ସମାସିଂହାଠାରେ ବୃତ୍ତିଗତ ତାଲିମ ଶିବିର ଉଦଯାପିତ

Nov 22, 2025 - 22:46
 0  12
ସମାସିଂହାଠାରେ ବୃତ୍ତିଗତ ତାଲିମ ଶିବିର ଉଦଯାପିତ

କୋଲାବିରା,୨୨।୧୧(ଫାଷ୍ଟ ନ୍ୟୁଜ ଓଡିଶା): ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡା ଆନୁକୂଲ୍ୟରେ  ସିଲ୍ଟ୍ ଭୁବନେଶ୍ୱର ଓ ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋରର ସହାଭାଗିତାରେ କୋଲାବିରା ବ୍ଲକ ଅନ୍ତର୍ଗତ  କେ.ଜି. ବାଳିକା ଉଚ୍ଚ ବିଦ୍ୟାଳୟ, ସମାସିଂହାଠାରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବୃତ୍ତିଗତ ବିକାଶ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ପାଞ୍ଚ ଦିନିଆ ଇଂରାଜୀ ଭାଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ  ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ, ବେଲପାହାଡ଼ର ପ୍ରଧାନ ଶିକ୍ଷକ ତଥା ଏହି ତାଲିମ ଶିବିରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସଚିନ୍ଦ୍ର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ ବୃତ୍ତିଗତ ବିକାଶରେ ଇଂରାଜୀ ଭାଷାର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ଚାନ୍ଦ ମଞ୍ଚ ସଂଚାଳନ କରିଥିବାବେଳେ ସାଧନ କର୍ମୀ କୁଶ ସା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମର ପଞ୍ଚମ ଦିବସରେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ରାଧାକାନ୍ତ ଗଡ଼ତିଆ ଶିବିରକୁ ପରିଦର୍ଶନ କରିବା ସହିତ ତାଲିମ ନେଇ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଥିଲେ। ପାଞ୍ଚ ଦିନ ଧରି ଚାଲିଥିବା ଏହି ତାଲିମ କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କ ବୃତ୍ତିଗତ ବିକାଶ ଲକ୍ଷ୍ୟ ପୂରଣ ପାଇଁ ନାଟ୍ୟ ରୂପାନ୍ତର, ଭୂମିକା ଅଭିନୟ ,କାହାଣୀ କଥନ, ଦଳଗତ ଆଲୋଚନା, ଆଦି ମାଧ୍ୟମରେ ଇଂରାଜୀ ଭାଷାର ବ୍ୟବହାର ବିଷୟରେ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।  ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲ୍ଲାର ପ୍ରାୟ ପଚାଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଏ ଅବସରରେ କେ.ଜି. ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହାର ସଫଳ ରୂପାୟନ ପାଇଁ ଶିକ୍ଷକ ଅଶୋକ କୁମାର ସାହୁ, ମନୋଜ ମେଣ୍ଡୁଳି, ବିଜୟଲକ୍ଷ୍ମୀ ନାଏକ, ପୂର୍ଣଚନ୍ଦ୍ର ସାହୁ, ସବିତା ମହନ୍ତ, ବିଜୟ ଶଙ୍କର ସାହୁ, ଦେବୀପ୍ରସାଦ ବିଶ୍ୱଜିତ ପାତ୍ର ଓ କୁଶ ସାଙ୍କୁ ସିଲ୍ଟ, ଭୁବନେଶ୍ୱର ଦ୍ୱାରା ସାଧନ କର୍ମୀ ଭାବେ  ନିୟୋଜିତ କରାଯାଇଥିଲା। ତାଲିମ ଶିବିରର ସୁପରିଚାଳନା ପାଇଁ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ବିଶେଷ ସହଯୋଗ କରିଥିଲେ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା)

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ