ କହିଲେ ଜୀବନରୁ ମାରି ଦେବୀ ବୋଲି ପୂର୍ଣ୍ଣମୀ ମାଝୀ କୁ ଧମକ ଦେଇଥିଲା ଯାହା ଫଳରେ କାହାକୁ କିଛି ଜନେଇ ନ ଥିଲେ । ଗାଁ ରେ ଚର୍ଚ୍ଚା ହେବା ପରେ ସେ ଝିଅ ନିଜ ବାପ ଘରକୁ ଜାମଚୁଆଁ ଆସିଥିଲେ ।ମା ବାପା କୁ ଏବଂ ସ୍ୱାମୀକୁ କହିବା ପରେ ଗତକାଲି ଥାନା ରେ ଅଭିଯୋଗ କରିଥିଲେ ହେଲେ ଆଜି ସକାଳ ପାଇବା ଭିତରେ ଅଭିଯୋଗ କାରିଣୀ ପୂର୍ଣ୍ଣମୀ ମାଝୀ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଘଟଣାସ୍ଥଳରେ ପୋଲିସ ଆସି ତଦନ୍ତ ଆରମ୍ଭ ହୋଇଛି।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପର୍ଟ FIRST NEWS ODISHA।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ