ରାଷ୍ଟ୍ରୀୟ ସର୍ବେକ୍ଷଣ - ୨୦୨୪ କ୍ଷେତ୍ର ଅନୁସନ୍ଧାନକାରୀ ନିମନ୍ତେ ପ୍ରଶିକ୍ଷଣ

Nov 20, 2024 - 23:20
 0  15
ରାଷ୍ଟ୍ରୀୟ ସର୍ବେକ୍ଷଣ - ୨୦୨୪ କ୍ଷେତ୍ର ଅନୁସନ୍ଧାନକାରୀ ନିମନ୍ତେ ପ୍ରଶିକ୍ଷଣ

ନୂଆପଡା : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡ଼ାରେ ତ୍ରିଦିବସୀୟ ରାଷ୍ଟ୍ରୀୟ ସର୍ବେକ୍ଷଣ -୨୦୨୪ କ୍ଷେତ୍ର ଅନୁସନ୍ଧାନକାରୀଙ୍କ ନିମନ୍ତେ ଅଧ୍ୟକ୍ଷ ଶ୍ରୀଯୁକ୍ତ ନରୋତ୍ତମ ଭୋଇଙ୍କ ଅଧ୍ୟକ୍ଷତାରେ ତ୍ରିଦିବସୀୟ ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ସ୍ତରୀୟ ଶିକ୍ଷାର ମାନ ଓ ଛାତ୍ର ଛାତ୍ରୀଙ୍କ ଉପଲବ୍ଧି ସ୍ତର ନିରୂପଣ କରିବା ପାଇଁ କେନ୍ଦ୍ରସରକାରଙ୍କ ବିଦ୍ୟାଳୟ ଓ ସାକ୍ଷରତା ବିଭାଗ ଅଧୀନରେ ଏନସିଇଆରଟି ଦ୍ଵାରା ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ଆସନ୍ତା ଡିସେମ୍ବର ୪ ତାରିଖରେ ଅନଷ୍ଠିତ ହେବାକୁ ଯାଉଛି। ଉକ୍ତ ନମୁନା ସର୍ବେକ୍ଷଣ କାର୍ଯକ୍ରମରେ ନୂଆପଡ଼ା ଜିଲ୍ଲାର ୧୦୫ ଟି ବିଦ୍ୟାଳୟ ରେ ୧୨୫ ଟି ଶ୍ରେଣୀ ଯଥା ତୃତୀୟ, ଷଷ୍ଠ ଓ ନବମରେ ଏହି ପରୀକ୍ଷା ହେବା ପାଇଁ ସ୍ଥିର କରାଯାଇଛି। ଏହି ସର୍ବେକ୍ଷଣରେ ଛାତ୍ର ଛାତ୍ରୀମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକଙ୍କ ମତାମତ ନିଆଯିବ। ଏଥି ପାଇଁ ନୂଆପଡ଼ା ଜିଲ୍ଲା ସ୍ତରରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ କ୍ଷେତ୍ର ଅଂସନ୍ଧାନକାରୀଙ୍କ ତାଲିମ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ୫୦ ଜଣ ଗୁତୁଛାତ୍ର ଛାତ୍ରୀଙ୍କୁ ଏହି ତାଲିମ ଦିଆଯଇଥିବାବେଳେ ଆଗାମୀ ଦୁଇ ଦିନରେ ଆଉ ୮୮ ଜଣଙ୍କୁ ତାଲିମ ଦିଆଯିବ। ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକରୁଣାକର ଭୁଏ ଉଦ୍ଘାଟନ କରିବା ସହ ଏହି କାର୍ଯ୍ୟରେ ନିଜକୁ ସହଭାଗୀ ପାଇଁ ପ୍ରଶିକ୍ଷାର୍ଥିଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଳା ସ୍ତରୀୟ ମାଷ୍ଟର ଟ୍ରେନର ପ୍ରଧ୍ୟାପକ ରୀନା ବାଗ ଓ ଶ୍ରୀ ଶଙ୍କର ସାହୁ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ନୂଆପଡ଼ା ଜିଲ୍ଲା ନୋଡାଲ ଅଫିସର୍ ତଥା ସହ ନିର୍ଦ୍ଦେଶକ ଶ୍ରୀମତୀ ଜସ୍ମିନ ପଟ୍ଟନାୟକ ପ୍ରଶିକ୍ଷାର୍ଥିଙ୍କୁ ଦିଗଦର୍ଶନ ଦେଇଥିଲେ। ଏହି କାର୍ଯ୍ୟରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ଯୋଗଦାନ କରିଥିଲେ । ପ୍ରଧ୍ୟାପକ ବିକ୍ରମାଦିତ୍ୟ ସିଂ ବରିହା, ଟିକେଶ୍ୱର ପାର୍ଣ୍ଣl, ବବିତା ଶବର , ଅନିତାମଞ୍ଜରୀ ଶବର, ସଞ୍ଜୟ କୁମାର ଅହିର,ଆଲୋକ କୁମାର ପଣ୍ଡା ଓ ମୌର୍ଯ୍ୟ ସିଂ ରାଉତରାୟ ବିଶେଷ ସହଯୋଗ କରିଥଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ