।। ଲକ୍ଷ୍ମୀପୁର ବିଧାୟକଙ୍କ ସମୀକ୍ଷା ବୈଠକ ।।

Jul 20, 2024 - 16:55
 0  15
।। ଲକ୍ଷ୍ମୀପୁର ବିଧାୟକଙ୍କ ସମୀକ୍ଷା ବୈଠକ ।।

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଲଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା।ବିଧାୟକ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ତାଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ।ପରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ସଭା ଗୃହରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ।ଉକ୍ତ ବୈଠକରେ ବିଧାୟକ ପବିତ୍ର ସାଉନ୍ତାଙ୍କ ସମେତ ନାରାୟଣପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରିନାଥ,ଉପାଧ୍ୟକ୍ଷା ରିନୁ ଦାସ,ବିଡ଼ିଓ ପୀୟୂଷ ଲହର ପ୍ରଭୁତି ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିକାଶମୂଳକ ପାଣ୍ଠିକୁ କୌଣସି ପରିସ୍ଥିତିରେ ମଧ୍ୟ ଜନସାଧାରଣଙ୍କ ପ୍ରତି ଅପବ୍ୟବହାର କିମ୍ବା ଦୁର୍ନୀତି କଲେ ଉକ୍ତ ବିଭାଗର ପଦାଧିକାରୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ ଶ୍ରୀଯୁକ୍ତ ସାଉନ୍ତା ତାଗିଦ କରିଥଲେ | ପରିଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ସମନ୍ନୟ ରକ୍ଷାକରି ନାରାୟଣପାଟଣା ବ୍ଲକ କୁ ପ୍ରଗତି ପଥେ ଆଗେଇ ନେବାପାଇଁ ଲଷ୍ମୀପୁର ବିଧାୟକ ମହୋଦୟ ସମସ୍ତଙ୍କୁ ନିର୍ଦେଶ ଦେଇଥିଲେ | ପରେ ବିଧାୟକ ବିଭିନ୍ନ ବିଭାଗ ଉପରେ ଆସିଥିବା ଅଭିଯୋଗର ସମୀକ୍ଷା କରିବା ସହ ଯେଉଁ ସବୁ ବିଭାଗ ଉପରେ ଅଧିକ ଅଭିଯୋଗ ଆସିଥିଲା ତୁରନ୍ତ ସବୁ ସମାଧାନ ନକଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି ବୋଲି ପ୍ରକାଶ କରିଥିଲେ।ଏଥି ସହ ଯେଉଁ ସବୁ ସମସ୍ୟାର ସମାଧାନ ହେଇ ପାରୁନି ତାହା ମୋ ନଜରକୁ ଆଣିଲେ ମୁଁ ବିଧାନ ସଭାରେ ପ୍ରଶ୍ନ ଉଠାଇବୀ ବୋଲି କହିଥିଲେ।ଏହି ବୈଠକ ଦିନ ଗୋଟାଏ ରୁ ଆରମ୍ଭ ହୋଇ ରାତି ସାଢେ଼ ଦଶଟା ଯାଏଁ ଚାଲିଥିବା ବେଳେ ବିଧାୟକ ଟିକି ନିଖୀ ଭାବେ ଦଶ ଘଣ୍ଟା ଧରି ସବୁ ବିଭାଗ ଉପରେ ସମୀକ୍ଷା କରିଥିଲେ।ଫଳରେ ଏହିପରି ବୈଠକ ଦେଖି ନିଜ ନିଜ କାର୍ଯ୍ୟରେ ଅବହେଳା କରୁଥିବା ସରକାରୀ ବାବୁ ମାନେ ଏବେ ଚିନ୍ତାରେ ପଡ଼ିଛନ୍ତି।ଏହି ବୈଠକରେ ବ୍ଲକ୍ ରେ ଥିବା ସମସ୍ତ ବିଭାଗର ଅଧିକାରୀ,ଜନ ପ୍ରତିନିଧିଙ୍କ ସମେତ କଂଗ୍ରେସ ଦଳର ବ୍ଲକ୍ ସଭାପତି ଓ କର୍ମୀ କର୍ମ ମାନେ ଯୋଗ ଦେଇ ଥିଲେ।

ଲଷ୍ମୀପୁର ରୁ ପ୍ରମଦ ଜେନାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ