।। ସୁନାବେଡ଼ା ଏସ୍ ଡି ପି ଓ ସୁମିତ୍ରା ଜେନାଙ୍କ ନିର୍ଯାତନା ସହି ନପାରି:ଉପରିସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହେଲେ ସାମ୍ବାଦିକ ।।

Aug 14, 2025 - 12:23
Aug 14, 2025 - 12:25
 0  241
।। ସୁନାବେଡ଼ା ଏସ୍ ଡି ପି ଓ ସୁମିତ୍ରା ଜେନାଙ୍କ ନିର୍ଯାତନା ସହି ନପାରି:ଉପରିସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହେଲେ ସାମ୍ବାଦିକ ।।

ମଙ୍ଗଳବାର ସୁନାବେଡ଼ା ଏସ୍ ଡି ପି ଓ ସୁମିତ୍ରା ଜେନା ଙ୍କ ବିରୁଦ୍ଧରେ ମାନସିକ ଯନ୍ତ୍ରଣା ଅଭିଯୋଗ କରି ଉପସ୍ଥିତ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । ଖବର ମୁତାବକ ମଙ୍ଗଳବାର ସକାଳ ୧୧ ସମୟରେ ଗୋଟିଏ ପ୍ରମୁଖ ଖବର କାଗଜର ସେମିଳିଗୁଡ଼ା ଓ ସୁନାବେଡ଼ା ଅଞ୍ଚଳର ଦୁଇ ସାମ୍ବାଦିକଙ୍କୁ ଅଧିକାରୀଣି ଜଣକ ସେମିଳିଗୁଡ଼ା ଥାନାକୁ ଡକାଇ ଅପମାନ ସହ ମାନସିକ ଯନ୍ତ୍ରଣା ଦେଇଥିଲେ । ଅଧିକାରୀଣି ଉଭୟ ସାମ୍ବାଦିକଙ୍କ ସହ ଖୁନିଆସାମୀଙ୍କ ଭଳି ବ୍ଯବହାର କରିବା ସହ ମାନସିକ ନିର୍ଯାତନା ଦେଇଥିଲେ । ଏଥିସହ ଏସ୍ ପି ଙ୍କ ନାଁ ନେଇ ଗୁଡାଏ କଥା କହି ଡରାଇଥିଲେ । ଯାହାକୁ ନେଇ ଜିଲ୍ଲାର ପ୍ରାୟ ୧୦ ରୁ ଅଧିକ ସାମ୍ବାଦିକ ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ଡ଼ା କନୱର ବିଶାଳ ସିଂ ଓ କୋରାପୁଟ ଏସ୍ ପି ରୋହିତ ବର୍ମାଙ୍କ ଦ୍ବାରସ୍ଥ ହୋଇଥିଲେ । ପ୍ରକାଶ ଥାଉ ଗତ ଜୁଲାଇ ମାସ ୩୧ ତାରିଖରେ ମାନ୍ୟବର ଅଦାଲତଙ୍କ ଆଦେଶନାମା କୁ ଆଧାର କରି ସେମିଳିଗୁଡ଼ା ତହସିଲଦାରଙ୍କ ଏକ ଖବର ପ୍ରକାଶ ପାଇଥିଲା । ଯେଉଁଥିରେ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ ଅଧିକାରୀଣି । ଦୁଇ କାର୍ଯ୍ଯରତ ସାମ୍ବାଦିକଙ୍କୁ ଏସ୍ ଡି ପି ଓ ସ୍ଉ ସୁମିତ୍ରା ଜେନାଙ୍କ ଏଭଳି ବ୍ଯବହାରକୁ ସମସ୍ତ ସାମ୍ବାଦିକ ସଙ୍ଘ ନିନ୍ଦା କରିଛନ୍ତି । ବୁଧବାର ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାମ୍ବାଦିକମାନେ ଏକାଠି ହୋଇ ଏକ ଅଭିଯୋଗ ପତ୍ର କୋରାପୁଟ ଏସ୍ ପି ,ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି, କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଦେଇଛନ୍ତି । ଏଥିସହ ରାଜ୍ଯ ପୋଲିସ ମହାନିର୍ଦ୍ଦେଶକ, ଓଡ଼ିଶା ମୂଖ୍ଯମନ୍ତ୍ରୀ ଓ ମୂଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ଯ ପଠାଇଛନ୍ତି । କୋରାପୁଟ ଏସ୍ ପି ଶ୍ରୀ ବର୍ମା ଘଟଣାର ତଦନ୍ତ କରିବାକୁ ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ଶ୍ରୀ ସିଂ ଏହାକୁ ଦୁର୍ଭାଗ୍ଯ ଜନକ କହିବା ସହ ଦୁଇଦିନ ମଧ୍ଯରେ ଏହା ସମାଧାନ ହେବ ବୋଲି କହିଛନ୍ତି । ତା'ଛଡା ସାମ୍ବାଦିକ ଓ ପୋଲିସ ମଧ୍ଯରେ ଏକ ସୁ ସମ୍ପର୍କ ରହିଛି ଓ ଏହା ସବୁବେଳେ ରହିବ ବୋଲି କହିଛନ୍ତି । ଆଗାମୀ ଦିନରେ ଯେପରି ଏହାର ପୁନରାବୃତ୍ତି ନହେବ ସେନେଇ ଆଲୋଚନା କରିବେ ବୋଲି କହିଛନ୍ତି । ଅଭିଯୋଗ ପତ୍ର ଦେବା ସମୟରେ ଧରିତ୍ରୀ ଖବର କାଗଜର ସେମିଳିଗୁଡ଼ା ପ୍ରତିନିଧି ବାସୁଦେବ ବରାଡ଼, ସୁନାବେଡା ପ୍ରତିନିଧି କୃତ୍ତିବାସ ପ୍ରଧାନ, ନନ୍ଦପୁର ପ୍ରତିନିଧି ତୁଷାର କାନ୍ତ ମହାନ୍ତି, ଲକ୍ଷ୍ମୀପୂର ପ୍ରତିନିଧି ଅନନ୍ତ ପ୍ରସାଦ ନାୟକ, ଜିଲ୍ଲା ପ୍ରତିନିଧି ଅମିତାଭ ବେହେରା ଙ୍କ ସମେତ ସୂର୍ଯ୍ୟ ନାରାୟଣ ପଣ୍ଡା, ସୌମ୍ୟ ରଞ୍ଜନ ସାହୁ, ଉତ୍ତମ କୁମାର ନାୟକ, ପବିତ୍ର ମୋହନ ସେଠି, ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ