।। ମୁଣ୍ଡାରୀ ବାନି ସାକ୍ଷରତା ସାର୍ଟିଫିକେଟ ବିତରଣ ।।

Oct 16, 2024 - 17:30
 0  13
।। ମୁଣ୍ଡାରୀ ବାନି ସାକ୍ଷରତା ସାର୍ଟିଫିକେଟ ବିତରଣ  ।।

କାଳିଆପଦା: ମୁଣ୍ଡାରୀ ଭାଷାର ଲିପି ମୁଣ୍ଡାରୀ ବାନିର ପ୍ରଚାର ପ୍ରସାର ନିମନ୍ତେ ମୁଣ୍ଡାରୀ ଭାଷାଭାଷୀ ଲୋକ ରହୁଥିବା ଗ୍ରାମ ଗୁଡ଼ିକରେ ରବିବାରିଆ ବିଦ୍ୟାଳୟ ଖୋଲାଯାଇ ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ମୁଣ୍ଡାରୀ ବାନି ମାଧ୍ୟମରେ ଶିକ୍ଷାଦାନ କରାଯାଉଛି । ଗତ ଜୁନ ମାସ ୨ ତାରିଖ ମୁଣ୍ଡାରୀ ବାନି ସାକ୍ଷରତା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଗୋପବନ୍ଧୁ ନଗର ବ୍ଲକ କାଳିଆପଦା ଗ୍ରାମର ମୁଣ୍ଡାରୀ ରବିବାରିଆ ବିଦ୍ୟାଳୟର ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଣ୍ଡାରୀ ବାନି ସାକ୍ଷରତା ସାର୍ଟିଫିକେଟ ବିତରଣ କରାଯାଇଥିଲା । ଏହି ଅବସରରେ ଅଭିଭାବକ ମାନଙ୍କୁ ନେଇ ମୁଣ୍ଡାରୀ ଭାଷା ଆନ୍ଦୋଳନ ସମ୍ବନ୍ଧୀୟ ସଚେତନତା ବୈଠକ ଆୟୋଜନ କରାଯାଇଥିଲା । ଏଥିସହିତ ଅବାଞ୍ଛିତ ଗର୍ଭଧାରଣ ନିରାକରଣ, ମାତୃ ମୃତ୍ୟୁହାରକୁ ହ୍ରାସ କରିବା, ଲିଙ୍ଗିୟ ବୈଷମ୍ୟତା ନିରାକରଣ, ମୁଣ୍ଡାରୀ ଭାଷାରେ ପ୍ରକାଶ ପାଉଥିବା ତ୍ରୈମାସିକ ପତ୍ରିକା "ସାଲଗାଓ୍ବ" ସମ୍ବନ୍ଧୀୟ ସଚେତନତା ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଗୋପବନ୍ଧୁ ନଗର ବ୍ଲକ ଆବାହକ ଅନନ୍ତ ପ୍ରସାଦ ସିଂ ସଭାପତିତ୍ବ କରିଥିଲାବେଳେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ବଡ଼ସାହି ବ୍ଲକ ଆବାହକ ବୈଦ୍ୟନାଥ ସିଂ, ଗୋପବନ୍ଧୁ ନଗର ବ୍ଲକ ସମ୍ପାଦକ ଦୁର୍ଯୋଧନ ସିଂ, ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ବୁଧିଆ ସିଂ, ମୁଣ୍ଡାରୀ ବାନି ଶିକ୍ଷୟିତ୍ରୀ ଛବିରାଣୀ ମୁଣ୍ଡା ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ