।। ରାଜ୍ୟ ସ୍ତରରେ ସନ୍ତୋଷ ମହାନ୍ତି ସମ୍ବର୍ଦ୍ଧିତ ।।

Oct 17, 2024 - 20:17
 0  20
।। ରାଜ୍ୟ ସ୍ତରରେ ସନ୍ତୋଷ ମହାନ୍ତି ସମ୍ବର୍ଦ୍ଧିତ ।।

ବାରିପଦା :- ତା - ୧୭/୧୦/୨୦୨୪ ରିଖ ସୂଚନା ଅଧିକାର ଆଇନ-୨୦୦୫ ର ୧୯ ବର୍ଷପୂର୍ତ୍ତୀ ଅବସରରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା, ରାଜ୍ୟଶାଖା) ତରଫରୁ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ପୌରହିତ୍ୟରେ ଏକ ସଭା ଅନୁଷିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆଇନ , ଅବକାରୀ , ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ,ସମ୍ମାନିତ ଅତିଥିଭାବେ ଏନ ସି ପି ଆର ଆଇ , ଦିଲ୍ଲୀର ସଦସ୍ୟା ସୁଶ୍ରୀ ଅମ୍ରୀତା ଜୋହରୀ, ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ନବୀନ ଦାସ , ଓସାର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବିବାସ ଓ ଆଜାଦ ପାଣିଗ୍ରାହୀ ଯୋଗଦେଇ ସୂଚନା ଅଧିକାର ଆଇନର ପ୍ରୟୋଗ ଓ ଦୁର୍ନିତି ନିବାରଣରେ ତାର ଉପଯୋଗିତା ଉପରେ ଆଲୋକ ପାତ କରିଥିଲେ। ମାନ୍ୟବର ମନ୍ତ୍ରୀ ସୂଚନା ଅଧିକାର ଆଇନକୁ ଜନସାଧାରଣଙ୍କ ମଙ୍ଗଳରେ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ ଏବଂ ସୂଚନା ଅଧିକାର ଆଇନକୁ ଅଧିକ ସରଳ କରିବାପାଇଁ ଆବଶ୍ୟକ ପରିବର୍ତ୍ତନ କରିବା ଉଚିତ ବୋଲି କହିଥିଲେ।ଏହି ଅବସରରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ମୟୂରଭଞ୍ଜର ଆବାହକ ସନ୍ତୋଷ ମହାନ୍ତିଙ୍କୁ ମୟୁରଭଞ୍ଜରେ ସୁଚନା ଅଧିକାର ଆଇନକୁ ପ୍ରୟୋଗ, ପ୍ରସାର ଓ ପ୍ରଚାର କରି ଲୋକଙ୍କ ମଧ୍ୟରେ ଦୁର୍ନିତି ଓ ଦୁର୍ନିତି ଗ୍ରସ୍ତଙ୍କ ବିରୁଦ୍ଧରେ ଲଢିବା ପାଇଁ ଜନମତ ସୃଷ୍ଟି କରିଥିବାରୁ ରାଜ୍ୟସ୍ତରରେ ମାନ୍ୟବର ମନ୍ତ୍ରୀ ପୃଥିରାଜ ହରିଚଳନ ଓ ସୁଶ୍ରୀ ଅମ୍ରୀତା ଜୋହରୀ ସମ୍ବର୍ଦ୍ଧିତ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ