ରାଇକିଆ କାଥଲିକ ଚର୍ଚ୍ଚ ଦୁଇ ଦିନିଆ ପୁନଃରୁଥାନ ପର୍ବ ଧୂମୁଧାମ ରେ ମ୍ୟୁଜିକ କାଲ ପାଳନ ହେଲା
ରାଇକିଆ (ରିପୋର୍ଟ ରୋନାଲ ଦିଗାଳ )କନ୍ଧମାଳ ଜିଲ୍ଲା ରାଇକିଆ ରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶ୍ରଦ୍ଧା ଓ ପ୍ରେମର ପ୍ରତୀକ ଭାବେ ପାଳିତ ହେଲା ତାଙ୍କର ପୁନରୁତ୍ଥାନ ଦିବସ। ମାନବ ଜାତି ପାଇଁ ତାଙ୍କର ବଳିଦାନ ଏବଂ ତିନି ଦିନ ପରେ ମୃତ୍ୟୁ କୁ ବିଜୟ କରି ପୁନଃଜୀବିତ ହେବାର ଦିନକୁ ସ୍ମରଣ କରି, ରାଇକିଆ ସ୍ଥିତ କ୍ୟାଥଲିକ୍ ଚର୍ଚ୍ଚରେ ଶନିବାର ରାତିରୁ ଆରମ୍ଭ ହୋଇ ରବିବାର ସକାଳ ପର୍ଯ୍ୟନ୍ତ ଉତ୍ସବମୟ ପରିବେଶ ରହିଥିଲା।ପ୍ୟାରିସ ଚର୍ଚ୍ଚର ମୁଖ୍ୟ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକ, ସହଯାଜକ ପୁରୁଷୋତ୍ତମ ନାୟକ ଓ ମାଇକେଲ ବେହେରା,ଯାଜକ ଗାନ୍ଧୀ ବଡ଼ସେଟ ଶ୍ରଦ୍ଧାଭକ୍ତି ସହିତ ପବିତ୍ର ବାଇବଲ ପଠନ କରି, ସମସ୍ତ ପୃଥିବୀବାସୀଙ୍କ ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିଥିଲେ।ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନ କେବଳ ଏକ ଆଧ୍ୟାତ୍ମିକ ଘଟଣା ନୁହେଁ, ଏହା ଖ୍ରୀଷ୍ଟ ବିଶ୍ୱାସୀଙ୍କ ପାଇଁ ଏକ ନୂତନ ଆଶା, ଏକ ନୂତନ ଜୀବନର ଆରମ୍ଭ। ଏହି ଦିନ ଉଲ୍ଲାସ, ଶ୍ରଦ୍ଧା ଓ ପ୍ରେମର ଏକ ଶକ୍ତିଶାଳୀ ପ୍ରତିକ ଭାବରେ ଅନୁଭୂତ ହେଲା।ପୂଜାର୍ଚନା କାର୍ଯ୍ୟକ୍ରମ ରେ ରାଇକିଆ ମଣ୍ଡଳୀ ର ସଭାପତି ବିକ୍ରମ ପ୍ରଧାନ, କୋଷାଧକ୍ଷ ସୁରଜ କୁମାର ନାୟକ, ସମ୍ପାଦକ ସୁରତ ନାୟକ ସହଯୋଗ କରିଥିଲେ।ଏହି ଅବସରରେ ରବିବାର ଏଵଂ ସୋମବାର ଦୁଇ ଦିନ ଧରି ରାଇକିଆ ବିଜୟ ହାଇସ୍କୁଲ ପଡିଆ ଠାରେ ଇଷ୍ଟର ସାଂସ୍କୃତିକ ସନ୍ଧ୍ୟା 25 ତମ ରଜତ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ସାଂସ୍କୃତିକ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଫlଦେର ପ୍ରଦୋସ ନାୟକ,ମହାମାନନୀୟ ସହକାରୀ ବିଶପ ରବୀନ୍ଦ୍ର ରଣସିଂଈଶ୍ୱର ଙ୍କ ବାକ୍ୟ ପରିବେଷଣ କରିଥିଲେ. ଓଡିଶା ର ସୁ ସମାଚାର ଗାୟକ ଅମିତ ପାଣି ନିଜ ସଂଗୀତ ରେ ଦର୍ଶକ ଙ୍କୁ ମନମୁଗ୍ଧ କରିଥିଲେ l ଏହି କାର୍ଯ୍ୟକ୍ରମ କୁ କ୍ୟାଥଲିକ ସାଂସ୍କୃତିକ ପରିଷଦ ର ସଭାପତି ବିନୟ କୁମାର ଶୋଭାସୁନ୍ଦର, ଉପ ସଭାପତି ଯୋଗୀନ୍ଦ୍ର ନୀଳ ମଣି ମଣ୍ଡଳ, ସାଧାରଣ ସମ୍ପାଦକ ଅନିଲ କୁମାର ଦିଗାଳ, ସମ୍ପାଦକ ରାଜ କୁମାର ପ୍ରଧାନ, କୋଷାଧକ୍ଷ ସୁନୀଲ କୁମାର ନାୟକ, ଉପଦେଷ୍ଟା ଜୟlନନ୍ଦ ନାୟକ ଙ୍କ ସହଯୋଗ ରେ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ରଶ୍ମି ରଞ୍ଜନ ତ୍ରିପାଠୀ ଓ ଜୟାନନ୍ଦ ନାୟକ ପରିଚାଳନା କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0