।। ମାତ୍ର ୨ଜଣ ଶିକ୍ଷକଙ୍କ ଭରସାରେ ଚାଲିଛି ପଳସଗାଁ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ।।

Oct 1, 2024 - 21:49
 0  62
।। ମାତ୍ର ୨ଜଣ ଶିକ୍ଷକଙ୍କ ଭରସାରେ ଚାଲିଛି ପଳସଗାଁ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ  ।।

ନବରଙ୍ଗପୁର ଜିଲ୍ଲା,( ରଞ୍ଜିତ ନାୟକ ) ଝରିଗାଁ ବ୍ଳକ ତା: ୦୧/୧୦-ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ପ୍ରଶାସନକୁ ବାରମ୍ବାର ଜଣାଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ ! ମାତ୍ର ୨ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ବିଦ୍ୟାଳୟର ପାଠପଢା !ଗୋଟେ ପଟେ ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବିଦ୍ୟାଳୟ ଗୁଡିକର ଏଭଳି ଦୁରାବସ୍ଥା ଦେଖିଲେ ଶିକ୍ଷାକ୍ଷେତ୍ରକୁ ସରକାର କେତେ ଯେ ଗୁରୁତ୍ୱ ଦେଉଛନ୍ତି ତାହା ଏହି ବିଦ୍ୟାଳୟର ସ୍ଥିତିକୁ ଦେଖିଲେ ଜଣାପଡୁଛି ! ସରକାର ସମସ୍ତ ସ୍କୁଲ ଗୁଡିକୁ ୫ଟି ସ୍କୁଲରେ ଅନ୍ତର୍ଭୁକ୍ତ କରି ସ୍ମାର୍ଟ କ୍ଳାସରୁମ, ଡିଜିଟାଲ ବ୍ଲାକବୋର୍ଡ ଓ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ସହିତ ଅନେକ ଆଧୁନିକ ଉପକରଣ ସବୁ ଖଞ୍ଜି ଦେଇଛନ୍ତି ସତ, ହେଲେ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି କରୁନାହାନ୍ତି ! ଫଳ ସ୍ୱରୂପ ବିଦ୍ୟାଳୟ ଗୁଡିକରେ ସମସ୍ତ ସୁବିଧା ଥିବା ସ୍ୱତେ ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣରୁ ବଞ୍ଚିତ ରହୁଛନ୍ତି ଓ ଉକ୍ତ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବାରେ ଲାଗୁଛି !ବିଦ୍ୟାଳୟର ଏଭଳି ଏକ ଦୟନୀୟ ସ୍ଥିତି ଦେଖିବାକୁ ମିଲିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ପଂଚାୟତ ଅଧୀନରେ ଥିବା ପଳସଗାଁ ଗ୍ରାମରେ !୦୮/୦୮/୧୯୯୭ ମସିହାରେ ସ୍ଥାପିତ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ମିଶି ୨୫୬ ଜଣ ଛାତ୍ରୀ ପଢ଼ୁଥିବା ବେଳେ ଶିକ୍ଷକ ମାତ୍ର ୨ ଜଣ !ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ !ଶିକ୍ଷକ ଜଣକ ଛାତ୍ରୀଙ୍କ ପାଠ କଥା ବୁଝୁଥିବା ବେଳେ ଶିକ୍ଷୟିତ୍ରୀ ଜଣକ ଅଫିସ କାର୍ଯ୍ୟ ସମ୍ଭାଳୁଛନ୍ତି ! ବେଳେ ବେଳେ ସମୟ ମିଳିଲେ ପାଠ ବି ପଢ଼ାନ୍ତି ! ବିଦ୍ୟାଳୟରେ ପ୍ରତିବର୍ଷ ୨୦୦ ରୁ ଉର୍ଦ୍ଧ ଛାତ୍ରୀ ନାମ ଲେଖାଇ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ନ୍ତି ! ହେଲେ ୪/୫ ବର୍ଷ ହେବ ମାତ୍ର ୨ ଶିକ୍ଷକ ଓ ଜଣେ ପିଅନଙ୍କ ଭରସାରେ ବିଦ୍ୟାଳୟଟି ଚାଲି ଆସିଛି !ପଳସଗାଁ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ରଥଙ୍କ କହିବା ପ୍ରକାରେ ୨୫୬ ଜଣ ଛାତ୍ରୀଙ୍କୁ ପାଠ ପଢେଇବା ସେମାନଙ୍କ ପକ୍ଷେ କାଠିକର ପାଠ ହୋଇପଡିଛି ! ତେଣୁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ସେ ବାରମ୍ବାର ବିଭାଗୀୟ ତଥା ଉପରିସ୍ଥ ଅଧିକାରୀମାନଙ୍କୁ ଲିଖିତ ଆକାରରେ ଜଣେଇଵା ପରେ ମଧ୍ୟ କୌଣସି ସୁଫଳ ମିଲିପାରୁନାହିଁ ! ଏପରିକି ପୂର୍ବତନ ଜିଲ୍ଲାପାଳଙ୍କୁ ମଧ୍ୟ ଅନେକଥର ଜନଶୁଣାଣି ଶିବିରରେ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରିବା ସହ ମୌଖିକ ଭାବେ ମଧ୍ୟ ଜଣେଇଥିଲେ ! ତଥାପି କୌଣସି ସୁଫଳ ମିଳିନଥିବା ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି ! ଏଣୁ ପ୍ରଶାସନ ଏହି ବିଦ୍ୟାଳୟରେ ଅତିଶୀଘ୍ର ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି କଲେ ବିଦ୍ୟାଳୟରେ ଶିକ୍ଷାଦାନ ଠିକ୍ ରେ ଚାଲିବ ବୋଲି ଅବିଭାବକ ଓ ଗ୍ରାମବାସୀ ଦାବୀ କରିଛନ୍ତି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ