ସରକାରୀ ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ଘଣ୍ଟିଖାଲର ଦୁଇଜଣ ଶିକ୍ଷୟତ୍ରୀ ଙ୍କ ଅବହେଳାରେ ପାଠପଢା

Oct 17, 2023 - 12:03
 0  245
ସରକାରୀ ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ଘଣ୍ଟିଖାଲର ଦୁଇଜଣ ଶିକ୍ଷୟତ୍ରୀ ଙ୍କ  ଅବହେଳାରେ ପାଠପଢା

ଛାତ୍ର ଛାତ୍ରୀ ଙ୍କ ପାଠପଢା ଜିବନ ଭବିଷ୍ୟତ୍ ଅନ୍ଧକାରମୟ ଘଣ୍ଟିଖାଲ ସରକାରୀ ଉଚ୍ଛ।

 ପ୍ରାଥମିକ ବିଦ୍ୟାଳୟର ସ୍କୁଲ ଠାରେ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଚାଲୁ ଥିବା ବେଲେ ବିଳମ୍ବ ରେ ଆସୁଛନ୍ତି ସ୍କୁଲର ଶିକ୍ଷୟତ୍ରୀ। ରୟଗଡା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ପଞ୍ଚାୟତ ର ଅଧିନସ୍ଥ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଣ୍ଟିଖାଲ ର।ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଚାଲୁଥିବା ସମୟରେ ଶିକ୍ଷତ୍ରୀ ବିଳମ୍ବରେ ସ୍କୁଲ ଆସୁଛନ୍ତି । ଶିକ୍ଷୟତ୍ରୀ କାହିଁକି ସବୁଦିନ ବିଲମ୍ବରେ ଆସୁଛନ୍ତି ବୋଲି ସ୍କୁଲର ସଭାପତି ହରି ହୁଇକା ବାରମ୍ବାର ଅଭିଯୋଗ କରୁଥିବା ଶତେ ମଧ୍ଯ ନିଜସ୍ବ ଈଛାରେ ସ୍କୁଲକୁ ଆସୁଥିବା ଅଭିଯୋଗ କରିଛନ୍ତି। ଶିକ୍ଷୟତ୍ରୀ ଜଣକ ପ୍ରତିଦିନ ବିମ୍ବିତ ସମୟରେ ଆସୁଥିବା ଖବର ପାଇ ଏହି ବିଷୟକୁ ନେଇ ଗଣମାଧ୍ୟମପ୍ରତିନିଧି ମାନେ ଯାଇ ପ୍ରଧାଶିକ୍ଷତ୍ରୀଙ୍କୁ ପଚାରି ବୁଝିବାରୁ କ୍ରୋଧ ମନୋଭାବ କରି,ଆମକୁ ରାୟଗଡା ଜିଲ୍ଲାପାଙ୍କ ଓ ବିଷମକଟକ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଚିଠି ଆସିଥିବା ହେତୁ ଓ ଗଣମାଧ୍ୟମକୁ ସ୍କୁଲକୁ ଆସିବା ମନା କରାଯାଇଛି । ବୋଲି ରୋକ୍ ଠୋକ୍ ମନା କରି ସ୍କୁଲ ଭିତରକୁ ଚାଲି ଯାଇଥିଲେ। ୧୬ /୧୦/୨୦୨୩ ସୋମବାର ଦିନରେ ଅନ୍ୟ ଜଣେ ବିନା ସ୍କୁଲ ଇନିଫର୍ମ ରେ ଆସୁଥିବା ଆସିଷ୍ଟାଣ୍ଟ ଶିକ୍ଷତ୍ରୀ ନାମକ ସକାଳ ୧୦ ଘଣ୍ଟା ୩୦ମିନିଟ୍ ସମୟରେ ବିଷମକଟକ ରୁ ଘଣ୍ଟିକାଲ ସ୍କୁଲ ଆସୁଥିବା ବେଳେ ବାଟରେ ଗଣ ମାଧ୍ୟମ ପ୍ରତିନିଧି ମାନେ ଭେଟିବା ପରେ ଶିକ୍ଷୟତ୍ରୀଙ୍କୁ ବିଳମ୍ବ ରେ କାହିଁକି ଆସୁଛନ୍ତି ବୋଲି ପଚାରିବାରୁ କ୍ଯାମାରା ଆଗରେ କିଛି ନକହି ସିଧାସଳଖ ଚାଲିଯାଇଥିଲେ। ଅତିପରିତାପର ବିଷୟ ଏଭଳି।ଘଣ୍ଟିଖାଲର ସ୍କୁଲ ପରିସରରେ ଚାରି ପଟେ ବଣ ଜଙ୍ଗଲ ହୋଇ ପଡି ଥିବା ବେଳେ ସେହି ସ୍କୁଲରେ ପାଚେରୀଖଣ୍ଡେ ମଧ୍ୟ କରାଯାଇ ନାହିଁ ସେହିପରି ଛାତ୍ର ଛାତ୍ରୀଙ୍କର ପାଇଁ ଖେଳ କୁଦ ନିମନ୍ତେ ପ୍ଲେଗ୍ରାଉଣ୍ଡ ଭି ନାହିଁ। ଅନ୍ୟପଟେ ବିଭିନ୍ନ ପ୍ରକାର କିଟସ୍ ସାମଗ୍ରୀ ଏବଂ ସ୍କୁଲର ଉନ୍ନତି କରଣ ନିମନ୍ତେ ଓଡିଶା ସରକାର ଲକ୍ଷ ଲକ୍ଷ ଟଙ୍କା ଦେଉଥିବା ବେଳେ ଆମ ଘଣ୍ଟିଖାଲର ସ୍କୁଲକୁ ଶରକାରୀ ଅନୁଦାନ କାହିଁକି ଦିଆ ଯାଉନାହି ବୋଲି ସ୍କୁଲ କମିଟିର ସଭାପତି ହରି ହୁଇକା, ପୂର୍ବତନ ସଭାପତି ରାଣ୍ଡୁ ହୁଇକା ଗଣ ମାଧ୍ୟମ ଜରୀଆରେ ଅଭିଯୋଗ କରିଛନ୍ତି।ଯାହାଦ୍ୱାରା ଛାତ୍ର ଛଛାତ୍ରୀଙ୍କ ଖେଳ କୁଦ କରିବାରେ ବଞ୍ଚିତ ହେଉଛନ୍ତି।ଏହି ପରି ଆଜକୁ ୨ବର୍ଷ ହେବ ସ୍କୁଲର କୌଣସି ମରାମତି କିମ୍ବା ରକ୍ଷଣ ବେକ୍ଷଣ କରାଯାଉ ନାହଁ । ଏହି ବିଷୟରେ ପ୍ରଧାନ ଶିକ୍ଷତ୍ରୀ ଙ୍କୁ ସ୍କୁଲ ଉନ୍ନତି କରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ କିଟ୍ ସାମଗ୍ରୀ କାହିଁକି ଆସୁନାହିଁ ବୋଲି ପଚାରିଲେ ସ୍କୁଲ କମିଟି ସଭାପତିଙ୍କୁ କୌଣସି ସୂଚନା ଜଣାଉନଥିବା ସ୍କୁଲର ସଭାପତି ଶ୍ରୀ ହୁଇକା ଓ ଗ୍ରାମ ବାସୀ ଏବଂ ଅଭିଭାବକ ଅଭିଯୋଗ କରିଛନ୍ତି।ଉକ୍ତ ବିଷୟକୁ ନେଇ ବ୍ଲକ ଶିକ୍ଷାଧିକାରୀ ଙ୍କୁ ମତାମତ ପଚାରି ବୁଝି ବାରୁ ତଦନ୍ତ କରି ସମ୍ପୁକ୍ତ ଶିକ୍ଷୟତ୍ରୀ ଙ୍କ ବିରୋଧରେ ଦୂଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଳି ବ୍ଲକ ଶିକ୍ଷାଧିକାରୀ ନବୀନ ଚନ୍ଦ୍ର କର ଓ ମଦନ ପାଣି ପ୍ରତିଶୃତି ଦେଇ ଥିଲେ। ଏଥି ସହିତ ସେହି ସ୍କୁଲରେ ୫୦ ରୁ ଉର୍ଦ୍ଧ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ପାଠ ପଡୁଥିବା ବେଳେ ଠିକ୍ ଭାବରେ ୦୨ ଦୁଇଟି ଶିକ୍ଷତ୍ରୀ ନିୟମିତ ଠିକ୍ ଭାବରେ ଆସୁନଥିବା ଓ ଯିବା ଆସିବାରେ ବିଳମ୍ବିତ ହୋଉଥିବାବେଳେ ସ୍କୁଲଠାରେ ପାଠ ପଢ଼ା ,ଠିକ୍ , ଭାବରେ ହେଇପାରୁନଥିବା ସ୍କୁଲର ବିଷୟ କୁ ନେଇ ଏବଂ ଦୁଇ ଶିକ୍ଷତ୍ରୀ ଙ୍କ ଯାଗାରେ ୦୩ ଜଣ ପୁରୁଷ ଶିକ୍ଷକ ନିଯୁକ୍ତି କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଏହାର ସ୍ଥାୟୀ ସମାଧାନ କରାଯିବା ପାଇଁ ଘଣ୍ଟିଖାଲ ସ୍କୁଲ ର ସଭାପତି ଓ ଅଭିଭାବକ ମାନେ ଦାବୀ କରିଛନ୍ତିି ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ