।। ମୁନିଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଯୁବ ଓଡ଼ିଶା -ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ।।

Dec 30, 2023 - 20:16
 0  93
।। ମୁନିଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଯୁବ ଓଡ଼ିଶା -ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡାବ୍ଲକ ମହକୁମା ର - ଉଚ୍ଚ ମାଧ‌‌‌ମିକ ବିଦ୍ୟାଳୟରେ ଆଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ-ଯୁବ ଓଡିଶା - ନବୀନ ଓଡ଼ିଶା,କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ ସଂଖ୍ୟା ଲଘୁ ତଥା ଆଇନ ମନ୍ତ୍ରୀ ଶ୍ରୀୟୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଜଗନ୍ନାଥଙ୍କ ପ୍ରତି ମୁତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପ ଦୀପ ଦେବାସହ ଶୁଭାରମ୍ଭ କରିଥିଲେ । ସେହିପରି ସନମାନୀୟ ଅତିଥି ଭାବରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର କୁମାର ଦାସ, ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ତଥା ମହାବିଦ୍ୟାଳୟର ଫାଉଣ୍ଡେର, ସଂପାଦକ ବୃନ୍ଦାବନ ଗୈଡ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଦ୍ୟାଳୟର ମୁଖ୍ୟ ଅଧ୍ୟକ୍ଷ ଶ୍ରୀମତୀ କଲ୍ୟାଣୀ ପାଢୀ, ନୋଡାଲ ଅଫିସର ଚତୁର୍ଭୁଜ ଵନଛର, ଶ୍ରୀ ଧୀରେନ୍ଦ୍ର କୁମାର ସୁବୁଧି, ଶ୍ରୀମତୀ ସୁମତୀ ରଣା, କୁମାରୀ ରଜଲିନୀ ମାଲ କୁମାରୀ, ଭାରତୀ ନେମାଲିପୁରୀ, ଦେବାଶିଷ ପଣ୍ଡା, ନିର୍ମଲ ମାଣ୍ଡାଙ୍ଗୀ, ବ୍ରଜରାଜ ପିଡିକାକା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ , ପରିଚାଳନା କମିଟି ଉପସ୍ଥିତ ରହିଥିବା ବେଳେ । ମୁନିଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପ୍ରେସ୍ କ୍ଳବର ସଭାପତି ରାଜିବ ଲୋଚନ ଦାସ, ପ୍ରସାଦ ସାହୁକାର, କ୍ଷମା ସାଗର ଦାସଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିସହିତ ମୁନିଗୁଡ଼ା ବ୍ଲକ ବିଜେଡ଼ି ସଭାପତି ରତନ୍ ଲାଲ ଜୈନ୍, ବରିଷ୍ଠ ବିଜେଡ଼ି ସଙ୍ଗଠକ ବୃନ୍ଦାବନ ପାଢ଼ୀ, ପୂର୍ଣ୍ଣ ଚନ୍ଦ୍ର ଗୈଡ, ସିମାଞ୍ଚଳ ଦାସ,ପ୍ରମୁଖ ଉପସ୍ଥିତ ରହିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସମୂଦ୍ଦନା କରାଯାଇଥିଲା ଓ ମୁନିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ପାଢିଙ୍କ, ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ । ନୋଡାଲ ଅଫିସର ଚତୁର୍ଭୁଜ ଵନଛର ମଞ୍ଚ ପରିଚାଳନା କରିଥିଲେ।ସଭା ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ‌‌‌ମିକ ବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ