ଶ୍ରାଦ୍ଧ ଦିବସ ଅବସରରେ ସ୍ମାରକ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା
କୋଲାବିରା, ୭ ।୫୦(ଫାଷ୍ଟ ନ୍ୟୁଜ ଓଡ଼ିଶା): ପୁଣ୍ୟାତ୍ମା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ କୋଲାବିରା ସରକାରୀ ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଠାରେ କୋଲାବିରା, ଲଇକେରା ଓ କିର୍ମିରା ବ୍ଳକ ଅଂଚଳର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଷ୍ଟମରୁ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ୩୦ ଟି ପ୍ରଶ୍ନ ବିଶିଷ୍ଟ ପସନ୍ଦଯୋଗ୍ୟ ପ୍ରଶ୍ନପତ୍ର ପରୀକ୍ଷା (କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମରେ କୋଲାବିରା ଲଇକେରା ଓ କିର୍ମିରା ବ୍ଳକର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଚତୁର୍ଥରୁ ସପ୍ତମ ଶ୍ରେଣୀରେ ପର୍ଯ୍ୟନ୍ତ ଅଧ୍ୟୟନରତ ଏଇ ତିନୋଟି ବ୍ଲକର ଛାତ୍ରଛାତ୍ରୀଙ୍କୁ ନେଇ ଗୋପବନ୍ଧୁଙ୍କ ସମୟରେ ଗ୍ରାମୀଣ ଜନଜୀବନ ବିଷୟବସ୍ତୁ ଉପରେ ଆଧାରିତ ଚିତ୍ରାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥରେ ବିଚାରକ ଭାବରେ ପୂର୍ବତନ ସରଫଚ ତଥା ପରିବେଶବିତ୍ ତୁଲାରାମ ସେନାପତି,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ଗୁରୁ ଚରଣ ସାହୁ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପଶ୍ଚିମ ଓଡିଶାର ବିଶିଷ୍ଟ ପାଳାଗୟକ ମଦନ ମୋହନ ପଟେଲ ପ୍ରାକ୍ତନ ସୈନିକ ସମୀର କୁମାର ପଟେଲ ପ୍ରମୁଖ ପ୍ରତିଯୋଗୀଙ୍କ ଶେଷତା ମୂଲ୍ୟାଙ୍କନ କରିଥିଲେ । ଏହା ସହିତ ଜୀବନର ଅନୁଭବ ବାଂଟିବାକୁ ଯାଇ ପିଲାଙ୍କୁ ବିଭିନ୍ନ ପ୍ରତିଯୋଗିତାର ଭାଗ ନେଇ ନିଜର ଶ୍ରେଷ୍ଟତା ପ୍ରତିପାଦନ କରିବାର ସୁଯୋଗକୁ ହାତଛଡା ନକରି ସେ ଚିତ୍ରାଙ୍କନ ହେଉ ଅବା ରଚନା, ତର୍କ ହେଉ ଅବା ଅନ୍ୟ କୌଣସି ଆସ୍ପର୍ଦ୍ଧା ନିଜକୁ ପ୍ରତିଯୋଗି ଭାବରେ ଛିଡା କରେ ପ୍ରତିଯୋଗିତା ମନଙ୍କରେ ଭାଗନେବା, ଅନ୍ୟ ପ୍ରତିଯୋଗିଙ୍କ ଠାରୁ ନିଜର ମାନଦଣ୍ଡକୁ ମାପିବା ସହ ବିଫଳରେ ପରେ ସଫଲତାର ଦ୍ଵାର ଉନ୍ମୁକ୍ତ ବୋଲି ପରାମର୍ଶ ଦେଇଥିଲେ । ଅତିଥଗଣ ପ୍ରତିଯୋଗି ଛାତ୍ର ଛାତ୍ରୀଙ୍କ ମନୋବଲ ବଢେଇବା ଦିଗରେ ବିଭିନ୍ନ ଉଦାହରଣ ମାଧ୍ୟମରେ ପରାମର୍ଶ ଦେବା ସହିତ ପ୍ରତିଯୋଗିତାରେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧୁକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ପସନ୍ଦଯୋଗ୍ୟ ପ୍ରଶ୍ନପତ୍ର ପରୀକ୍ଷାରେ କୋଲାବିରା ବ୍ଲକର ଅଦ୍ୟାଶା ପ୍ରାଜଂଳ ବହିଦାର ପ୍ରଥମ,ମେନାଲିଶା ପଧାନ ଦ୍ବିତୀୟ ଜୟଶ୍ରୀ ପ୍ରଧାନ ତୃତୀୟ, ଲଇକେରା ବ୍ଲକର ଦୁଇଜରେ ବୈଶାଳି କୁମୁରା ପ୍ରଥମ,ଅଙ୍କୁଶ ପଟେଲ ଦ୍ଵିତୀୟ ଓ ମଂଜରୀ କିସାନ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କିମିରା ବ୍ଳକର ନଟବର ସାହାଣୀ ପ୍ରଥମ,ଆୟୁଷ ବୁଦୁଲା ଦ୍ୱିତୀୟ ଓ କ୍ରିଷ୍ଣା ପଟେଲ ତୃତୀୟ ସ୍ଥାନ ଅଧୁକାର କରିଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ କୋଲାବିରା ବ୍ଲକର ଅନୁଷ୍କା ମେହେର ପ୍ରଥମ.ଅର୍ଥିବ ଆୟୁଷ୍ମାନ ବହିଦାର ଦ୍ବିତୀୟ ଓ ନୀଳିମା ମେହେର ତୃତୀୟ । କିର୍ମିରା ବ୍ଳକର ଚିତ୍ରାଙ୍କନରେ ହର୍ଷିତ ଚୌଧୁରୀ ପ୍ରଥମ,ଚିତ୍ରଲେଖା ବାଗ ଦ୍ଵିତୀୟ ଏବଂ ରମଣୀ ସୁନାନୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ କାର୍ଯ୍ୟକ୍ରମକୁ କୋଲାବିରା ବ୍ଲକ ପ୍ରତିନିଧ କୀର୍ତି ଚନ୍ଦ୍ର ବହିଦାର ଓ ସମାଜସେବୀ ସ୍ମୃତି ରଂଜନ ରାଏ ପରିଚାଳନା କରିଥିଲେ ବ୍ଲକସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଜିଲ୍ଲାସ୍ତରୀ ପ୍ରତିଯୋଗିତାରେ ଆସନ୍ତା ୧୨ ତାରିଖ ଭାଗ ନେବେ ।ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଆସନ୍ତା ୧୪ ତାରିଖ କଟକ ସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିବେ ସେଇଭଳି ଚିତ୍ରାଙ୍କନ ପ୍ରତିଯୋଗିତାରେ ବ୍ଲକସ୍ତରରେ ପ୍ରଥମ ହୋଇଥିବା ଚିତ୍ରକଳାର ପୁନଃ ମୁଲ୍ୟାୟନ କରାଯାଇ ଜିଲ୍ଲାସ୍ତରୀୟ ପ୍ରଥମ ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ମନୋନିତ କରାଯାଇ କୁରସ୍କୃତ କରାଯିବ । ସେଥୁମଧ୍ୟରୁ ପ୍ରଥମ ଚିତ୍ରକଳା ରାଜ୍ୟସ୍ତରକୁ ମନୋନୀତ ହେବ । ଏହାପରେ ରାଜ୍ୟସ୍ତରରେ ଶ୍ରେଷ୍ଠ ୩ ଚିତ୍ରକଳାକୁ ମନୋନୟନ କରାଯିବ । ଉଭୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଚଳିତ ମାସ ୧ ୪ ତାରିଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
0