।। ସାମାଜିକ ସଂଗଠନ ସମ୍ପର୍କ ତରଫରୁ ବୃକ୍ଷ ରୋପଣ:ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ଚାରା ଲଗାଇ ସଂକଳ୍ପ ନେଲେ ।।

Jul 31, 2024 - 21:20
 0  43
।। ସାମାଜିକ ସଂଗଠନ ସମ୍ପର୍କ ତରଫରୁ ବୃକ୍ଷ ରୋପଣ:ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ଚାରା ଲଗାଇ ସଂକଳ୍ପ ନେଲେ ।।

ନୂଆପଡା : ବର୍ତ୍ତମାନ ଦିନକୁ ଦିନ ବିଶ୍ୱ ତାପମାନ ଚିନ୍ତା ଜନକ ହୋଇଛି | ଏଥି ପାଇଁ ସମଗ୍ର ମାନବ ସମାଜକୁ ଆଗକୁ ଆସି ଏକ ବିପ୍ଳବ କରିବାକୁ ପଡିବ | ସମସ୍ତଙ୍କୁ ସଜାଗ ହୋଇ ନିଜ ପାଇଁ ଗଛ ଟିଏ ମର୍ମରେ ଗଛ ଲଗାଇବାକୁ ହେଵ ବୋଲି ସଂକଳ୍ପ ନେଇ ନୂଆପଡାର ଏକ ଅଗ୍ରଣୀ ସାମାଜିକ ସଂଗଠନ 'ସମ୍ପର୍କ' ତରଫରୁ ବୃକ୍ଷ ରୋପଣ ଅଭିଯାନ ଆରମ୍ଭ ହୋଇଛି | ବୁଧବାର ଦିନ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନରୁ ଏକ ଶୁଭ ମୁହୂର୍ତ୍ତରେ ଆରମ୍ଭ ହୋଇଛି | ସକାଳ ୮ଟାବେଳେ ସଭାପତି ଘନଶ୍ୟାମ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଦୀପ କୁମାର ସେଠ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ଅବସରରେ ମନ୍ତ୍ର ଉଚ୍ଚାରଣ ପରେ ଆନୁଷ୍ଠାନିକ ଭାବେ ସଂଗଠନ ତରଫରୁ ମୋଟ ୬ଗୋଟି ଫଳ ବୃକ୍ଷର ଚାରା ରୋପଣ କରାଯାଇଥିଲା | ଏଥିରେ ଯୋଗ ଦେଇଥିବା ଅନ୍ୟ ସଦସ୍ୟଙ୍କ ମଧ୍ୟରେ ସମ୍ପାଦକ ପ୍ରବୋଧ କୁମାର ହୋତା, ଉପସଭାପତି ସଂକର୍ଷଣ ପୁରୋହିତ, ଯୁଗ୍ମ ସମ୍ପାଦକ ଶରତ କୁମାର ପଣ୍ଡା, କୋଷାଧ୍ୟକ୍ଷ କିଶୋର ପରିଡା, ଆବାହକ ଜିତେନ୍ଦ୍ର ଖମାରୀ ପ୍ରତ୍ୟେକେ ଗୋଟିଏ ଲେଖାଏଁ କରି ବୃକ୍ଷର ସମ୍ପୂର୍ଣ୍ଣ ରକ୍ଷଣା ବେକ୍ଷଣ କରିବେବୋଲି ସଂକଳ୍ପ ନେଇଥିଲେ | କାର୍ଯ୍ୟକ୍ରମକୁ ସଂକର୍ଷଣ ପୁରୋହିତ ପରିଚାଳନା କରିଥିବାବେଳେ ଶେଷରେ ସଭାପତି ଭୋଇ ଧନ୍ୟବାଦ ଜ୍ଞାପନ କରିଥିଲେ | ଏହି ଅଭିଯାନ ଧିରେ ଧିରେ ଜିଲ୍ଲାବ୍ୟାପୀ କରାଯିବ | ଆଗାମୀ ଦଶ ବର୍ଷ ଭିତରେ ନୂଆପଡାକୁ ଏକ ସବୁଜ ନୂଆପଡା ଭାବରେ ଗଠନ କରାଯିବବୋଲି ସଂଗଠନ ତରଫରୁ କୁହାଯାଇଛି |

ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ