ସତୁରି ଦଶକର ବରିଷ୍ଠ କଳାକାର ଙ୍କ ବିୟୋଗରେ ସ୍ମୃତିଚାରଣ ସଭା

Jan 2, 2025 - 21:02
 0  52
ସତୁରି ଦଶକର ବରିଷ୍ଠ କଳାକାର ଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୨.୦୧.୨୦୨୫: ରିଖ ସନ୍ଧ୍ୟା ୫.୦୦ ଘଣ୍ଟା ସମୟରେ ସ୍ଥାନୀୟ ତୃପ୍ତି ଲର୍ଜ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ସହରର ପ୍ରତିଷ୍ଠିତ ବରିଷ୍ଠ କଳାକାର ସ୍ୱର୍ଗତ ଶରତ ଚନ୍ଦ୍ର ପାତ୍ର ଓ ସ୍ୱର୍ଗତ ଜଗଦୀଶ ସାହୁଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା ! ଦୁଇ ବରିଷ୍ଠ ଦିବଂଗତ କଳାକାରଙ୍କ ବିୟୋଗ ଉଦ୍ଦେଶ୍ୟରେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପ ମାଳ ଦେଇ ଦିବଂଗତ ଆତ୍ମା ର ସଦଗତି କାମନା କରି ସମସ୍ତ କଳାକାର ଦୁଇ ମିନିଟ ନୀରବ ପ୍ରାର୍ଥନା କରିବାସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ! ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଥିବା ସମସ୍ତ କଳାକାର ଦିବଂଗତ କଳାକାର ମାନଙ୍କ ପୁରୁଣା ସ୍ମୃତିକୁ ମନେ ପକାଇ ସ୍ମୃତିଚାରଣ କରିଥିଲେ ! ଏହି ସ୍ମୃତିଚାରଣ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଠ ସମାଜସେବୀ ଜଗନ୍ନାଥ ମହାପାତ୍ର, ଅସିତ ଦେଓ, ଗୋକୁଳ ଖାଡାଙ୍ଗା, ସତ୍ୟନାରାୟଣ ଖଡଗରାଏ, ସୁରେଶ ମହାନ୍ତି, ରବିନ୍ଦ୍ର ପାଢି, ପ୍ରକାଶ ସାମନ୍ତରାୟ, ଜଗନ୍ନାଥ ବେହେରା, ମନୋଜ ପଟ୍ଟନାୟକ,ଫାଲଗୁନି ପାତ୍ର, ଅଶୋକ ମହାନ୍ତି, ଲକ୍ଷ୍ମୀ କାନ୍ତ ପଣ୍ଡା, ସୁରେଶ ମିଶ୍ର, କପିଲ ପୁଜାରୀ, ବାଲାଜୀ ରାଏ, ଅମର ମହାନ୍ତି, ମନୋରମା ମାଝୀ, ଯୁଗଳ ତ୍ରିପାଠୀ, ଅଶୋକ ପଣ୍ଡା, ମୁରଲୀ ପଟ୍ଟନାୟକ, ହିମାଂଶୁ ଶେଖର ପଟ୍ଟନାୟକ, ଦେବୀ ପ୍ରସାଦ ତ୍ରିପାଠୀ, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ