।। ରାମନାଗୁଡା ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।।

Feb 12, 2024 - 20:04
 0  98
।। ରାମନାଗୁଡା  ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।।

ରାମନାଗୁଡା : ତା 12.02.2024 ରିଖ ଦିନ ରାମନଗୁଡା ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆରକ୍ଷୀ ଅଧିକ୍ଷକ ହରିଷ ବି ସି ଉପସ୍ଥିତ ରହି ମୋଟ 60ଟି ଅଭିଯୋଗ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡିକର ତୁରନ୍ତ ଫଇସଲା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । 60ଟି ଅଭିଯୋଗ ମଧ୍ୟରୁ 43ଟି ବ୍ୟକ୍ତିଗତ ଓ 17ଗୋଟି ସାମୁହିକ ଅଭିଯୋଗ ଦାଖଲ ହୋଇଥିଲା । ଦୁଇଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ 30000ଟଙ୍କା, ଜଣଙ୍କୁ ରେଡ଼ କ୍ରସରୁ 10000ଟଙ୍କା (ମୋଟ 40000ଟଙ୍କା) ଚିକିତ୍ସା ବାବଦକୁ ଜିଲ୍ଲାପାଳ ମଞ୍ଜୁର କରିଥିଲେ । ବିଶେଷ କରି ରାସ୍ତା, ବିଦ୍ୟୁତ, ବିଜୁ ପକ୍କାଘର, ପାନୀୟ ଜଳ, ଧାନମଣ୍ଡି ପରିଚାଳନା, ପିଲାମାନଙ୍କୁ ବିଦ୍ୟାଳୟ ଓ ହଷ୍ଟେଲରେ ଦାଖଲ ନିମନ୍ତେ ଦରଖାସ୍ତ ଗୁଡିକ ଦାଖଲ ହୋଇଥିଲା । ଆଜିର ଏହି ଅଭିଯୋଗ ଶୁଣାଣୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଲାଲ ମୋହନ ରାଉତରାୟ, ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶାନ୍ତି ପ୍ରଭା ପ୍ରଧାନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଦୀପ୍ତିମୟୀ ପାତ୍ର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୂର୍ଯ୍ୟମଣି ଭୋଇ, ସମାଜ କଲ୍ୟାଣ ଅଧିକାରୀ କମାକ୍ଷୀ ପାଢ଼ୀ, ଜିଲ୍ଲା ମଙ୍ଗଳ ଅଧିକାରୀ ବିଭୁତି ଭୂଷଣ ବିଶ୍ୱାଳ, ରାମନଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଯାଦବ ସନ୍ତୋଷ, ଆସିଷ୍ଟାଣ୍ଟ କଲେକ୍ଟର ମଧୁସ୍ମିତା ସ୍ୱାଇଁ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ବିପିଏମ ଯସ୍ମୀନ ମୁଟୁକା ଓ ବ୍ଲକ କର୍ମଚାରୀ ଶିବିର ପରିଚାଳନା କରିଥିଲେ । ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ରାମନାଗୁଡା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ପାଳୁପାଇ ଅଞ୍ଚଳରେ ହେଉଥିବା ଷ୍ଟ୍ରବରୀ ଚାଷ ଦେଖି ଖୁସି ବ୍ୟକ୍ତ କରିଥିଲେ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ