।। ମୋ ଜଙ୍ଗଳ ଜମି ଯୋଜନା, ଓଡ଼ିଶା ଶରକାର ଜଙ୍ଗଳ ଜମି ପଟ୍ଟା ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ ।।

Nov 6, 2023 - 06:03
 0  80
।। ମୋ ଜଙ୍ଗଳ ଜମି ଯୋଜନା, ଓଡ଼ିଶା ଶରକାର ଜଙ୍ଗଳ ଜମି ପଟ୍ଟା ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ ।।

କମ୍ଯୁନିଟି ହଲ ପରିିସର ଠାରେ ମନ୍ତ୍ରୀଙ୍କ ଦ୍ଵାରା ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ। ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦରମହକୁମାର କମ୍ୟୁନିଟି ହାଲ୍ ପରିସର ଠାରେ ସ୍ଥାନୀୟ ତହସିଲଦାର ଏମ୍ ଅନୁରାଧା ଓ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରି ପ୍ରିତମ କୁମାର ତନ୍ତୀଙ୍କ ଉପସ୍ଥିତିରେ ଅନୁସୂଚିତ ଜାତି ଓ ଜନଜାତି ପଛୁଆବର୍ଗ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଓ ବିଜୁ ସ୍ଵାସ୍ଥ୍ୟ କଲ୍ଯାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, ମୁନିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରାମତି ଦୁଃଖିନୀ ନୁଣ୍ଡୃକା, ଓଡିଶା ରାଜ୍ଯ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡୃକା,ଜିଲ୍ଲାପରିଷଦ୍ ସଭ୍ଯା ଶ୍ରୀମତି ମାଧବୀ କନ୍ଦପାଣି , ଜିଲ୍ଲା ଉପାଧ୍ୟକ୍ଷ ସନ୍ତୋଷ ସୁନା, ବ୍ଲକ ଉପାଧ୍ୟକ୍ଷ ଆଦର୍ଶ କୁଶୁଲିଆ,ଅତିଥି ରୁପେ ଯୋଗ ଦାନ କରିଥିଲେ।ମାନ୍ଯବର ମନ୍ତ୍ରୀ ୮ ଗୋଟି ସର୍କଲ ର ଜଙ୍ଗଲ ଜମି ୧୭୭ ପଟ୍ଟା ମଧ୍ୟରୁ ୧୨୦ ଜଣ ହିତାଧିକାରୀ ଉପସ୍ଥିତ ଥିବା ବେଳେ ୧୨୦ଜଣଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନକରିଥିଲେ। ବୋଲି ସ୍ଥାନୀୟ ତହସିଲଦାର ଏମ୍ ଅନୁରାଧା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।ଏହି ପରି ପେକ୍ଷୀରେ ମୁନିଗୁଡା ବ୍ଳକ ବିଜେଡି ସଭାପତି ରତ୍ନଲାଲ ଜୈନ, ବରିଷ୍ଠ ବିଜେଡି ନେତା ତଥା ବିଜେଡି ସଂଘଠକ୍ ଶ୍ରୀ ବୂନ୍ଦାବନ ପାଡି, ପ୍ରମୁଖ ଉପସ୍ଥିତ ଥିବାବେଲେ ଭୈରବଗଡ ପଞ୍ଚାୟତର ବରିଷ୍ଠ କଂଗ୍ରେସ ଦଳର ନେତା ଶ୍ରୀ ସଂଜୟ ପାତ୍ର କଂଗ୍ରେସ ଦଳ ଛାଡି ବିଜୁନତାଦଳରେ ଶ୍ରୀଯୁକ୍ତ ସୁଧୀର କୁମାର ଦାସଙ୍କ ,ରତ୍ନଲାଲ ଜୈନ ଓ ମାନ୍ଯବର ମନ୍ତ୍ରୀଙ୍କ ଉପସ୍ଥିତିରେ ନିଜସ୍ବ ଇଛାରେ ବିଜେଡି ଦଳରେ ଆଜି ବିଧିବଦ୍ଧ ଭାବେ ସାମିଲି ହୋଇଥିବା ନେଇ ପ୍ରକାଶ କରିଛନ୍ତି ।ଏଥି ସହ ଓଡିଶା ଆଦୀମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତି କରଣ କାର୍ଯ୍ୟକ୍ରମ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଚାଟିକଣା ଜିଲ୍ଲା ରାୟଗଡା ଶ୍ରୀ ସୁଦର୍ଶନ ପାଢ଼ୀ , ଉପସ୍ଥିତ ଥିବା ବେଳେ ସହ ସ୍ଵୟଂ ସହାୟକ ଗୋଷ୍ଠୀ ଶୁଭ ଉଦ୍ଘାଟନ ଏବଂ ସେହିପରି ଗ୍ରାମ କୁକୁରଲିମା ,ଲଟାଗୁଡା ,କୁଡୁଲିମା, ଶୀତାରାମପୁରୁ,ମାଗୁଣି ଭଳି ବିଭିନ୍ନ ଗ୍ରାମରେ ଯାଇ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମାନ୍ଯବର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ଯାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ , ଓଡିଶା ସରକାରଙ୍କ କର କମଳରେ ଶୁଭ ଉଦ୍ଘାଟନ କରାଯାଇଛି। ଏହି କାର୍ଯ୍ୟ କ୍ରମରେ ନିଳକଣ୍ଠ ମିଶ୍ର , ଓ ରାମ କୃଷ୍ଣନ ମିଶ୍ର,ଓ ତହସିଲ କାର୍ଯ୍ୟାଳୟର ପ୍ରତ୍ୟେକ କର୍ମୀ ମାନେ ଜଙ୍ଗଳ ଜମିପଟ୍ଟା ବଣ୍ଟନ ବେଳେ ସହଯୋଗ କରିଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ