ଷଷ୍ଠ ବାର୍ଷିକ ତାରିଣୀ ଯଜ୍ଞ ଉଦଯାପିତ

Dec 18, 2024 - 12:28
 0  16
ଷଷ୍ଠ ବାର୍ଷିକ ତାରିଣୀ ଯଜ୍ଞ ଉଦଯାପିତ

ବରୀ ବ୍ଲକ ଅଧିନସ୍ଥ ବାଲିବିଲି ଗ୍ରାମରେ ଷଷ୍ଠ ବାର୍ଷିକ ତାରିଣୀ ଯଜ୍ଞ ଉଦଯାପିତ ହୋଇଯାଇଛି। ନୀତି ନିୟମ ମୁତାବକ ପ୍ରଥମ ଦିନରେ ଅଙ୍କୁରା ରୋପଣ, କଳସ ଯାତ୍ରା,ସୂର୍ଯ୍ୟପୂଜା, ଧେନୁ ପୂଜା, ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ଦ୍ୱିତୀୟ ଓ ତୃତୀୟ ଦିନରେ ମଧ୍ୟ ତାରିଣୀ ପୀଠରେ ପୂଜାର୍ଚ୍ଚନା କରାଯିବା ସହିତ ଆନନ୍ଦ ବଜାରର ବ୍ୟବସ୍ଥା କରାଯାଇ ଥିବାରୁ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ ମାନେ ଏହି ଯଜ୍ଞ ମହୋତ୍ସବ ରେ ଯୋଗ ଦେବା ସହିତ ପ୍ରସାଦ ସେବନ କରିଥିଲେ। ବିଶେଷ କରି ଯଜ୍ଞର ପୂର୍ଣ୍ଣାହୁତି ଦିବସରେ ବହୁ ସଂଖ୍ୟାର ମହିଳା ଓ ପୁରୁଷ ମାନେ ଦୀର୍ଘ ସମୟ ଧରି ଉପସ୍ଥିତ ରହି ମା ତାରିଣୀ ଙ୍କ ପୂଜାର୍ଚ୍ଚନା ଦେଖିବା ବେଳେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଉକ୍ତ ଯଜ୍ଞ କାର୍ଯ୍ୟରେ ସ୍ମୃତି ରଞ୍ଜନ ପଢ଼ିହାରି ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଦୁର୍ଯୋଧନ ପରିଡ଼ା, ପ୍ରଶାନ୍ତ ପରିହାରି, ପ୍ରଶାନ୍ତ ନାଥ, ଶିବ ପ୍ରସାଦ ସାମଲ,ମନୋରଞ୍ଜନ ପଢିହାରି,ଅମିତ ପଢିହାରି,ଜଗବନ୍ଧୁ ପଢ଼ିହାରି, ଜୟନ୍ତ ସାମଲ, ତ୍ରିଲୋଚନ ପଢିହାରି, ପ୍ରଭାତ ପଢିହାରି, କୃଷ୍ଣ ଚନ୍ଦ୍ର ପଢିହାରି,ପ୍ରବୀର ସାମଲ,ଅଭିମନ୍ୟୁ କାଣ୍ଡି, ଜଗବନ୍ଧୁ ସାମଲ ଙ୍କ ସମେତ ବାଲିବିଲି ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ। ଏତତ୍ ବ୍ୟତୀତ ଯାତ୍ରା ଗ୍ରାଣ୍ଡ ମହଲ ପାର୍ଟି ପକ୍ଷରୁ ତିନି ରାତି ଧରି ଯାତ୍ରା ପରିବେଷଣ କରିବା ସହିତ ମା ତାରିଣୀ ଙ୍କ କୃପାରୁ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇ ଥିବାରୁ ତାରିଣୀ କମିଟି ର ସଭାପତି ଓ ଅନୁଷ୍ଠାନର କର୍ମକର୍ତ୍ତା ଓ ବାଲିବିଲି ଗ୍ରାମର ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ