ରେଳ ଧାରଣା ରୁ ବିବାହିତ ଯୁବକ ମୃତଦେହ ଉଦ୍ଧାର

Mar 17, 2025 - 20:49
 0  113
ରେଳ ଧାରଣା ରୁ ବିବାହିତ ଯୁବକ ମୃତଦେହ ଉଦ୍ଧାର

ରାସଗୋବିନ୍ଦପୁର. 17/3/25 ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ସୀମା ରେ ଥିବା ଅମର୍ଦାରୋଡ ନାରାୟଣପୁର ରେଳଗେଟ ର ଅନୀତ ଦୂରରେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କାନପୁର ଗ୍ରାମର ଜନୈକ ଯୁବକର କ୍ଷତାକ୍ତ ମୃତ ଦେହ ଉଦ୍ଧାର ହୋଇଛି।ସୂଚନା ଥାଉ କି ଯେ, ଗତକାଲି ବିଳମ୍ବିତ ରାତି ଯୁବକ ଜଣକ ଘରୁ ସାଇକେଲ ଯୋଗେ ଆସି ସାଇକେଲ ରଖି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ଯା କରିଥିବା ଅନୁମାନ କରାଯାଉଛି, ନିକଟରେ ତାଙ୍କ ସାଇକେଲ ଛିଡା ହୋଇ ଥିବା ବେଳେ ଯୁବକଙ୍କ ମୃତଦେହ ରେଳ ଧାରଣାରେ ପଡିଥିବା ଦେଖାଯାଇଛି । ତେବେ ଆଜି ସକାଳେ ରେଳ ବିଭାଗର ଇଂଜିନିୟରିଙ୍ଗ କର୍ମଚାରୀ ମାନେ ଦେଖି ଅମର୍ଦାରୋଡ ଷ୍ଟେସନ ଅଧିକାରୀଙ୍କୁ ଖବର ଦେଇ ଥିଲେ। ପରେ ଷ୍ଟେସନ ଅଧିକାରୀ ରେଳବାଇ ପୋଲିସକୁ ଖବର ଦେବାରୁ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ଶହ ତଦନ୍ତ ଆରମ୍ଭ କରିଥିଲେ। ତେବେ ସୂଚନା ମୁତାବକ ମୃତକଙ୍କ ଜଣଙ୍କ ହେଲେ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନାକିଚୁଆଁ ପଞ୍ଚାୟତର କାନପୁର ଗ୍ରାମର (ମଠ ସାହି)ର ସ୍ବର୍ଗତ ସୁଦର୍ଶନ ବେହେରାଙ୍କ ପୁତ୍ର ସଞ୍ଜୀବ ବେହେରା (୨୬) ବୋଲି ଜଣାପଡିଛି।ସଞ୍ଜୀବ ବେହେରା ବିବାହିତ ଥିବା ବେଳେ ତାଙ୍କର ଗୋଟିଏ ୭ ମାସର ପୁତ୍ର ସନ୍ତାନ ଅଛି । ସ୍ତ୍ରୀ ମାନସି ବେହେରା ଓ ମା ଚଞ୍ଚଳା କହିବା ଅନୁସାରେ ଗତକାଲି ରାତି ୯ଟା ବେଳେ ସାଙ୍ଗ ଫୋନ କରି ଡାକିବାରୁ ସଂଜୀବ ସାଇକେଲ ଧରି ସାଙ୍ଗେସାଙ୍ଗେ ଆସୁଛି କହି ଘରୁ ବାହାରି ଥିଲେ।ଆଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲା ବେଳେ ସକାଳେ ମୃତ ଖବର ପାଇଥିଲେ।। ଘଟଣାସ୍ଥଳରେ ରେଳବାଇ ଜିଆରପି ପୋଲିସ କନେଷ୍ଟବଳ ଯୋତି ରଞ୍ଜନ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବସ୍ତା ଚିକିତ୍ସାଳୟ ପଠାଇବା ସହ ୨୧/୨୫ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ତେବେ ଏହା ଏକ ମୃତ୍ୟୁ ନା ଆତ୍ମହତ୍ୟା ଯାହାର କାରଣ ଅସ୍ପଷ୍ଟ ରହିଛି।ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ମୟୂରଭଞ୍ଜ ରାସଗୋବିନ୍ଦପୁର ରୁ ରାକେଶ ସାହୁ ଙ୍କ ରିପୋର୍ଟ ଭଞ୍ଜଦୂତ ନ୍ୟୁଜ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ