।। ସମସ୍ୟା ର ପାହାଡ଼ରେ ଐତିହ ଶୈବପୀଠ ।।

Jun 16, 2024 - 15:04
 0  13
।। ସମସ୍ୟା ର ପାହାଡ଼ରେ ଐତିହ ଶୈବପୀଠ ।।

ବିଭିନ୍ନ ସମସ୍ୟା ରେ ଗତି କରୁଛି ୧୧୦୦ ଖ୍ରୀଷ୍ଟାବ୍ଦ ର ପ୍ରାଚୀନ ଶୈବ ପୀଠ,କିଏ ତିଆରି କରି ଥିଲେ କେବେ ତିଆରି କରିଥିଲେ କାହା ପାଖେ ସଠିକ୍ ତଥ୍ୟ ନାହିଁ।ଏଭଳି ପ୍ରାଚୀନ ଶୈବ ପୀଠ ବର୍ତମାନନିଜର ଅସ୍ତିତ୍ଵ ହରାଇବାକୁ ବସିଲାଣି ।ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ରହିଗଲା।ଆସନ୍ତୁ ଦେଖିବା ଏଭଳି କିଛି ଦୃଶ୍ୟ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମା ରୁ। ଭିଓ - ୧ କିଛି ଲୋକେ କୁହନ୍ତି ଏହି ମନ୍ଦିର ଟି ସ୍ଵୟଂ ବିଶ୍ୱକର୍ମ ତିଆରି କରିଛନ୍ତି। ଆଉ କିଛି ଲୋକେ କୁହନ୍ତୁ ଜଣେ ବ୍ୟବସାୟୀ ବାଣିଜ୍ୟ କରିବା ପାଇଁ କାଞ୍ଚି ଯାଉଥିବା ସମୟରେ ରାତ୍ରୀ ଜାପନ ସମୟରେ ରୋଷେଇ କରିବା ସମୟରେ ପଥର ରେ ଚୁଲି ତିଆରି କରି ରୋଷେଇ କରିବା ସମୟରେ କିଛି ବିସ୍ଫୋରଣ ହୋଇଥିଲା ଓ ହାଣ୍ଡି ଟି ଶୂନ୍ୟକୁ ଉଠି ଯାଇ ଶୂନ୍ୟବାଣୀ ହୋଇ ଥିଲାକି ସର୍ବସ୍ବ ଦାନ କରି ମନ୍ଦିର ନିର୍ମାଣ କରିବା ପାଇଁ । ଭିଓ -୨ ମନ୍ଦିର ପୂଜକ ଜଣଙ୍କ ଓ ସ୍ଥାନୀୟ ବାସିନ୍ଦା କହିଛନ୍ତି କି ଏହି ମନ୍ଦିର ର ମହାଦେବ ଙ୍କ ନିକଟକୁ ଅନେକ ନେତା,ମନ୍ତ୍ରୀ ,ପ୍ରଶାସନିକ ଅଧିକାରୀ ଆସନ୍ତି ଓ ମାନସିକ କରନ୍ତି ଓ ଅନେକ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ମାନସିକ ପୂରଣ ହେଲେ ସମସ୍ତେ ଭୂଲି ଯାଆନ୍ତି ହେଲେ ଦୁଃଖର ବିଷୟ କି ଆଜି ପର୍ଯ୍ୟନ୍ତ ମନ୍ଦିର ଭିତରେ କଲ୍ୟାଣ ମଣ୍ଡପ ରୋଷେଇ ଘର କି ପିଇବା ପାଇଁ ପାଣି କି କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରିଲା ନାହିଁ ।ନନ୍ଦପୁର ର କେବଳ ଏହି ଗୋଟିଏ ମନ୍ଦିର ନାହିଁ ଗାଁ ରେ ଥିବା ୧୭ ଗୋଟି ମନ୍ଦିର କୁ ଅଣଦେଖା କରାଯାଉଛି ମନ୍ଦିର ର ଉନ୍ନତି ପାଇଁ କୌଣସି ଅର୍ଥ ବିନିଯୋଗ କରା ଯାଉନାହିଁ।ଆଉବି ମନ୍ଦିର ପୂଜକ କହିଛନ୍ତି କି ମନ୍ଦିରର ପାର୍ଶ୍ଵ ଦେବ ଦେବୀଙ୍କର ପାଇଁ ନିଜ ଦକ୍ଷିଣା ଟଙ୍କାରୁ କିଛି ମୂର୍ତ୍ତି ତିଆରି କରିଛି କିନ୍ତୁ ଅର୍ଥ ଅଭାବରୁ ମୂର୍ତ୍ତି ଗୁଡ଼ିକ ସ୍ଥାପିତ କରି ପାରୁନାହିଁ। ଭିଓ-୩ ଏ ନେଇ ଆମେ ସ୍ଥାନୀୟ ତହସିଲଦାର ଙ୍କୁ ପଚାରିବାରୁ ସେ କହିଛନ୍ତି କି ସେ ନୂଆ ଆସିଛନ୍ତି ସେ ଏବିଷୟରେ ଅବଗତ ଅଛନ୍ତି ସମ୍ପୂର୍ଣ୍ଣ ଭାବେ ଅବଗତ ନାହାଁନ୍ତି ଅଳ୍ପ କିଛି ଅବଗତ ଅଛନ୍ତି,ମନ୍ଦିର ର ସମସ୍ତ କାଗଜ ପତ୍ର ନିକଟ ବ୍ଲକ ପଟାଙ୍ଗି ତହସିଲଦାର ଙ୍କ ନିକଟରେ ଅଛି ,ମନ୍ଦିର ପରିଚାଳନା ପାଇଁ ସ୍ଥାନୀୟ ଲୋକଙ୍କୁ ନେଇ ଏକ ମନ୍ଦିର ପରିଚାଳନା କମିଟି ତିଆରି କରାଯାଉଛି ଓ ମନ୍ଦିର ପରିଚାଳନା ପାଇଁ ଆମ ନିକଟରେ ଅନୁଦାନ ପାଣ୍ଠି ଅଛି, ଓ କିପରି ଖୁବ୍ ଶୀଘ୍ର ଏହି ସମସ୍ୟା ର ସମାଧାନ କରିହେବ ତାକୁ ଆମେ ଚେଷ୍ଟା କରିବୁ କହିଛନ୍ତି BYTE - ବିଜୟ କୁମାର ପଣ୍ଡା (ମନ୍ଦିର ପୂଜକ) BYTE -୨ ସିଦ୍ଧାର୍ଥ କୁମାର ପଣ୍ଡା (ସ୍ଥାନୀୟ ବାସିନ୍ଦା) BYTE -୩ ନିରାକାର ସୁତାର (ସ୍ଥାନୀୟ ବାସିନ୍ଦା)

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ