।। ରାଜ୍ୟ ସ୍ତରୀୟ ସାହାଣୀ କପ - ୨୦୨୪ ୭ମ ଦିନ - ଢେଙ୍କାନାଳକୁ ହରାଇ ମୟୁରଭଞ୍ଜ ସେମିରେ ।।

Oct 2, 2024 - 19:51
 0  94
।। ରାଜ୍ୟ ସ୍ତରୀୟ ସାହାଣୀ କପ - ୨୦୨୪  ୭ମ ଦିନ - ଢେଙ୍କାନାଳକୁ ହରାଇ ମୟୁରଭଞ୍ଜ ସେମିରେ ।।

ବାରିପଦା - ତା :- ୦୨/୧୦/୨୦୨୪ ରିଖ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ - ୨୦୨୪ ର ୭ମ ଦିନରେ ଖେଳାଯାଇଥିବା କ୍ଵାଟର ଫାଇନାଲ ମ୍ୟାଚରେ ମୟୁରଭଞ୍ଜ ୩-୧ ଗୋଲରେ ଢେଙ୍କାନାଳକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି I ମୟୁରଭଞ୍ଜ ଦଳ ତରଫରୁ ହାମ୍ବିରା ହେମ୍ବ୍ରମ ୨୭ ମିନିଟରେ, ବିନ୍ଦୁ ସୋରେନ ୪୫ ମିନିଟରେ ଓ ନୀଲେଶ ତିଗା ୯0 ମିନିଟରେ ଗୋଲ କରିଥିବା ବେଳେ ଢେଙ୍କାନାଳ ତରଫରୁ ମଧୁ ଯାନୀ ଏକ ମାତ୍ର ଗୋଲ କରିଥିଲେ I ମୟୁରଭଞ୍ଜର ହାମ୍ବିରା ହେମ୍ବ୍ରମ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ ମହେଶ ଦାଶ ସ୍ମୃତି ସମ୍ମାନରେ ପୁରସ୍କୃତ ହୋଇଥିଲେ I ଶିବ ଶଙ୍କର ପଣ୍ଡା, ବିପୁଲ ବିଦ୍ୟାଧର, ସୂର୍ଯ୍ୟ ନାରାୟଣ ମିର୍ଦା ଓ ଲକ୍ଷ୍ମଣ ସେଠ ଖେଳ ପରିଚାଳନା କରିଥିବା ବେଳେ ସୁଭଦ୍ରା ହେମ୍ବ୍ରମ ମ୍ୟାଚ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ I ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, ଫାଓ ଉପ ସଭାପତି ଅସିତ ପତି, କାଉନସିଲର ସୁକେଶିନୀ ସେଠୀ, ଅନୁରାଧା ମହାନ୍ତି, ଅନନ୍ତ ଦାସ, ଖୁଣ୍ଟା ବ୍ଲକ ଅଧ୍ୟକ୍ଷ ସୁଧନା ନାଏକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ କ୍ରୀଡା ସଂସଦର ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, କୋଷାଧ୍ୟକ୍ଷ ଅମିତାଭ ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ ଓ ପାର୍ଥ ସାରଥୀ ସ୍ୱାଇଁ ଉପସ୍ଥିତ ଥିଲେ I ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା ୪ ତାରିଖ ଦିନ ଅପରାହ୍ନ ୩ ଟା ରେ ମୟୁରଭଞ୍ଜ ଓ କଟକ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ