।। ମା ସରସ୍ଵତୀ ପୂଜା ,ବା ଶ୍ରୀପଞ୍ଚମୀ ଉପଲକ୍ଷେ, ୮୪ ଘର ଅଘରିଆ ସମାଜ ତରଫ ରୁ ଭୀମଭୋଇ ଡାକ୍ତରଖାନା ପରିସରରେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ।।

Feb 14, 2024 - 19:29
 0  112
।। ମା ସରସ୍ଵତୀ ପୂଜା ,ବା ଶ୍ରୀପଞ୍ଚମୀ    ଉପଲକ୍ଷେ, ୮୪ ଘର ଅଘରିଆ ସମାଜ  ତରଫ ରୁ            ଭୀମଭୋଇ ଡାକ୍ତରଖାନା ପରିସରରେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ।।

ଆଜି ବଲାଙ୍ଗୀର ଜିଲ୍ଲା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଭୀମଭୋଇ ଡାକ୍ତରଖାନାର ରକ୍ତଭଣ୍ଡାର ସମ୍ମୁଖ ପରିସରରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କୁ ସରସ୍ଵତୀ ପୂଜା ଉପଲକ୍ଷେ ଖାଦ୍ୟ ବଣ୍ଟନ କାର୍ଯକ୍ରମ କରାଯାଇଥିଲା ।କାର୍ଯ୍ୟକ୍ରମରେ ସମାଜର ଉପଦେଷ୍ଟା ମଣ୍ଡଳୀ , କେନ୍ଦ୍ର କାର୍ଯ୍ୟକର୍ତ୍ତା, ମଣ୍ଡଳ ସଭାପତି ଓ କର୍ମକର୍ତ୍ତା,ଗୁଡ଼ି ସଭାପତି ଓ କର୍ମକର୍ତ୍ତା ସମେତ ଯୁବାମଞ୍ଚ, କୃଷକ ମଞ୍ଚ, ନିର୍ମାଣ କମିଟି, ପୁସ୍ତକ କମିଟି, ଶିକ୍ଷା କମିଟି ସହ ଗ୍ରାମ୍ୟ କମିଟି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ । ହଜାର ସଂଖ୍ୟାରେ ଆସି ରୋଗୀ ଓ ସମ୍ପର୍କୀୟ ସୁଯୋଗ ପାଇଥିଲେ । ଏହା ପୂର୍ବରୁ ମଧ୍ୟ ସମାଜ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୪୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଏକ ରେକଡ ସୃଷ୍ଟି କରିଥିଲେ ଅଘରିଆ ସମାଜ । ବର୍ତ୍ତମାନ ଟ୍ରଷ୍ଟ ର ମଙ୍ଗ ଧରିଛନ୍ତି ସଭାପତି ଶୁଭ୍ରାଂଶୁ ଶେଖର ପଟେଲ । ଖାଦ୍ୟ ବଣ୍ଟନରେ ମଲମଣ୍ଡ। ଯୁଵବର୍ଗ ସମେତ ଅନେକ ଯୁବବନ୍ଧୁ ସହଯୋଗ କରିଥିଲେ । ଏହି ମହାନ କାର୍ଯ୍ୟ କୁ ଲୋକ ମାନେ ବହୁତ୍ ପ୍ରଶଂସା କରୁଛନ୍ତି ।

 ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ