ରେଳ ବିଭାଗ ନୂଆପଡା ରେଳ ଷ୍ଟେସନ କୁ ଉପେକ୍ଷା କରୁଥିବା ବିରୋଧରେ:ରେଳ ବିଭାଗ ଓ ଜନପ୍ରତିନିଧିକୁ ଚିଠି ଲେଖିଲା ଓକିଲ ସଂଘ

Oct 30, 2024 - 19:52
 0  15
ରେଳ ବିଭାଗ ନୂଆପଡା ରେଳ ଷ୍ଟେସନ କୁ ଉପେକ୍ଷା କରୁଥିବା ବିରୋଧରେ:ରେଳ ବିଭାଗ ଓ ଜନପ୍ରତିନିଧିକୁ ଚିଠି ଲେଖିଲା ଓକିଲ ସଂଘ

ନୂଆପଡ଼ା : ନୂଆପଡ଼ା ରେଳ ଷ୍ଟେସନ ଜିଲ୍ଲାର ସର୍ବପୁରାତନ ହୋଇଥିଲେ ମଧ୍ୟ ଭାରତୀୟ ରେଳ ବିଭାଗ ପକ୍ଷରୁ ଅବହେଳା କରାଯାଇ ଆସୁଛି । ଏ ନେଇ ନୂଆପଡ଼ା ଜିଲ୍ଲା ଓକିଲ ସଂଘ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ରେଳ ବିଭାଗ ଅଧିକାରୀ କୌଣସି ପଦକ୍ଷେପ ନେଉନାହନ୍ତି । ଏ ବାବଦରେ ନୂଆପଡ଼ା ଜିଲ୍ଲା ଓକିଲ ସଂଘ ସଭାପତି କ୍ଷତିଶ ଅଶୋକ ବୋଧଙ୍କର ରେଳ ବିଭାଗ ଓ ନିର୍ବାଚନ ପ୍ରତିନିଧିଙ୍କୁ ଚିଠି ଲେଖିଛନ୍ତି । ନୂଆପଡ଼ା ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ନେଇ ଆସନ୍ତା ନଭେମ୍ବର ୩୦ ତାରିଖ ଦିନ ଜିଲ୍ଲା ଓକିଲ ସଂଘ ସଭାଗୃହରେ ଏକ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ରେଳ ବିଭାଗର ସମସ୍ତ ଉଚ୍ଚ ଅଧିକାରୀଙ୍କୁ ଆସି ଆଲୋଚନା କରିବାକୁ ସେ କହିଛନ୍ତି । ଯଦି ରେଳ ବିଭାଗର ଅଧିକାରୀଙ୍କ ଆଲୋଚନା ବିଫଳ ହେଲେ ନୂଆପଡ଼ା ଓକିଲ ସଂଘ ଓ ଜନସାଧରଣ ରେଳରୋକା କରିବାକୁ ଚେତାବନୀ ଦେଇଛନ୍ତି। ସଭାପତି ଶ୍ରୀ ବୋଧଙ୍କର ସହ ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ବାଇଁ, ବରିଷ୍ଠ ଆଇନଜୀବୀ ମୁରଲୀଧର ପଣ୍ଡା, ପ୍ରସନ୍ନ ମାହାପତ୍ର, କୁମୁଦ ହୋତା ଓ ଅନ୍ୟମାନେ କଳାହାଣ୍ଡି ସାଂସଦ, ବରଗଡ଼ ସାଂସଦ, ବିଧାୟକ ଡିଆର୍‌ଏମ୍ ଓ ରେଳ ବିଭାଗର ସମସ୍ତ ଅଧିକାରୀଙ୍କୁ ମେଲ୍ ଯୋଗେ ଦାବିପତ୍ର ପ୍ରେରଣ କରିଥିଲେ । ସୂଚନାଯୋଗ୍ୟ, ରେଳ ବିଭାଗ ଦ୍ବାରା ପଡ଼େଶୀ ଛତିଶଗଡ଼ର ଦୁର୍ଗରୁ ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଆରମ୍ଭ ହେବାକୁ ଥିବା ବନ୍ଧେ ଭାରତ ଏକ୍ସପ୍ରେସର ରହଣି ନୂଆପଡ଼ାରେ ଦିଆଯାଇ ନାହିଁ। ନୂଆପଡ଼ା ରେଳ ଷ୍ଟେସନ ୧୯୩୩ରେ ସ୍ଥାପିତ ହୋଇଥିଲେ ମଧ୍ୟ ଆଜି ପାର୍ଯ୍ୟନ୍ତ ଏକ୍ସପ୍ରେସ ଟ୍ରେନ ରହଣିର କୌଣସି ବ୍ୟବସ୍ଥା ନାହିଁ | ବହୁଦିନର ଦାବି ସତ୍ତ୍ଵେ ନୂଆପଡ଼ାରେ ସମତା ଏକ୍ସପ୍ରେସ, ଅହମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ, ଗାନ୍ଧୀ ଧାମ ଏକ୍ସପ୍ରେସ, ମୁମ୍ବାଇ ଏଲଟିଟି ଏକ୍ସପ୍ରେସ, ପୁରୀ ଆଜମେର ଏକ୍ସପ୍ରେସ, ସାଇନଗର ସିରିଡି ଏକ୍ସପ୍ରେସ ଆଦିର ରହଣି ନାହିଁ । ବିଗତ ନିନରେ କେନ୍ଦ୍ର ସରକାରଙ୍କ ଅମୃତ ରେଳ ଷ୍ଟେସନ ଯୋଜନାରେ ମଧ୍ୟ ନୂଆପଡ଼ା ଷ୍ଟେସନକୁ ସାମିଲ କରାଯାଇ ନାହିଁ | ଫଳରେ ନୂଆପଡ଼ା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ବୋଲି ନୂଆପଡ଼ା ଜିଲ୍ଲା ଓକିଲ ସଂଘ ସଭାପତି କ୍ଷତିଶ ଅଶୋକ ବୋଧଙ୍କର ରେଳ ବିଭାଗ ଓ ନିର୍ବାଚନ ପ୍ରତିନିଧିଙ୍କୁ ଚିଠି ଲେଖିଛନ୍ତି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ