।। ଲାଞ୍ଜିଗଡ ନିର୍ବାଚନରେ ବିଜେଡି କର୍ମୀଙ୍କ ଆରମ୍ଭ ହେଲେ କଡଲେଉଟା ପର୍ବ ।।

Nov 15, 2023 - 16:04
 0  12
।। ଲାଞ୍ଜିଗଡ ନିର୍ବାଚନରେ ବିଜେଡି କର୍ମୀଙ୍କ ଆରମ୍ଭ ହେଲେ କଡଲେଉଟା ପର୍ବ ।।

ଲାଞ୍ଜିଗଡ (ଖବର )ସାରା ରାଜ୍ୟରେ ସାଧାରଣ ନିର୍ବାଚନ କୁ ନେଇଁ ରାଜନୀତି ସରଗରମ ଥିବା ବେଳେ କିଏ ନିଜ ଦଳରେ ଥାଇ ରଣନୀତି ପ୍ରସ୍ତୁତ କରିଛି ତୋ ଆଉ କିଏ ଦଳରୁ ଅନ୍ୟ ଦଳକୁ ଡିଆଁ ମାରିବାରେ ପ୍ରସ୍ତୁତ କରୁଛନ୍ତି l ଏହି ଭଲି ଚିତ୍ର ସାମ୍ନାକୁ ଆସୁଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତରେ l ସାଧାରଣ ନିର୍ବାଚନ ଦିନକୁ ଦିନ ପାଖେଇ ଆସିବା ପୂର୍ବରୁ ବିଜେପୁର ପଞ୍ଚାୟତର ବିଜେଡ଼ି କର୍ମୀଙ୍କ ଅସନ୍ତୋଷ ଦେଖିବାକୁ ମିଳୁଛି l ଏହି ପରିପ୍ରେକ୍ଷୀରେ ଆଜି ବିଜେପୁର ସମିତି ସଭ୍ୟା ଭୂମିକା ମାଝୀଙ୍କ ନେତୃତ୍ୱରେ ବିଜେଡି କର୍ମୀଙ୍କୁ ନେଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକରେ ବିଜେପୁର ପଞ୍ଚାୟତର ୧୧ ଟି ଗ୍ରାମର ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇ ନିଜ ନିଜ ଗ୍ରାମର ସମସ୍ୟା ଉପସ୍ଥାପନା କରିବା ସହିତ ବିଜେଡ଼ିକୁ ସମର୍ଥନ ନ କରି ଅନ୍ୟ ଦଳକୁ ସମର୍ଥନ କରିବାକୁ ବୈଠକରେ ନିଷ୍ପତିନେଇଛନ୍ତି ଅନେକ ବିଜେଡ଼ି କର୍ମୀ l ସୂଚନା ମତେ ଆମେ ଅନେକ ବର୍ଷ ଧରି ବିଜେଡ଼ି କର୍ମୀ ଭାବରେ ଦାଇତ୍ୱ ନେଇଁଛୁ ଓ ନିର୍ବାଚନ ସମୟରେ ଗାଁ ଗଣ୍ଡା ବୁଲି ଲୋକଙ୍କୁ ଅନେକ ପ୍ରତିଶୃତି ଦେଇଛୁ ହେଲେ ଲୋକଙ୍କ ପ୍ରତିଶୃତି ତୋ ଦୂରର କଥା ଆମେ ବିଜେଡ଼ି ଦଳର କର୍ମୀ ହୋଇ ଅନେକ ସମସ୍ୟା ଯାହାକି ପାନୀୟ ଜଳ, ବିଜୁଳି, ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ଓ ନେଟୱାର୍କ ଭଲି ସମସ୍ୟା ଆମେ ବାରମ୍ବାର ଉପସ୍ଥାପନା କରିଥାଉ କିନ୍ତୁ ଏବେ ଯାଏଁ କୌଣସି ସମସ୍ୟା ସମାଧାନ ହୋଇ ନାହିଁ ଯାହା ଫଳରେ ଆମେ ଦଳ ଛାଡିବା ପ୍ରସ୍ତୁତ ଆରମ୍ଭ କରିଛୁ l ଆମକୁ ଅଣଦେଖା କରାଯାଉଛି ନିଜ ସ୍ୱାର୍ଥ ପାଇଁ କର୍ମୀ ସଜେଇ ଏମିତି ଭୁଆଁ ବୁଲେଇ ଚାଲିଛି ବିଜେଡ଼ି ସରକାର ଆମେ ଏଥର ବିଜେଡ଼ି କୁ ଉଚିତ ଜବାବ ଦେବୁ ବୋଲି ବୈଠକରେ ଆଲୋଚନା ହୋଇଥିଲା l ବିଜେପୁର ପଞ୍ଚାୟତର ୧୧ ଗୋଟି ଗାଁ ଯାହାକି ଚାଚାଗାଁ, ପୁଇଗୁଡ଼ା, ଭେଜରାଙ୍ଗ, ଦୁରପଦାର, ପାଇକ ଥୁଆଗୁଡା, ବାତେରା ପଡ଼ା, ପୀଡିଶାଲ, ଘୁମେର, ସର୍ଗିଗୁଡା, ସାଇମସ୍କା ର ବିଜେଡ଼ି କର୍ମୀ ମାନଙ୍କୁ ସବୁବେଳେ ବିଜେଡି ସମ୍ପୂର୍ଣ ଭାବେ ଅଣଦେଖା କରି ଆସୁଛି ଯାହାଫଳରେ ଆମେ ବିଜେଡ଼ି ଛାଡି ଅନ୍ୟ ଦଳକୁ କଡ ଲେଉଟାଇବା ଏବେ ଠାରୁ ଆମେ ଆରମ୍ଭ କରିଛୁ lତେବେ ବିଜେଡ଼ି କର୍ମୀଙ୍କ ଅସନ୍ତୋଷ ଓ ଏହି ଭଲି କଠିନ ନିଷ୍ପତି ପାଇଁ ଲାଞ୍ଜିଗଡ ନିର୍ବାଚନରେ ବିଜେଡିକୁ ଅଡୁଆ ହୋଇ ପାରେ ବୋଲି ଆଶଙ୍କା କରାଯାଉଛି l ଉକ୍ତ ବୈଠକରେ ପୂର୍ବତନ ସମିତି ସଭ୍ୟ ହରିଶ୍ଚନ୍ଦ୍ର ପୂଝରୀ,ଇନ୍ଦ୍ର ମାଝୀ, ଅମର ନାଏକ, ଆନନ୍ଦ ପୂଝରୀ, ଜୟନ୍ତ ନାଏକ, ପାତାରା ମାଝୀ, ରାମ ମାଝୀ, ରାଇସିଙ୍ଗ ମାଝୀ, ଉଦୟ ନାଥ ଦଳପତି, ରୁପି ମାଝୀ, ଶନି ମାଝୀ, ଦେବକୀ ନାଏକ ସମେତ ଅଞ୍ଚର ସମସ୍ତ ବିଜେଡ଼ି କର୍ମୀ ଯୋଗଦେଇ ଥିଲେ ।

ଲାଞ୍ଜିଗଡ଼ ବ୍ଲକ ରୁ ସାଗର ବେନାଲ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ