।। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ ।।

Dec 15, 2023 - 16:33
 0  11
।।  ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ ।।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ସମସ୍ତ ୧୫ ଟି କ୍ଲଷ୍ଟର ରୁ ୨୮ ଜଣ ଶିକ୍ଷକ ଏବଂ ଦୁଇଜଣ ସିଆରସିସି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ରେ ଯୋଗଦାନ କରିଥିଲେ ଏହା ବ୍ୟତୀତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଜଣେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଓ ଜଣେ ଶିକ୍ଷକ ପ୍ରଶିକ୍ଷକ ଭାବରେ ଦୁଇଜଣ ଯୋଗଦାନ କରିଥିଲେ । ଅଦ୍ୟ ତା ୧୩.୧୨.୨୩ ବୁଧବାର ଦିନ ଵୃନ୍ଦାଵାହାଲ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଵୈଜଲପୁର ଠାରେ ଆୟୋଜିତ ତିନି ଦିନିଆ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ ହୋଇଯାଇଛି। କର୍ମଶାଳା ର ପ୍ରଥମ ଦିନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ଯୋଶୀ, ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି , ଭବାନୀପାଟଣା ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଯୁକ୍ତ ଅଚ୍ୟୁତାନନ୍ଦ ମଲ୍ଲିକ ଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ବେଳେ ଦ୍ଵିତୀୟ ଦିବସ ରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲଵଣୀ କୁମାର ନାଏକ ଉପସ୍ଥିତ ରହି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ର କାର୍ଯ୍ୟ ରେ ଶିକ୍ଷଣ ସାମଗ୍ରୀ ବ୍ୟବହାର ର ଗୁରୁତ୍ଵ ବିଷୟରେ ଧାରଣା ଦେଇଥିଲେ। କର୍ମଶାଳା ର ତୃତୀୟ ଦିବସ ବୁଧବାର ଦିନ ଉଦଯାପିତ ହୋଇଯାଇଛି ଏହି ଉଦଯାପିତ ଉତ୍ସବ ରେ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲ ଗୋଲାମୁଣ୍ଡା ଉପସ୍ଥିତ ରହି ସମସ୍ତ ଶିକ୍ଷଣ ସାମଗ୍ରୀ ର ଉପଯୁକ୍ତ ବ୍ୟବହାର ଓ ଗୁରୁତ୍ଵାରୋପ କରିବା ସହିତ ଶିକ୍ଷକ ମାନଙ୍କୁ ଆଗାମୀ ଦିନରେ ଏହି ପରି ଇନୋଭେଟିଵ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରି ଛାତ୍ରଛାତ୍ରୀ ମାନଙ୍କୁ ଶ୍ରେଣୀ ପ୍ରକୋଷ୍ଠ ରେ ଶିକ୍ଷାଦାନ କଲେ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନ ପ୍ରତି ଆଗ୍ରହ ଵଢିବା ସହିତ ଵିଷୟ ଗୁଡିକ ସହଜରେ ଵୁଝିପାରିବାରେ ସହାୟକ ହେବ ବୋଲି ମତ ଦେଇଥିଲେ। ଉକ୍ତ ଉଦଯାପିତ ଉତ୍ସବ ରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଚ୍ୟୁତାନନ୍ଦ ମଲ୍ଲିକ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି ଭବାନୀପାଟଣା ର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ର ଉଦ୍ଧେଶ୍ୟ ସଂପର୍କରେ ଗୁରୁତ୍ଵାରୋପ କରିବା ସହିତ ସଦ୍ ବିନିଯୋଗ ଉପରେ ଆଲୋକପାତ କରିଥିଲେ। ଉକ୍ତ ତିନିଦିନିଆ କର୍ମଶାଳା ରେ ସିଆରସିସି ଗ୍ରୀଣ୍ଡୋଲ ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ ପ୍ରଶିକ୍ଷକ ଭାବରେ ଦାୟିତ୍ଵ ତୁଲାଇଵା ସହିତ ବିଭିନ୍ନ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଉଥିଲେ ଏବଂ କର୍ମଶାଳା ର ମଞ୍ଚ ପରିଚାଳନା ଦାୟିତ୍ଵ ମଧ୍ୟ ତୁଲାଇଥିଲେ। ସିଆରସିସି ଖଲିଆପାଲି ଶ୍ରୀଯୁକ୍ତ ରେଖାରାମ ନାଏକ କର୍ମଶାଳା ର ପ୍ରଥମ ରୁ ଶେଷ ଦିବସ ପର୍ଯ୍ୟନ୍ତ ପ୍ରଶିକ୍ଷକ ଦାୟିତ୍ଵ ନିର୍ବାହ କରିଥିବା ସହିତ ସମସ୍ତ ପ୍ରଶିକ୍ଷକ ମାନଙ୍କୁ ଟିଏଲଏମ ପ୍ରସ୍ତୁତ ପାଇଁ ମାର୍ଗ ଦର୍ଶନ ଦେଇଥିଲେ। ସିଆରସିସି ଵୃନ୍ଦାଵାହାଲ ଶ୍ରୀଯୁକ୍ତ ରାଜେନ୍ଦ୍ର ତାନ୍ତି, ଵୈଜଲପୁର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୌଭାଗ୍ୟ ନାଏକ , ଶହ ଶିକ୍ଷୟିତ୍ରୀ ଯଶୋବନ୍ତୀ ମହାନନ୍ଦ,ଶହ ଶିକ୍ଷକ ତ୍ରିଲୋଚନ ନାଏକ, ରମେଶ ଜାଲ , ସୁଶାନ୍ତ କୁମାର କେତକୀ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ