।। ଯନ୍ତାରେ ପଡିଲା ମଣିଷ ଖିଆ ବାଘ ।।

Nov 5, 2023 - 19:33
 0  14
।। ଯନ୍ତାରେ ପଡିଲା ମଣିଷ ଖିଆ ବାଘ ।।

ନୂଆପଡା : ସପ୍ତାହେ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁକୁ ମାରି ଖାଇ ଥିବାବେଳେ ଅଳ୍ପକେ ବର୍ତ୍ତୀଥିଲେ ଜଣେ ନାବାଳକ ଶନିବାର ରାତି 11 ଟା ସମୟରେ ବନ ବିଭାଗର 5 ଜଣିଆ ଦଳ ଓ ଗ୍ରାମବାସୀଙ୍କ ସହଯୋଗରେ ମଣିଷ ଖିଆ ବାଘକୁ ଶେଷରେ କାବୁ କରି ନେଇଛି ବନ ବିଭାଗ l ବର୍ତମାନ ବାଘକୁ ରେଞ୍ଜ ଅଫିସରେ ରଖା ଯାଇଛି l ତାର ସ୍ୱାସ୍ଥ ଅବସ୍ଥା ଯାଞ୍ଚ ହେଲା ପରେ ଭୁବନେଶ୍ୱର ନନ୍ଦନକାନନ କୁ ପଠା ଯିବାର ସୂଚନା ରହିଛି l ନୂଆପଡା ଏଡିଏମ ଜ଼ିଲ୍ଲାପାଳ ଭୀମସେନ ଶବର, ନୂଆପଡା ବିଡିଓ ବିପିନ ବିହାରୀ ଦୀପ, ନୂଆପଡା ଜ଼ିଲ୍ଲାପାଳ ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ, ବିଜେପି ନେତା ଯଦୁମଣି ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ଭୁବନେଶ୍ୱରୀ ଦଣ୍ଡସେନା, କମଲେଶ ଠାକୁର, ଭକ୍ତ ବନ୍ଧୁ ଧରୁଆ, ପ୍ରମୁଖ ଉପସ୍ଥିତ ଥିଲେ l ନୂଆପଡା ଜ଼ିଲ୍ଲା ସଦର ବ୍ଲକ ଧରମବନ୍ଧl ଥାନା ଅନ୍ତର୍ଗତ କୋଦୋପାଲି ଗାଁରେ ଜଣେ 8 ବର୍ଷର ଶିଶୁ ନୀଳକଣ୍ଠ ବରିହାକୁ ଶନିବାର ସନ୍ଧ୍ୟାରେ ବାଘ ଆକ୍ରମଣ କରିଥିଲା l ଏହା ପୂର୍ବରୁ ଶୁକ୍କ୍ରବାର ସନ୍ଧ୍ୟlରେ ସିଲେରିବାହାଲ ଗାଁ ର ରାମେଶ୍ୱରୀ ମାଝୀ (45) ଶୌଚ କରିବାକୁ ଯାଇଥିବା ସମୟରେ ବାଘ ଝାମ୍ପି ନେଇ ମାରି ଖାଇଥିଲା l ତାଙ୍କର ମୃତ୍ୟୁ ଦେହକୁ ଶନିବାର ଜଙ୍ଗଲରୁ ବନ ବିଭାଗ ଉଦ୍ଧlର କରିଥିଲା l ଗତ ସୋମବାର ଦିନ ସନ୍ଧ୍ୟାରେ କଟିଙ୍ଗପାଣି ଗାଁ ଗୋଧସ ପଡ଼ାର ଘର ସାମ୍ନାରୁ 8 ବର୍ଷର ଶିଶୁ ଡମ୍ବରୁ ଧରୁଆଙ୍କୁ ମଧ୍ୟ ନେଇ ମାରି ଖାଇ ଯାଇଥିଲା ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ