ସୁଭଦ୍ରା ଶକ୍ତି ମେଳା-୨୦୨୬ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଷ୍ଟଲ୍ ଉଦଘାଟନ ଏବଂ ବାଲ୍ୟ ବିବାହ ବିଷୟରେ ନାଟକ ପରିବେଷଣ ଅନୁଷ୍ଠିତ
ନୂଆପଡା ; ସିଲଦା ସ୍ଥିତ ନ୍ୟାସନାଲ କଲେଜ୍ ପଡ଼ିଆରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା-୨୦୨୬ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଷ୍ଟଲ ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା ଓକିଲ ସଂଘ ସଚିବ ପ୍ୟାରିଲାଲ ଦେୱାଙ୍ଗନ, ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଉପମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ଅଧିବକ୍ତା ଶଙ୍କର ସୁନା, ଜୟକୁମାର ନିଶାଦ୍, ଲୋକନାଥ ବାଗ, କୁଞ୍ଜ ବିହାରୀ ବାଗ, ଅଜୟ ଶର୍ମା ଏବଂ ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଚିବ ନବନୀତା ଦାଶ ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟଶୈଳୀ, ମାଗଣା ଆଇନ ସେବା, ବିକଳ୍ପ ବିବାଦ ସମାଧାନ ପ୍ରକ୍ରିୟା, ସ୍ଥାୟୀ ଲୋକ ଅଦାଲତ ଓ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଉପଲବ୍ଧି ଜନତାଙ୍କ ପାଖକୁ ପହଞ୍ଚାଇବା ଏହି ଷ୍ଟଲର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ସେ ମଧ୍ୟ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଷ୍ଟଲକୁ ଆସି ମାଗଣା ଆଇନ ସହାୟତା ଏବଂ ଉପଦେଶ ନେବାକୁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ । ଜିଲ୍ଲା ଆଇନ ସେବାର ବିଭିନ୍ନ ଉପଲବ୍ଧି ଚିତ୍ର ମାଧ୍ୟମରେ ଏହି ଷ୍ଟଲ ରେ ପ୍ରଦର୍ଶିତ କରାଯାଇଛି । ସେହିପରି ମେଳାର ଉଦଯାପନୀ ଉତ୍ସବ ଦିନ ଷ୍ଟଲ୍ ରେ ମୂଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପାରମିତା ମହାପାତ୍ର, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ରେଜିଷ୍ଟ୍ରାର ସୌଭାଗ୍ୟ ରଞ୍ଜନ ପ୍ରଧାନ, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଓକିଲ ସଂଘ, ନୂଆପଡ଼ାର ମିଳିତ ଆନୁକୂଲ୍ୟରେ ବାଲ୍ୟ ବିବାହ ନିରାକରଣ ଉପରେ ଆଧାରିତ ଏକ କ୍ଷୁଦ୍ର ନାଟକ 'ଶିକ୍ଷା ଆଗେ, ବିହା ପଛେ' ପରିବେଷଣ କରାଯାଇଥିଲା । ଉକ୍ତ ନାଟକରେ ଓକିଲଗଣ, ଜିଲ୍ଲା ଅଦାଲତର କର୍ମଚାରୀ ଓ ପ୍ରାଧିକରଣର ଅଧିକରମିତ୍ରଗଣ ଅଂଶଗ୍ରହଣ କରିଥିଲେ ଜିଲ୍ଲା ଓକିଲ ସଂଘର ସଭାପତି କ୍ଷିତୀଶ ବୋଧନକର ମଂଚ ସଂଚାଳନ କରିଥିଲେ । ନାଟକଟି ଉପସ୍ଥିତ ଲୋକମାନଂକ ମନକୁ ବେଶ ଛୁଇଁ ପାରିଥିଲା । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0