।। ସ୍କୁଲ ରୁ ଚୋରି କରୁଥିବା ଚୋର ଙ୍କୁ ପୁଲିସ ଜିମା ଦେଲେ ଗ୍ରାମବାସୀ।।

Aug 13, 2023 - 12:13
 0  29
।। ସ୍କୁଲ ରୁ ଚୋରି କରୁଥିବା ଚୋର ଙ୍କୁ ପୁଲିସ ଜିମା ଦେଲେ ଗ୍ରାମବାସୀ।।

ବଲାଙ୍ଗୀର ଜିଲ୍ଲା:(କୋରାପୁଟ ପ୍ରଥମ ଖବର )ତୁରେକେଲା ବ୍ଲକ ଅନ୍ତର୍ଗତ ବଦବଙ୍କି ଗାଁ ରେ ସ୍କୁଲର କବାଟ ଓ ଝରକା ଚୋରି କରୁଥିବା ଚୋର ଙ୍କୁ ପୁଲିସ କୁ ଜିମା ଦେଲେ ଗ୍ରାମବାସୀ ।

ଏମିତି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କୀ ଗାଁ ର ସ୍କୁଲ ରେ । ଗତକାଲି ବିଳମ୍ବିତ ରାତ୍ରିରେ ଅଭିଯୁକ୍ତ ବଂଶୀ ନିଆଲ ଓ ଲୋକନାଥ ମାଝୀ ଚୋରି କରିବାକୁ ଯାଇଥିବା ବେଳେ ଗାଁ ଲୋକ ଙ୍କ ଦ୍ଵାରା ଧରାପଡିଥିଲେ ।

ଗାଁ ଲୋକେ ଚୋର ଙ୍କୁ ଉଚିତ ମଧ୍ୟମ ଦେଇ ତୁରେକେଲା ଥାନା ରେ ଜିମା ଦେଇଛନ୍ତି ବୋଲି ଜଣାପଡିଛି ।ଏ ନେଇ ତୁରେକେଲା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଆମ ପ୍ରତିନିଧି ଭାରାପ୍ରାପ୍ତ ଥାନା ଅଧିକାରୀଙ୍କୁ ପଚାରିବାରୁ ଆଇ,ପି,ସି ,ନମ୍ବର ୧୮୬୦,ଏ ୪୫୭,୩୮୦/୩୪ ଅନୁଯାୟୀ କୋଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଥିଲେ ।

ତୁରେକେଲା ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ