ସାରଙ୍ଗଗଡ଼ ଥାନା ମୁଣ୍ଡି କୂପା ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
କନ୍ଧମାଳ/କନୂଆଗାଁ, ୦୮/୦୬(ଫାଷ୍ଟ୍ ନ୍ୟୁଜ ଓଡ଼ିଶା)କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅଧୀନରେ ଥିବା ସଲାଗୁଡା ଗାଁ ନିକଟରେ ଥିବା ମୁଣ୍ଡିକୂପା ଜଙ୍ଗଲ ର ଏକ ଆମ୍ବ ଗଛରୁ ଜଣେ ଯୁବକଙ୍କ ମୃତ ଦେହ କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ସାରଙ୍ଗଗଡ଼ ପୋଲିସ I ମୃତ ଜଣକ ଫିରିଙ୍ଗିଆ ଥାନା ଉପର ଦାଣ୍ଡିକିଆ ଗାଁ ର ସ୍ବର୍ଗତ ନୀଳମ୍ବର କହଁର ଙ୍କ ପୁଅ କରୁଣାକର କହଁର ବୋଲି ଜଣାପଡିଥିବା ବେଳେ ସେ ଦୀର୍ଘ ବାର ବର୍ଷ ହେବ କେରଳ ର ଏକ କମ୍ପାନୀରେ ରହି କାମ କରି ଆସୁଥିଲେ I ସୂଚନା ଅନୁଆସାରେ ବୁଧବାର ଶଳାକୁ ସଲାଗୁଡା ଗାଁ ର କିଛି ଲୋକ ଜଙ୍ଗଲ କୁ କାଠ ଆଣିବା ପାଇଁ ଯାଇଥିବା ସମୟରେ ମୃତଦେହ ଝୁଲୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ I ଖବର ପାଇଁ ସାରଙ୍ଗଗଡ଼ ଥାନା ଅଧିକାରୀ ସ୍ମିତା ଜେନା ଏକ ଟିମ ସହ ସାଇଟିଫିକ ଟିମ କୁ ଘଟଣା ସ୍ଥଳରେ ପହଂଚି ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟ କୁ ପଠେଇ ଦେଇ ଅଧିକ ତଦନ୍ତ ଜାରିରଖିଛନ୍ତି I ସେପଟେ ଘଟଣାକୁ ନେଇ ସାରଙ୍ଗଗଡ଼ ଥାନା ରେ ୦୪/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରାଯାଇଥିବା ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି I ତେବେ ମୃତ ଯୁବକ ଜଣକ କାମକରିବା ପାଇଁ ଦୀର୍ଘ ବାର ରୁ ପନ୍ଦର ବର୍ଷ ଧରି କେରଳ ଯାଇ ନିଜ ଘରକୁ ଆସିନଥିବା ବେଳେ ହଠାତ ଏତେ ବର୍ଷ ପରେ ତାଙ୍କ ମୃତ ଦେହ ଜଙ୍ଗଲ ରୁ ଝୁଲନ୍ତା ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି I ଏହା ଆତ୍ମ ହତ୍ୟା ନା ତାଙ୍କୁ କିଏ ହତ୍ୟା କରି ଆତ୍ମ ହତ୍ୟା ର ରୁଦେବାକୁ ଚେଷ୍ଟା କରିଛି ତାହା ସନ୍ଦେହଘେରରେ ରହିଥିବା ବେଳେ ସାଇତିଫିକ ଟିମ ର ତଦନ୍ତ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ସମାନା କୁ ଆସିବ ଵୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ସ୍ମିତା ଜେନା I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0