ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ "ସେ ନୋ ଟୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ" ସଚେତନତା କାର୍ଯ୍ୟକ୍ରମ ପାଳିତ

Sep 19, 2025 - 20:17
 0  52
ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ "ସେ ନୋ ଟୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ" ସଚେତନତା କାର୍ଯ୍ୟକ୍ରମ ପାଳିତ

ବାରିପଦା:- ୧୯/୯/୨୦୨୫ ସାଧାରଣ ଲୋକଙ୍କ ମଧ୍ୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ର ଅପକାରିତା ବିଷୟରେ ସଚ଼େତନ କରିବାକୁ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ଏକ ସଚ଼େତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ବାରିପଦା ବଡ଼ଦାଣ୍ଡ ରେ ଥିବା ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରୀ ଉଠା ଦୋକାନୀ ମାନଙ୍କୁ ସଚ଼େତନ କରାଯାଇଥିଲା। ଉଠା ଦୋକାନୀ ମାନେ ଅତି ଆଗ୍ରହର ସହିତ ଏହାକୁ ହୃଦୟଙ୍ଗମ କରିବା ସହିତ ପରିବେଶ କୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଡାକ ବିଭାଗର ଏପରି କାର୍ଯ୍ୟକ୍ରମକୁ ଖୁବ ପ୍ରଶଂସା କରିଥିଲେ।ମୟୂରଭଞ ଡ଼ାକ ମଣ୍ଡଳର ଭାରପ୍ରାପ୍ତ ଅଧିକ୍ଷକ ଶ୍ରୀ ପ୍ରଣବ କୁମାର ମିଶ୍ରଙ୍କ ପ୍ରତକ୍ଷ୍ୟ ତତ୍ବାବଧାନ ରେ ଏହି କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଡ଼ାକ ଅଧିକ୍ଷକ କାର୍ଯ୍ୟାଳୟ ର ଅଫିସ୍ ସୁପରଭାଇଜର ଶ୍ରୀ ଉଜ୍ଵଳ କୁମାର, ଙ୍କ ସମେତ ଶ୍ରୀ ଅନୀଲ ସାହା , ଶ୍ରୀ ସୌରଭ କୁମାର ପାଲ, ଚନ୍ଦ୍ରଶେଖର ମହାନ୍ତି, ସୁଶାନ୍ତ କୁମାର ବେହେରା, ରବିରଞ୍ଜନ ସେନାପତି, ନୟନରଞନ ସାହୁ, ବିଧୁଭୂଷଣ ବେହେରା, ତପେଶ୍ଵର ମିଶ୍ର, ରତନ ହେମ୍ବ୍ରମ, ଶ୍ରୀଧର ସେଠୀ , ଶରତ ମହାପାତ୍ର, ବିଜୟ କୁମାର ସାହୁ, ଅଭିଳାଷ ମହାନ୍ତି ସହିତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ