।। ମୁନିଗୁଡା କମ୍ୟୁନିଟି ହାଲ୍ ପରିସର ଠାରେ କୂଷି ମହୋତ୍ସବ ବା ସଂକଳ୍ପ ସପ୍ତାହ ପାଳନ ।।

Oct 7, 2023 - 12:53
 0  119
।। ମୁନିଗୁଡା କମ୍ୟୁନିଟି ହାଲ୍ ପରିସର ଠାରେ କୂଷି ମହୋତ୍ସବ ବା ସଂକଳ୍ପ ସପ୍ତାହ ପାଳନ ।।

ମୁନିଗୁଡା ନ୍ୟିୟୁଜ୍ : ରାୟଗଡା ଜିଲ୍ଲା ମୁନିଗୁଡା ଠାରେ କମ୍ୟୁନିଟି ହାଲ୍ ପରିସର ଠାରେ ସଂକଳ୍ପ ସପ୍ତାହ ପାଳନ ଆରମ୍ଭ ହୋଇ ଯାଇଛି।କୂଷି କୂଷକ ସଶକ୍ତିକରଣ ବିଭାଗ ଓଡିଶା ସରକାର ଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମ ଓ ଆନୁକୂଲ୍ୟରେ ଆୟୋଜିତ ହୋଇଅଛି।ଜିଲ୍ଲା କୂଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀଙ୍କ ସଭାପତିତ୍ବ ରେ ଆୟାଜନ ହୋଇ ଯାଇଛି।ଗୋଷ୍ଠୀ କୂଷି ଅଧିକାରୀ ଶ୍ରୀଯୁକ୍ତ ସେଠି ଓ କେ ସି ସି ବ୍ୟାଙ୍କର ନିଦ୍ଦେର୍ଶକ ଜଗନ୍ନାଥ ନୁଣ୍ଡୁକା, ସହକାରୀ ଉଦ୍ୟମ ଅଧିକାରୀ ପ୍ରଜ୍ଞା ପ୍ରରମିତା ବିଶ୍ବାଳ,ସହକାରୀ ମହୋତ୍ସ ବିଭୂ ଭୂଷଣ ଜେନା, ଅତିରିକ୍ତ ପ୍ରାଣୀ ସମ୍ପଦାୟୀ ଅଧିକାରୀ ସୈଦାମିନି ନାୟକ,କୂଷି ଅଧିକାରୀ ଦିପ୍ତିରାଣୀ ପଟ୍ଟନାୟକଙ୍କ,ଓ ପରିମଳ ଇଣ୍ଡିଆର ଅରମନ ମଲ୍ଲିକ,କାଜଲ କୁମାରୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ପ୍ରାଣୀ ସମ୍ଫଦ ମିଲୈଟ୍ ମିଶନ, ଓଡିଶା ଜୀବିକା ମିଶନ ଶକ୍ତି ବିଭିନ୍ନ କାର୍ଯ୍ୟରେ ଆଲୋଚନା ଚକ୍ର କରିଥିଲେ।ଏହି ପରିପେକ୍ଷୀରେ ମାଣ୍ଡିଆ ଚାଷ କିଭଳି ହୁଏ ସେହି ଭଳି ଏନେଇ ଆଲୋକପାତ ହୋଇଥିଲା। ଏହି କୂଷି ମହୋତ୍ସବ ବିଷୟରେ ଉତ୍ତମ ଦାଶ ପ୍ରାଞ୍ଜଳ ଭାବରେ ବୁଝାଇ ନେଇଥିଲେ।କମ୍ୟୁନିଟି ହାଲ୍ ପରିସର ମାଧ୍ୟମରେ ଭୁତ୍ କେଲି ନାଚସହ ପାଲା ମାଧ୍ୟମରେ କୂଷି ମହୋତ୍ସବ ବିଷୟରେ ନାଟ୍ଯ ଗୀତ ମହକ ମହକ ନାଚ ବିଭିନ୍ନ ପ୍ରକାରର ମାଧ୍ୟମରେ କରାଯାଇଥିଲା।ଏଥିରେ କୂଷି ବିଭାଗ ଓ ଏଲ୍ଏମ୍ ଗୂରୃତ ନେଇ ଆଜିର ସଂକଳ୍ପ ସପ୍ତାହ ପାଳନ ହୋଇ ଯାଇଛି ।ଏହି ସଂକଳ୍ପ ସପ୍ତାହ ପାଳନ ତିନି ରୁ ନଅ ପଯର୍ଯନ୍ତ ଓଡିଶା ରେ ପାଳନ ହେବ ବୋଳି ଜଣାପଡିଛି । ଏଥିରେ ମୁନିଗୁଡ଼ା କୃଷି ଉଦ୍ୟାନ ବିଭାଗ ତରଫରୁ ଉତ୍ତମ ଦାସ , କୂଷି ବିଷୟରେ ଉପସ୍ଥିତ ରହିଥିବା ଚାଷି ଭାଇ ଭଉଣୀ ମାନଙ୍କୁ ବହୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଏହି ସଚେତନ କାର୍ଯ୍ୟକ୍ରମ ସଭାରେ ଅଞ୍ଚଳର ଅନେକ ଗ୍ରାମ ବାସୀ ମାନେ ସ୍କୁଲ କଲେଜ୍ ଛାତ୍ର ଛାତ୍ରୀ ମାନେ ଏବଂ ଚାଷୀ ମାନେ ବହୁତ ସଂଖ୍ୟା ରେ ଯୋଗଦାନ କରି ଥିଲେ ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ