ସାହିତ୍ୟରୁ ଲୁକ୍କାୟିତ ପ୍ରତିଭାର ବାସ୍ନା ବାହାରିଥାଏ ଶ୍ରୀହରି

Aug 26, 2024 - 17:29
 0  52
ସାହିତ୍ୟରୁ ଲୁକ୍କାୟିତ ପ୍ରତିଭାର ବାସ୍ନା ବାହାରିଥାଏ ଶ୍ରୀହରି

ବରୀ ଅଂଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ "ବରିଶ୍ରୀ "ର ୩୦ତମ ବାର୍ଷିକ ଉତ୍ସବ ସ୍ଥାନୀୟ ରମାଦେବୀ ଗୋପବନ୍ଧୁ ଚୌଧୁରୀ ଆଶ୍ରମ ଠାରେ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବ ରେ ସମାଜ ସେବୀ ତଥା ସାହିତିକ ଆଶୁତୋଷ ପରିଡା ସଭାପତି ତ୍ବ କରିଥିଲେ. ମୁଖ୍ୟ ଅତିଥି ଭାବେ ଶ୍ରୀହରି ଯୋଗଦେଇ ସାହିତ୍ୟରୁ ଲୁକ୍କାୟିତ ପ୍ରତିଭା ର ବାସ୍ନା ବାହାରି ଥାଏ ଓ ସାହିତ୍ୟ କେବେ ମୃତ ନୁହେଁ ଏହା ସମାଜର କଥା କହିବା ସହିତ ସମାଜକୁ ଦିଗ ଦର୍ଶନ ଦେଉଥାଏ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ସାହିତ୍ୟ ହେଉଛି ଏକ ଅନବଦ୍ୟ ସୃଷ୍ଟି ସାହିତ୍ୟକୁ ଛାଡି ସମାଜ ତ୍ରିଷ୍ଟି ରହିବା ସମ୍ଭବ ନୁହେଁ ବୋଲି ପ୍ରକାଶ କରିଥିଲେ. କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ମାନେ ସମ୍ପାଦକ ସୁମନ୍ତ କୁମାର ପଣ୍ଡା ଙ୍କ ର ସାହିତ୍ୟକୁ ବଞ୍ଚାଇ ରଖିବା କ୍ଷେତ୍ରରେ ଥିବା ପ୍ରୟାଶ କୁ କେବଳ ସାହିତ୍ୟିକ ମାନେ ନୁହେଁ ବରୀ ଅଂଚଳର ବୃଦ୍ଧି ଜୀବି, ଶିକ୍ଷବିତ୍ତ, ଓ ସାହିତ୍ୟିକ ମାନେ ସବୁଦିନ ପାଇଁ ମନେ ରଖିବେ ବୋଲି ପ୍ରକାଶ କରିଥିଲେ। ଏହି ୩୦ ତମ ବାର୍ଷିକ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଶରତ କୁମାର ରାୟ ଯୋଗ ଦେଇଥିବା ବେଳେ ଅନ୍ୟ ମାନ ଙ୍କ ମଧ୍ୟରେ ନବ ନିର୍ମାଣ କୃଷକ ସଂଗଠନ ର ଜିଲ୍ଲା ସଂଯୋଜକ ନିମାଇଁ ଚରଣ ରାୟ.ଧ୍ରୁବ ଚରଣ ଦାସ,ପ୍ରଭାସ କୁମାର ଦାସ. ବରିଷ୍ଠ ସାମ୍ବାଦିକ ହୃଷିକେଶ ଜେନା, ରମ୍ପା ପଂଚାୟତ ର ସରପଂଚ ମାନସ ଯେନା ଆଇନ ଜୀବି ଚିତ୍ତରଞ୍ଜନ ଓଝା,ପରମାନନ୍ଦ ବେହେରା. ବରୀଶ୍ରୀ କଳା ପଟ୍ଟା ର ଲେଖକ ଗୟାଧର ଯେନା, କବି ତଥା ସାହିତ୍ୟିକ ସବିତା ନାୟକ, ଉପସ୍ଥିତ ଥିବା ବେଳ ଶୁଶିଲ କୁମାର ଦାଶ, ସୁବ୍ରତ କୁମାର ପଢି ଆରି, ସୀତା ଅପାଙ୍କ ସମେତ ରମାଦେବୀ ଗୋପବନ୍ଧୁ ଆଶ୍ରମ ର କର୍ମ କର୍ତା ମାନେ ସହ ଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ସୂ ଚାରୁ ରୂପେ ସମ୍ପାଦିତ ହୋଇଥିବାରୁ ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ଅମୁଲ୍ୟ କୁମାର ପଣ୍ଡା ସମସ୍ତ କୁଂ ଧନ୍ୟବାଦ ଅର୍ପଣ କରିଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ