ରାୟପୁର ବିଶାଖାପାଟଣା ଭାରତ ମାଳା ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ରାଜ୍ୟପାଳ

Sep 10, 2025 - 17:59
 0  16
ରାୟପୁର ବିଶାଖାପାଟଣା ଭାରତ ମାଳା ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ରାଜ୍ୟପାଳ

କୋରାପୁଟ,୧୦/୯/: ରାଜ୍ୟପାଳ ଡ, ହରିବାବୁ କମ୍ଭମପାଟି କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଭାରତ ମାଳା ଯୋଜନାରେ ନିର୍ମାଣାଧୀନ ରାୟପୁର-ବିଶାଖାପାଟଣା ଏକ୍ସପ୍ରେସ ହାଇୱେର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ରାୟପୁର- ବିଶାଖାପାଟଣା ଏକ୍ସପ୍ରେସ ହାଇୱେ (ଏନ୍ଏଚ-୧୩୦ ସିଡି) ଭାବରେ ପରିଚିତ ଅର୍ଥନୈତିକ କରିଡରଦେ ଭାରତ ମାଳା ପରିଯୋଜନା ଅଧୀନରେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରି ହେଉଥିବା ୬ ଲେନ୍ ରାଜପଥ ମାଲ ପରିବହନ ଦକ୍ଷତା ବୃଦ୍ଧି କରିବା ଏବଂ ରପ୍ତାନିକୁ ବୃଦ୍ଧି କରିବା ଆଶା କରାଯାଉଛି। ରାଜ୍ୟପାଳ ପଟାଙ୍ଗି ନିକଟରେ ଏହି ଏକ୍ସପ୍ରେସ ହାଇୱେର ସୁଡ଼ଙ୍ଗ (ଓଡ଼ି ୭) ପରିଦର୍ଶନ କରିଥିଲେ ଏବଂ ଚାଲୁଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଅଧିକାରୀ ରାଜ୍ୟପାଳଙ୍କୁ ବର୍ତ୍ତମାନର ସ୍ଥିତି ଏବଂ ପ୍ରକଳ୍ପର ଭବିଷ୍ୟତ ସମୟସୀମା ବିଷୟରେ ସୂଚନା ଦେଇଥିଲେ। ଛତିଶଗଡ଼ର ରାୟପୁର ଠାରୁ ଆରମ୍ଭ ହୋଇ ଓଡ଼ିଶାର ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ଦେଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇଥିବା ଏହି ଏକ୍ସପ୍ରେସୱେର ମୋଟ ୫୯୦ କିଲୋମିଟର ବଦଳରେ ୪୬୪ କିଲୋମିଟରକୁ ହ୍ରାସ ପାଇବ ଏବଂ ଯାତ୍ରା ସମୟ ୧୪ ଘଣ୍ଟା ବଦଳରେ ମାତ୍ର ୬ ଘଣ୍ଟା ହେବ ବୋଲି ଜଣା ପଡ଼ିଛି । ସେହିପରି ଏହି କରିଡର ସମ୍ପୂର୍ଣ୍ଣ ହେବା ପରେ, କୋରାପୁଟରୁ ବିଶାଖାପାଟଣା ପହଞ୍ଚିବା ନିମନ୍ତେ ମାତ୍ର ଦୁଇ ଘଣ୍ଟା ଲାଗିବ । ରାଜ୍ୟପାଳଙ୍କ ସମୀକ୍ଷା ସମୟରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆର୍, ଭେଙ୍କେଟେଶ୍ୱରଲୁ ଉପସ୍ଥିତ ଥିଲେ। ସମୀକ୍ଷା ପରେ ରାଜ୍ୟପାଳ ପ୍ରକଳ୍ପରେ କାର୍ଯ୍ୟରତ ଅଧିକାରୀ,କର୍ମଚାରୀ ଓ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ