ମୟୁରଭଞ୍ଜରେ ଜିଲ୍ଲାସ୍ତରୀୟ ୯୧ତମ ଓଡ଼ିଶା ଦିବସ ପାଳିତ:ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମହାପର୍ବ:-ଐତିହ୍ୟ ଫଟୋ ପ୍ରଦର୍ଶନୀ ମୁଖ୍ୟ ଆକର୍ଷଣ
ବାରିପଦା, ୦୧/୦୪: ଭାଷା ଆମର ଅସ୍ମିତା, ସଂସ୍କୃତି ଆମର ଗର୍ବ ଏବଂ ପ୍ରଗତି ଆମର ଲକ୍ଷ୍ୟ । ପ୍ରତ୍ୟେକ ଓଡ଼ିଆଙ୍କ ଭାଗୀଦାରି ହିଁ ଏକ ‘ସମୃଦ୍ଧ ଓଡ଼ିଶା’ ଗଠନର ମୂଳଦୁଆ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ୯୧ତମ ଓଡ଼ିଶା ଦିବସ ତଥା ରାଜ୍ୟ ପ୍ରତିଷ୍ଠା ଦିବସ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ୍, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ ଯୋଗ ଦେଇଥିଲେ । ଏଥିସହ ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଠୁପଲ୍ଲୀ, ବାରିପଦା ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଆଜିର ଏହି ଗରିମାମୟ ଉତ୍ସବରେ ଜିଲ୍ଲାର ବୁଦ୍ଧିଜୀବୀ, ମିଶନ ଶକ୍ତି ମହିଳା ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମଣ୍ଡଳୀ ଓ ବିଭିନ୍ନ ଛାତ୍ରଛାତ୍ରୀମାନେ ସାମିଲ ହେବା ସହିତ ଜିଲ୍ଲାସ୍ତରୀୟ ସମସ୍ତ ପଦାଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଓଡ଼ିଆ ଜାତିର ବୀରତ୍ୱ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନର ସଂଗ୍ରାମକୁ ମନେ ପକାଇଥିଲେ। ସେ କହିଥିଲେ, “ଭାଷା ଆମର ଅସ୍ମିତା, ସଂସ୍କୃତି ଆମର ଗର୍ବ ଏବଂ ପ୍ରଗତି ଆମର ଲକ୍ଷ୍ୟ । ପ୍ରତ୍ୟେକ ଓଡ଼ିଆଙ୍କ ଭାଗୀଦାରି ହିଁ ଏକ ‘ସମୃଦ୍ଧ ଓଡ଼ିଶା’ ଗଠନର ମୂଳଦୁଆ । ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଆମକୁ ଏବେଠାରୁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଇରଙ୍ଗପୁର ବିଧାୟକ ଶ୍ରୀ ନାଏକ୍ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସ ହେଉଛି ଅନେକ ସଂଗ୍ରାମ ଓ ତ୍ୟାଗର କାହାଣୀ। ଆଜିର ଦିନରେ ଆମେ ସେହି ମହାପୁରୁଷମାନଙ୍କୁ ସ୍ମରଣ କରିବା ସହ ଜିଲ୍ଲାର ସାମୂହିକ ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏକ ତ୍ୟାଗ ଓ ବଳିଦାନର ସାମୂହିକ ପ୍ରୟାସ । ଏହା ନିଶ୍ଚୟ ଆଗାମୀ ପିଢ଼ି ଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଉଦ୍ରେକ କରିବାରେ ସହାୟକ ହେବ ବୋଲି ସମ୍ମାନୀତ ଅତିଥି ସାରସକଣା ବିଧାୟକ ଶ୍ରୀ ହାଁସଦା ମତପୋଷଣ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବାରିପଦା ବିଧାୟକ ଶ୍ରୀ ସୋରେନ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆମ ମାତୃଭାଷା ଓ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାର ସୁରକ୍ଷା ତଥା ପ୍ରସାର ପାଇଁ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶାର ଗୌରବମୟ ଇତିହାସ ଏବଂ ବରପୁତ୍ରମାନଙ୍କ ଅବଦାନକୁ ନେଇ ଏକ ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ । ଅତିଥିମାନେ ଏହି ଫଟୋ ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ଗୌରବମୟ ଇତିହାସକୁ ଉଜାଗର କରିବାର ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ । ମାତ୍ର ତାଙତାଙ୍କ ଭାଷାଣରେ ସ୍ୱାସ୍ଥ୍ୟଗତ ଚିକିତ୍ସାର ଯେଉଁ ଅସୁବିଧା ରହୁଛି। ଚିକିତ୍ସାଳୟରେ କିଛି ଡାକ୍ତର ଏବଂ ଅନ୍ୟ କିଛିନରସିଂ ଷ୍ଟାପମାନଙ୍କର. ରୋଗୀମାନଙ୍କର ପ୍ରତି ଦୁର ବ୍ୟବହାର ଏବଂ ଉନ୍ନତମାନର ଚିକିତ୍ସାରୁ ବଞ୍ଚିତ ହେବା, ଏହି ସବୁର ସମାଧାନ ଉପରେ କୌଣସି ପଦକ୍ଷେପ ନନେବା ଦ୍ଵାରା ଚିକିତ୍ସା କ୍ଷେତ୍ରରେ କୌଣସି ସୁଧାରଆସିପାରୁନାହିଁ। ଦିନକୁ ଦିନ ସ୍ଵାସ୍ଥ୍ୟସେବା ବିଗିଡିବାରେ ଲାଗିଛି। ଡାକ୍ତରମାନେ ସରକାରି ଚିକିତ୍ସାଳୟରେ କମ ସମୟ ରହୁ ଥିବାବେଳେ । ଅଧିକ ସମୟ ପ୍ରାଇଭେଟ ଚିକିତ୍ସା କରି ମାଲେ ମାଲ ହେଉଛନ୍ତି।ମାତ୍ର ରୋଗୀର ଦୁର୍ଦ୍ଦଷାଦିନକୁ ଦିନ ବଢିଚାଲିଛି। ଏଥିପ୍ରତି ସ୍ୱାସ୍ଥ୍ୟମନ୍ତ୍ରୀ ମାନ୍ୟବର ମୁକେଶ ମହାଲିଙ୍ଗକୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଇନାହିଁନ୍ତି। ଫଳରେ ଉକ୍ତ ମନ୍ତ୍ରୀଙ୍କର ସମୟ ରେ ମନପଲି ଚିକିତ୍ସା ଚାଲିଛି ସରକାରି ଚିକିତ୍ସା ଳୟମାନଙ୍କ ରେ । ଫଳରେ ଲୋକଙ୍କ ମନରେ ଅସନ୍ତଷ୍ ଦେଖାଦେଉଛି ।ଡବଲ ଭଞ୍ଜିନ ସରକାରରେ ଆରମ୍ଭରୁ ସ୍ୱାସ୍ଥ୍ୟଗତ ଚିକିତ୍ସା କ୍ଷେତ୍ରରେ ଯାନ୍ତ୍ରିକ ତ୍ରୁଟି ଲାଗି ରହୁଛି। ଗରୀବ ଅସହାୟ ଲୋକଙ୍କୁ କେବଳ ଦଇବ ସାହା, ଏଥିପ୍ରତି ଖୋଦ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଗୋଚର ହୋଇ ଏହାର ସୁଧାର ପାଇଁ ପଦକ୍ଷେପ ନେଲେ ସୁଧାର ଆସି ପାରିବ । ଏହି ଅବସରରେ ଆଜି ପ୍ରାତଃ ସମୟରେ ଜିଲ୍ଲା ପ୍ରଶାସନ ଏବଂ ବାରିପଦା ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବାରିପଦା ପୌରପାଳିକା ଅଧ୍ୟକ୍ଷ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଗାନ୍ଧୀ ପାର୍କ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସହରରେ ଥିବା ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସଫଳତାର ସହ ପରିଚାଳନା କରିଥିଲେ।
What's Your Reaction?
Like
0
Dislike
1
Love
0
Funny
0
Angry
0
Sad
1
Wow
0