ମାର୍ଗ ତରଫରୁ ବିଶ୍ୱ ଏଡ୍ସ ଦିବସ ପାଳିତ ସଚେତନତା ହିଁ ଏଡ୍ସ ରୋକିବାର ପ୍ରମୁଖ ଅସ୍ତ୍ର
ବାରିପଦା ତା 2/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ବିଶ୍ୱ ଏଡ୍ସ ଦିବସ ଅବସରରେ ମୟୂରଭଞ୍ଜ ଆକ୍ସନ ଆଣ୍ଡ ରିସର୍ଚ୍ଚ ଗ୍ରୁପ (ମାର୍ଗ) ଏବଂ କେନ୍ଦୁଆ ସ୍ଥିତ ଚୈତନ୍ୟ ପ୍ରସାଦ ଉଚ୍ଚ ମାଧ୍ୟମିକ ସ୍କୁଲର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ବିଶାଳ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଏଡ୍ସ ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲା. ବିଦ୍ୟାଳୟର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନାଥ ଦତ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ସଂଯୋଜକ ଡଃ ସଂଘମିତ୍ରା ପଟ୍ଟନାୟକ, ଶ୍ୟାମାଖୁଣ୍ଟା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ବେହୁରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଶାନ୍ତନୁ ଦାସ, ବରିଷ୍ଠ ସାମ୍ବାଦିକ ଦୀପକ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମାଜରୁ ଏଡ୍ସ ଭଳି ମାରାତ୍ମକ ବ୍ୟାଧି ଦୂର କରିବା ପାଇଁ ସଚେତନତା ହିଁ ପ୍ରମୁଖ ଅସ୍ତ୍ର ବୋଲି କହିଥିଲେ. ମୟୂରଭଞ୍ଜର ୧୩ଟି ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଭାଡ, ଉନ୍ନୟନ, ସେବା, ସିକ୍ୟୋର, ଭରସା, ସଂକଳ୍ପ, ସମ୍ୱନ୍ଧ, ସହାନୁଭୂତି, ନବୋଦୟ, ଏମବିଜେ ଫାଉଣ୍ଡେସନ, ଫର୍ଡ, ଦାସୀ ଏବଂ ଅଗ୍ରଣୀ ସଂଗଠନ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ, ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ଶେଷରେ ମାର୍ଗ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଉତ୍ତମ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ. ଅଧ୍ୟାପକ ଅଶୋକ କୁମାର ଦତ୍ତ, ଗୋବିନ୍ଦ ସିଂ, ରାଜେଶ କୁମାର ଦାସ, ନମିତା ମହାନ୍ତି, ଚନ୍ଦନ କୁମାର ଦାସ, ପ୍ରଦୀପ୍ତ କିଶୋର ସାମଲ, ସତ୍ୟଜିତ ମିଶ୍ର ଏବଂ ଏନଏସଏସର ସ୍ୱେଚ୍ଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0