ମୟୁରଭଞ୍ଜ କେମିଷ୍ଟ ଓ ଡ୍ରାଗିଷ୍ଟ ଏସୋସିଏସନ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ
ବାରିପଦା - ତା :- ୦୩/୦୫/୨୦୨୬ ରିଖ ବାରୁଣୀ ରୋଡ଼ ସ୍ଥିତ ମୟୁରଭଞ୍ଜ କେମିଷ୍ଟ ଭବନ ପରିସରରେ ମୟୁରଭଞ୍ଜ କେମିଷ୍ଟ ଓ ଡ୍ରାଗିଷ୍ଟ ଏସୋସିଏସନ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଓଡିଶା ଡ୍ରାଗିଷ୍ଟ ପରିବାରର ଦିବଂଗତ ଚୌଧୁରୀ ପ୍ରବୀର ଦାସଙ୍କ ସ୍ମୃତିରେ ତଥା ୧୦ମ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ଏହି ଶିବିରରେ ୨ ଜଣ ମହିଳା ସମେତ ମୋଟ ୧୭୫ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ୍ରଗ୍ସ ଇନ୍ସପେକ୍ଟର ଦିବ୍ୟ ରଞ୍ଜନ ନାଏକ ଏହି ଶିବିରର ଉଦଘାଟନ କରିଥିଲେ I ସମ୍ମାନିତ ଅତିଥି ଭାବେ ସମାଜସେବୀ ସରୋଜ କୁମାର ସାହୁ, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ସିଦ୍ଧାର୍ଥ ମହାନ୍ତି, ଦୁର୍ଗା ପ୍ରସାଦ ମିଶ୍ର, ରେଡକ୍ରସର ଆଜୀବନ ସଦସ୍ୟ ଅମର କୁମାର ସେଠି ଓ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଏସୋସିଏସନର ସଭାପତି ବିକାଶ ଚନ୍ଦ୍ର ମହାନ୍ତ, ସମ୍ପାଦକ ମାନସ ରଞ୍ଜନ ମହାନ୍ତି, ଅମୀୟ କୁମାର ମହାପାତ୍ର, କୋଷାଧ୍ୟକ୍ଷ ନରେଶ କୁମାର ଅଗ୍ରୱାଲ ତଥା ସଦସ୍ୟ ଡଃ ନାରାୟଣ ବେହେରା, ତପନ ବସା, ନୟନ ଦାସ, ବିବେକାନନ୍ଦ ଶେଜପଡା, ଭବାନୀ ଶଙ୍କର ରାଉତ, ସୁନିତ ସାକୁନିଆ, ସୁଶାନ୍ତ ପୃଷ୍ଟି, ଆଶିଷ ସାକୁନିଆ ପ୍ରମୁଖ ଶିବିରର ଆୟୋଜନ କରିବା ସହ ବହୁ ସଦସ୍ୟ ମଧ୍ୟ ରକ୍ତଦାନ କରିଥିଲେ I ବାରିପଦା ରକ୍ତ କେନ୍ଦ୍ର, ବାରିପଦା ର ମେଡିକାଲ ଅଫିସର ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ଛବି ମହାନ୍ତ, ବବିତା ପଟ୍ଟାୟତ, ସତ୍ୟଜିତ ମହାନ୍ତ, ନିତିଶ ସାମଲ, ବିଜୟ ବାନ୍ଦ୍ରା, ପାର୍ଥସାରଥୀ ମହାନ୍ତ, ଶକୁନ୍ତଳା ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ I ତତସହିତ ଏସୋସିଏସନର ରାଇରଙ୍ଗପୁର ଶାଖା ତରଫରୁ ୪୨ ୟୁନିଟ ଓ ଉଦଳା ଓ କରଞ୍ଜିଆ ଶାଖା ତରଫରୁ ୧୫ ୟୁନିଟ ଲେଖାଏଁ ରକ୍ତ ସଂଗୃହିତ ହୋଇଯାଇଛି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0