।। ସିନ୍ଧିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଚାଲିଛି ପାଠ ପଢ଼ା ।।
ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆନୁଷଙ୍ଗିକ ସୁବିଧା ନ ଥିବାରୁ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଦେଖା ଦେଇଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୧୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ଶିକ୍ଷାଦାନ ନିମନ୍ତେ ୫ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ଶିକ୍ଷକ ବାଳସିଂ ମାଝୀ ପ୍ରଧାନ ଶିକ୍ଷକ, ଶ୍ରେଣୀ ଶିକ୍ଷକ ହେଲେ ହରେକୃଷ୍ଣ ସୁନାନୀ,ଚକ୍ର ଧର ଭୋଇ,ସୁକାନ୍ତ ଗୌଡ଼ ଜଣେ ଶିକ୍ଷୟିତ୍ରୀ କାମେନି ବେହେରା ପା ଇଛନ୍ତି। ତେବେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାମୁହିକ ଭୋଜନ କକ୍ଷର କୌଣସି ସୁବିଧା ନାହିଁ। ସେହିପରି ପିଇବା ପାଣିର ଘୋର ଅସୁବିଧା ରହିଛି। ଗୋଟିଏ ମାତ୍ର ନଳକୂପ ପିଲାଙ୍କ ଯଥେଷ୍ଟ ହେଉ ନ ଥିବା ବେଳେ ଟ୍ୟାପ ପାଣି ନିୟମିତ ପାଇବାରୁ ବଞ୍ଚିତ ହେଉଛନ୍ତି। ବିଜୁଳିର ଲୁଚକାଳି ଖେଳ ଯୋଗୁଁ ପାଣି ଟାଙ୍କି ପ୍ରାୟ ଖାଲି ହିଁ ରହୁଛି। ଯାହା ଦ୍ବାରା ପିଲାଏ ବାଧ୍ୟ ହୋଇ ନିକଟରେ ବୋହି ଯାଉଥିବା ନାଳର ଦୂଷିତ ଜଳ ଉପରେ ସବୁବେଳେ ନିର୍ଭର ରହିବା ସହିତ ସମସ୍ତ ପ୍ରକାର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ବିଦ୍ୟାଳୟର ଚାରିଆଡ଼େ ପାତେରୀ ନ ଥିବା କାରଣରୁ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ସମ୍ଭବ ହୋଇ ପାରୁ ନାହିଁ। ଗାଈଗୋରୁଙ୍କ ଅବାଧ ପ୍ରବେଶ ଯୋଗୁଁ ମୂଲ୍ୟବାନ ଗଛଲତା ନଷ୍ଟ ହୋଇ ଯାଉଛି। ପିଲାଙ୍କ ପାଇଁ ଲାଇବ୍ରେରୀରୁମ ଓ ବସିବା ପାଇଁ ବ୍ୟlଞ୍ଚ ମଧ୍ୟ କୌଣସି ସୁବିଧା ନ ଥିବା ଯୋଗୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳସିଂ ମାଝୀ କଣ କହୁଛନ୍ତି ଶୁଣିବା । ସରକାର ଏଥିପ୍ରତି ଦୃଷ୍ଟି ଦେଲେ ବିଦ୍ୟାଳୟରେ ଶିକ୍ଷାଦାନ ସହିତ ଏହାର ପାରିପାର୍ଶ୍ବିକ ଅବସ୍ଥାରେ ମଧ୍ୟ ପରିବର୍ତ୍ତନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବାକୁ ସହାୟକ ହୋଇ ପାରିବ ବୋଲି ଆଶା ପ୍ରକଟ କରିଛନ୍ତି l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0