।। ମା' ସୁନାଦେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ।।

Oct 17, 2024 - 20:28
 0  20
।। ମା' ସୁନାଦେଇଙ୍କ ଛତର ଯାତ୍ରା  ଅନୁଷ୍ଠିତ ।।

ପ୍ରସିଦ୍ଧ ମା' ସୁନାଦେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏଥର ବି ବୋଦାବଳିରେ ରକ୍ତ ରଞ୍ଜିରେ ମା' ସୁନାଦେଇଙ୍କ ପୀଠ । ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ ମା'ଙ୍କ ପୀଠରେ ବଳି ପକାଇବା ସହ ଦେବୀଙ୍କୁ ଦର୍ଶନ କରିଛନ୍ତି । ଛତର ଯାତ୍ରାରେ ମା'ଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି। ସୁନାବେଢା ଅଭୟାରଣ୍ୟରେ ବାସ କରୁଥିବା ଆଦିମ ଜନଜାତି ଚକୋଟିଆ ତୁଷିଆ ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ସୁନାଦେଲ । ସମୁଦ୍ର ପତ୍ତନ ଠାରୁ ସାଜେ ୩ ହଜାର ବର୍ଗଫୁଟ ଜଳ ପର୍ବର ଶୀର୍ଷରେ ଅବସ୍ଥିତ ଏହି ପୀଠରେ ଛତର ଯାତ୍ରା ପାଇଁ ଲୋକାରଣ୍ୟ ଦେଖିବାକୁ ମିଳିଥାଏ । ବର୍ଷକୁ ୨ ଥର ଚୈତ୍ର ମାସରେ ଚୈତ୍ର ପର୍ବ ଏବଂ ଆଶ୍ୱିନ ମାସରେ ବହୁ ପ୍ରସିଦ୍ଧ ଛତର ଯାତ୍ରା ଏଠାରେ ହୋଇଥାଏ । ତେବେ ୮୪ଟି ଗାଁର ଗୌଡିଆ ସେବାୟତ, ବାଡିବାଲା, ବାଜାବାଲା, ଛତ୍ରୀୟାଙ୍କ ଦ୍ବାରା ମା' ପୂଜା ପାଉଛନ୍ତି । ଏଠାରେ କିଛି ନିଆରା ପରମ୍ପରା ମଧ୍ୟ ଦେଖ‌ବାବାକୁ ମିଳିଥାଏ | ମା' ଙ୍କ ଛତର ଯାତ୍ରା ପାଳିତ ନ ହେବା ଯାଏଁ ସେମାନେ ବିବାହ, ବ୍ରତ ଆଦି ଶୁଭକାମ କରନ୍ତି ନାହିଁ । ସେହିଭଳି ଜଙ୍ଗଲଜାତ ଦ୍ରବ୍ୟ ମଧ୍ଯ ସ୍ପର୍ଶ କରନ୍ତି ନାହିଁ । ଏହି ଛତର ଯାତ୍ରାରେ ପଶ୍ଚିମ ଓଡିଶା ତଥା ପଡୋଶୀ ରାଜ୍ୟ ଛାତିଶଗଡ଼ ସମେତ ଜିଲ୍ଲାର ଭକ୍ତମାନେ ମା'ଙ୍କୁ ଦର୍ଶନ ପାଇଁ ଏକତ୍ରିତ ହୁଅନ୍ତି । ପ୍ରଶାସନ ତରଫରୁ କଡାକଡି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏ ନେଇ ସୁନାବେଡା ଅଭୟରଣ୍ୟରେ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ବନ୍ୟଜନ୍ତୁ ଏବଂ ବନ ବିଭାଗ ତରଫରୁ କଟକଣା କରାଯାଇଛି । ତେବେ ଚାରିଚକିଆ ଦୁଇ ଚକିଆ ବାହାନକୁ ଏଥର ଟିକିସ ଲାଗିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ