।। ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟଠାରେ ସୁଭଦ୍ରା ଯୋଜନା ସହ ଜଡ଼ିତ ଏକ ସମୀକ୍ଷା ବୈଠକରେ ଜଗଦେଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।।

Aug 16, 2025 - 23:31
 0  18
।। ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟଠାରେ ସୁଭଦ୍ରା ଯୋଜନା ସହ ଜଡ଼ିତ ଏକ ସମୀକ୍ଷା ବୈଠକରେ ଜଗଦେଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।।

ଭୁବନେଶ୍ୱର ତା:-୧୬/୦୮/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା )ଆଜି ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟଠାରେ ସୁଭଦ୍ରା ଯୋଜନା ସହ ଜଡ଼ିତ ଏକ ସମୀକ୍ଷା ବୈଠକରେ ଜଗଦେଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ସମସ୍ୟା ବାବଦରେ ଏବଂ ଏହି ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଓ ନିର୍ଦ୍ଦେଶିକାଙ୍କ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ