ମୁନିଗୁଡାରେ ଯନ୍ତ୍ରୀ ନାହିଁ କି ଜମିକୁପାଣିଉଠୁନୀ,ଉଠାଜଳସେଚନ କାର୍ଯ୍ୟାଳୟରେ ସ୍କାମ ବିଲ୍ ଲକ୍ଷଲକ୍ଷ,

May 8, 2026 - 17:32
 0  3
ମୁନିଗୁଡାରେ ଯନ୍ତ୍ରୀ ନାହିଁ କି ଜମିକୁପାଣିଉଠୁନୀ,ଉଠାଜଳସେଚନ କାର୍ଯ୍ୟାଳୟରେ ସ୍କାମ ବିଲ୍  ଲକ୍ଷଲକ୍ଷ,

ମୁନିଗୁଡା/ଚନ୍ଦ୍ରପୁର ନ୍ୟିୟୁଜ୍ :-୫. ୫. ୦୨୬ ରାୟଗଡ଼ା ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା - ରାୟଗଡା ଜିଲ୍ଲା ମୁନିଗୁଡାରେ ଦୀର୍ଘ ଵର୍ଷ ହେଵ ବ୍ଲକ କାର୍ଯ୍ୟାଳୟ କଲୋନୀ ମୁଖଶାଳାରେ ଅଵସ୍ଥିତ ଉଠା ଜଳସେଚନ ଵିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ। ଏହି କାର୍ଯ୍ୟାଳୟ ଦ୍ଵାରା ଚାଷୀମାନେ ଖରାଦିନିଆ ଫସଲ କରିବାକୁ ଏହି ବିଭାଗର ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ଯୋଗ୍ୟ ସ୍ଥାନରେ କେତେ ଚାଷୀ କେତେ ଏକରରେ ଫସଲ କରରିଵେ, ସେହି ଅନୁପାତରେ ବିଭାଗୀୟ ମଟର ଯୋଗେ ଲିଫ୍ଟ ପ୍ଏଣ୍ଟ କରି ଜମିକୁ ଖରାଟିଆ ଚାଷ ଉଦ୍ଦେଶ୍ୟରେ ଜଳ ଯୋଗାଣ କରିଥାନ୍ତି। ହେଲେ ଚାଷୀମାନେ ଜମିକୁ ଜଳ ପାଇବା ଦୂରର କଥା ଵିଭାଗୀୟ ଯନ୍ତ୍ରୀ କିଏ ଆଜି ପର୍ଯ୍ୟନ୍ତ ମୁନିଗୁଡାରେ ଦେଖିବାକୁ ପାଉ ନାହାନ୍ତି ଚାଷୀ। ଶୁଣିବାକୁ ମିଳିଥିଲା ବିଗତ ୪/୫ବର୍ଷ ପୂର୍ଵେ ଜଣେ ପାଣିଗ୍ରାହୀ ନାମକ ଜେଇ ଥିଲେ ସେ ବ୍ରହ୍ମପୁରରେ ରହି ମୁନିଗୁଡା ଚାକିରୀ ବାବଦକୁ ଦରମା ନେଉଥିଲେ, ପରେ ପ୍ରମେସନରେ ସହକାରୀ ଯନ୍ତ୍ରୀ ଭାଵେ ମୁନିଗୁଡାରେ ଥିଲେ ବୋଲି ଆଲୋଚନାରୁ ଜଣାପଡିଛି।ଏବେ ସେହି ଅଦୣଶ୍ୟ ସହକାରୀ ଯନ୍ତ୍ରୀ ଅଛନ୍ତି ନା ଆଉ କିଏ ଅଛନ୍ତି ତାର ହିସାଵ କାହାପାଖରେ ନାହିଁ। କେବଳ ସହକାରୀ ଯନ୍ତ୍ରୀଓ କନିଷ୍ଠଯନ୍ତ୍ରୀ କାର୍ଯ୍ୟାଳୟକୁ ନ ଆସି ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ କାର୍ଯ୍ୟାଳୟକୁ ବୋର୍ଡ ଜଗିଵସିଛି। ରାତିରେ ମଦୁଆ ଙ୍କ ମଦକେ।ଠି ପାଲଟିଥିବା ବେଳେ ଅନୀୟମିତ କାର୍ଯ୍ୟ ଏହି କାର୍ଯ୍ୟାଳୟ ପରିସରରେ ଚାଲୁଥିବା ଅଭିଯୋଗ ହେଉଛି।ଏହି କାର୍ଯ୍ୟାଳୟ ପରିସରରେ ମଦ ବୋତଲର ଆସର ଜମିଛି। ଆଶ୍ଚର୍ଯ୍ୟର କଥା ଖରାଟିଆ ଚାଷ ପାଇଁ ଚାଷୀ ତାଙ୍କ ନିଜ ଖର୍ଚ୍ଚରେ ନିଜ ବିଲରେ ବୋର କରି ଜଳ ଉଠାଇ ଚାଷ କରୁଥିବା ବେଳେ ଉଠା ଜଳସେଚନ ବିଭାଗର ଲିଫ୍ଟ ପ୍ଏଣ୍ଟ କେତେ କାର୍ଯ୍ୟକ୍ଷମ ଅଛି ତାହା ଵିଭାଗ ପାଖରେ ହିସାବ ନାହିଁ, ମୁନିଗୁଡା, ଓ ଚନ୍ଦ୍ରପୁରୁ ବ୍ଲକରେ ଲିଫ୍ଟ ପ୍ଏଣ୍ଟ କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ମଟର ରିପ୍ୟାରିଂ ଓ ମଟର ସହିତ ଅନ୍ୟାନ୍ୟ ଆନୁସଙ୍ଗିକ କ୍ରୟ ନାରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଇଥିବା ଅଭିଯୋଗ ହେଉଛି। ଏପରି ଅନେକ ସମସ୍ୟା ନେଇ ଚାଷୀମାନେ ସହକାରୀ ଯନ୍ତ୍ରୀ କିମ୍ଵା କନିଷ୍ଠ ଯନ୍ତ୍ରୀଙ୍କୁ ଭେଟିଵାକୁ ଗଲେ ଜରାଜୀର୍ଣ୍ଣ ଅଫିସରେ ବେ।ର୍ଡ ଶାକ୍ଷୀ ରହିଥିବା ଦେଖି ଫେରିଆସିଥାନ୍ତି। ଏହି ଅଫିସର ଅଧିକିରୀ ମାନେ କେବେକେଉଠି ରହୁଛନ୍ତି ତାର ସନ୍ଧାନ ସାଧାରଣ ଚାଷୀଙ୍କୁ ମିଳିପାରୁନାହି, ସେମାନଙ୍କ ମୁହରୁ ଶୁଣିବାକୁ ମିଳୁଛି ମୁନିଗୁଡାରେ ଉଠା ଜଳସେଚନ ଯନ୍ତ୍ରୀଙ୍କ ନିଯୁକ୍ତି ଦିଆଯାଉନାହି କାହିଁକି?। ଏଭଳି ସ୍ଥିତିରେ ସାଧାରଣରେ ପ୍ରଶ୍ନ ଉଠୁଛି ଜେଇ ଏଇ ଙ୍କ ଦେଖା ଦର୍ଶନ ମିଳୁନଥିବା ଵେଳେ କାଗଜ କଲମରେ ଲିଫ୍ଟ ପ୍ଏଣ୍ଟରେ ଜଳ ଯୋଗାଣ ହେଇଥିବା ଦର୍ଶାଇ କୋଟି କୋଟି ଟଙ୍କାର ସ୍କାମ ହେ।ଇଥିବା ମୁନିଗୁଡା ଓ ଚନ୍ଦ୍ରପୁରୁ ବ୍ଲକର ଚାଷୀମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଉଠା ଜଳସେଚନର ସ୍କାମକୁ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଭିଜିଲାନ୍ସର ହସ୍ତକ୍ଷେପ ଜରୁରୀ ଅଟେ। ଏହି ସ୍କାମ ଲେକ ଲେଚନକୁ ଆଣିବା ସହ ଏକ ଉଠାଜଳସେଚନ କାର୍ଯ୍ୟାଳୟ ମୁନିଗୁଡା ଓ ଚନ୍ଦ୍ରପୁରୁ ବ୍ଲକରେ ଖୋଲିବାକୁ ଦାଵୀ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ